ଶେଷରେ ଗରିଫ ହେଲା ସିକନ୍ଦର ଆଲମ, ଯାଜପୁରରୁ ଗିରଫ କଲା ପୁଲିସ, ୭ଦିନ ହେବ ଥିଲା ଫେରାର

ସୂଚନା ମୁତାବକ ସୂଚନା ଅନୁସାରେ, ଗତ ୧୬ ତାରିଖ ସନ୍ଧ୍ୟାରେ ବେହେରାମପୁର ବସ୍ତିରେ ଚଢ଼ାଉ କରିଥିଲା ପୁଲିସ । ସନ୍ଦିଗ୍ଧ ବାଂଲାଦେଶୀ ରହୁଥିବା ସନ୍ଦେହରେ ହୋଇଥିଲା ଚଢ଼ାଉ । ଅତିରିକ୍ତ ଏସ୍‌ପି, ତରିକୁନ୍ଦ ବିଟ୍‌ ହାଉସ୍ ଅଧିକାରୀ ଓ ମହିଳା କନଷ୍ଟେବଳ ସମେତ ୫ଜଣ ସାମିଲ । ଚଢ଼ାଉ କରିବା ମାତ୍ରେ ସିକନ୍ଦରର ଦୁଇ ଭଉଣୀ ପୁଲିସ୍‌କୁ ଆକ୍ରମଣ କରିଥିଲେ  ।

sikandar

କନକ ବ୍ୟୁରୋ :ଜଗତସିଂହପୁରରୁ ଫେରାର ହୋଇଥିବା ସିକନ୍ଦର ଆଲମକୁ ଗିରଫ କରାଯାଇଛି । ଯାଜପୁରରୁ ଗିରଫ କରିଛି ପୁଲିସ । ବେହରାମପୁର ବସ୍ତିରେ ବାଂଲାଦେଶୀକୁ ରଖାଇଥିଲେ ଅଭିଯୁକ୍ତ ସିକନ୍ଦର ଆଲମ। ବାଂଲାଦେଶୀ ଚିହ୍ନଟ ନେଇ ପୁଲିସର ଚଢ଼ାଉ ପରେ ଫେରାର ହୋଇଯାଇଥିଲା ସିକନ୍ଦର । ଗତ ୭ଦିନ ହେଲା ଥିଲା ଫେରାର। ସିକନ୍ଦରଠାରୁ ପାସପୋର୍ଟ ଓ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ଏହାସହ ଏକ ଅଜ୍ଞାତ ସ୍ଥାନରେ ରଖି ପୁଲିସ ପଚରାଉଚରା କରୁଛି ।

କନ୍ଧମାଳ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ମୂଳପୋଛ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା

ସୂଚନା ମୁତାବକ ସୂଚନା ଅନୁସାରେ, ଗତ ୧୬ ତାରିଖ ସନ୍ଧ୍ୟାରେ ବେହେରାମପୁର ବସ୍ତିରେ ଚଢ଼ାଉ କରିଥିଲା ପୁଲିସ । ସନ୍ଦିଗ୍ଧ ବାଂଲାଦେଶୀ ରହୁଥିବା ସନ୍ଦେହରେ ହୋଇଥିଲା ଚଢ଼ାଉ । ଅତିରିକ୍ତ ଏସ୍‌ପି, ତରିକୁନ୍ଦ ବିଟ୍‌ ହାଉସ୍ ଅଧିକାରୀ ଓ ମହିଳା କନଷ୍ଟେବଳ ସମେତ ୫ଜଣ ସାମିଲ । ଚଢ଼ାଉ କରିବା ମାତ୍ରେ ସିକନ୍ଦରର ଦୁଇ ଭଉଣୀ ପୁଲିସ୍‌କୁ ଆକ୍ରମଣ କରିଥିଲେ  । ଏହାର ସୁଯୋଗ ନେଇ ସିକନ୍ଦର ଓ ତା ଭାଇ ମୋତାଲିଫ୍ ହୋଇଥିଲେ ଫେରାର୍ । ଯିବାବେଳେ ସାଙ୍ଗରେ ସିସିଟିଭି ହାର୍ଡ ଡିସ୍କ ଧରି ମାରିଥିଲା ଚମ୍ପଟ । ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହେବାରୁ ଅଧିକ ଫୋର୍ସ ମଗାଯାଇଥିଲା । ଅଧିକ ଫୋର୍ସ ଓ ଅଧିକାରୀ ପହଞ୍ଚିବାବେଳକୁ ଦେଢ଼ଘଣ୍ଟା ବିତି ସାରିଥିଲା । ଆଉ ଏହି ସମୟ ଭିତରେ ଚମ୍ପଟ ମାରିଥିଲା ସିକନ୍ଦର । ତୁରନ୍ତ ସିକନ୍ଦରର ପିଛା କରାଯାଇ ନଥିବାରୁ ସେ ଫେରାର ହୋଇଯାଇଥିଲା ।

ବନ୍ଧୁକ ମୁନରେ ଶିଶୁ ଓ ଶିକ୍ଷକଙ୍କୁ ଅପହରଣ; ନାଇଜେରିଆରେ ବନ୍ଧୁକଧାରୀ ଦୁର୍ବୃତ୍ତଙ୍କ ଆତଙ୍କ

ଦେଶର ବିଭିନ୍ନ ରାଜ୍ୟର ସରକାର ଏବେ ଅନୁପ୍ରବେଶକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ  ଆରମ୍ଭ କରିଛନ୍ତି । ଧରପଗଡ଼ ଭୟରେ ଅନ୍ୟ ରାଜ୍ୟରୁ ପଳାଇ ଆସୁଥିବା ଏହି ବାଂଲାଦେଶୀ ଅନୁପ୍ରବେଶକାରୀ ଓଡ଼ିଶା ଆଡ଼କୁ ମୁହାଁଇବା ଆଶଙ୍କା ସୃଷ୍ଟି ହୋଇଛି । ବିଶେଷ କରି ପଶ୍ଚିମବଙ୍ଗରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସ୍‌ଆଇଆର) ଫଳରେ ଶହ ଶହ ସଂଖ୍ୟାରେ ବାଂଲାଦେଶୀ ଏବେ ଦେଶ ଛାଡ଼ୁଥିବାର ଭିଡିଓ ନଜରକୁ ଆସୁଛି । ଏହି ଅନୁପ୍ରବେଶକାରୀମାନେ ପ୍ରକୃତରେ ବାଂଲାଦେଶକୁ ଫେରିବେ ନା ଅନ୍ୟ ଗଳା ବାଟ ଦେଇ ଓଡ଼ିଶାକୁ ପଶି ଆସିବେ  ? ଏଭଳି ସ୍ଥିତିରେ ସେମାନଙ୍କୁ ରୋକିବା ଏବେ ପ୍ରଶାସନ ପାଇଁ ପ୍ରମୁଖ ଆହ୍ୱାନ ହୋଇଛି ।


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe