କନକ ବ୍ୟୁରୋ : କେନ୍ଦ୍ର ସରକାର ରଖିଥିବା ସମୟ ଅନୁସାରେ ଦେଶରୁ ମାଓବାଦ ମୂଳପୋଛ ହେବ। ଦୁଇଦିନିଆ କନ୍ଧମାଳ ଗସ୍ତ ସମୟରେ ଏକଥା କହିଛନ୍ତି ଡିଜିପି ୱାଇ. ବି ଖୁରାନିୟା । ନକ୍ସଲ ଦମନ ପାଇଁ କନ୍ଧମାଳ ଏସପିଙ୍କ କାର୍ଯ୍ୟାଳୟରେ ଦୀର୍ଘ ସମୟର ବୈଠକ ବସିଲା । ଗତକାଲି ଅପରାହ୍ନରେ କନ୍ଧମାଳ ପହଞ୍ଚି ସନ୍ଧ୍ୟା ୬ ଟା ରୁ ରାତି ୯ଟା ୩ ଘଣ୍ଟା ଧରି ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ଡିଜିପି । କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶକୁ ମାଓବାଦୀ ମୁକ୍ତ କରିବାକୁ ଘୋଷଣା କରିଛନ୍ତି । ଏହାକୁ ଲକ୍ଷ୍ୟ ରଖି ସେହି ଅନୁସାରେ ଅଭିଯାନ ଚାଲିଛି । କନ୍ଧମାଳ ଜିଲ୍ଲାରୁ ନକ୍ସଲର ମୂଳୋତ୍ପାଟନ, ଆଇନ୍ ଶୃଙ୍ଖଳା, ଓ ଗଞ୍ଜେଇ କାରବାର ବନ୍ଦ କରିବାକୁ ରଣନୀତି ପ୍ରସ୍ତୁତ ହୋଇଥିବା ଡିଜିପି କହିଛନ୍ତି । ଏହି ଗସ୍ତ ଓ ବୈଠକ ବେଳେ ପୁଲିସ୍ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ପଶ୍ଚିମବଙ୍ଗରେ ଏସ୍ଆଇଆର୍ ଆରମ୍ଭ ପରେ ଅବୈଧ ବାଲାଂଦେଶୀ ଛାଡୁଛନ୍ତି ଭାରତ
- ଭୁଶୁଡୁଛି ମାଓ ଦୁର୍ଗ
- ଗୋଟିଏ ପରେ ଗୋଟିଏ ଅଞ୍ଚଳ ହେଉଛି ମାଓ ମୁକ୍ତ
- ବଡ଼ ବଡ଼ ମାଓବାଦୀଙ୍କ ଗଡ଼ୁଛି ମୁଣ୍ଡ
- ସୁରକ୍ଷାକର୍ମୀ ଚଳାଇଛନ୍ତି ବଡ଼ ଅଭିଯାନ
- ମାଓବାଦୀଙ୍କ ଉପରେ କରାଯାଉଛି ପ୍ରଚଣ୍ଡ ପ୍ରହାର
- ହିଡ୍ମା ପରି ଟପ୍ ମାଓ କମାଣ୍ଡର ଟଳି ସାରିଲେଣି
- ଶେଷ ନିଶ୍ବାସ ନେଉଛି ମାଓବାଦ
- ଓଡ଼ିଶାରେ ବି ଚାଲିଛି ଜୋରଦାର ଅଭିଯାନ
- ମାଓବାଦୀଙ୍କୁ ମୂଳପୋଛ କରିବାକୁ ଚାଲିଛି ସବୁ ପ୍ରୟାସ
- ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ମାଓବାଦୀ ମୂଳପୋଛ ପାଇଁ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ରହିଛି
ଜି- ୨୦ ସମ୍ମିଳନୀରେ ମୋଦୀ; ଅଷ୍ଟ୍ରେଲିଆ ପ୍ରତିପକ୍ଷଙ୍କ ସହ ସାକ୍ଷାତ
ଦେଶରେ ହିଂସାର ସ୍ଥାନ ନାହିଁ । ଆନ୍ଦୋଳନ ପ୍ରତିବାଦ ଓ ବିକ୍ଷୋଭ ମାଧ୍ୟମରେ ସାଧାରଣ ଲୋକ ସେମାନଙ୍କ ଅଧିକାର ପାଇପାରିବେ ବୋଲି ସମ୍ବିଧାନରେ ଉଲ୍ଲେଖ ରହିଛି । ହେଲେ ହିଂସା ଓ ରକ୍ତପାତ ମାଧ୍ୟମରେ ସାଧାରଣ ଲୋକଙ୍କୁ ସେମାନଙ୍କ ଅଧିକାର ଦେବାକୁ ବର୍ଷ ବର୍ଷ ଧରି ଜଙ୍ଗଲରେ ସଂଘର୍ଷ କରୁଛନ୍ତି ମାଓବାଦୀ । କିଛିମାତ୍ରରେ ପୁଞ୍ଜିପତି ଓ ମାଫିଆଙ୍କ ଠାରୁ ଜଳ, ଜମି ଜଙ୍ଗଲ ରକ୍ଷା କରିବାରେ ଏମାନେ ସମର୍ଥ ହୋଇଥିଲେ ବି ଏମାନଙ୍କ ହିଂସାତ୍ମକ କାର୍ଯ୍ୟକଳାପରେ ଅନେକ ସାଧାରଣ ଲୋକଙ୍କ ଜୀବନ ଯାଇଛି । ବସ୍ତରରେ କୁଖ୍ୟାତ ମାଓବାଦୀ ହିଡିମାଙ୍କୁ ପୁଲିସ ଏନକାଉଣ୍ଟର କରି ହତ୍ୟା କରିବା ପରେ ବସ୍ତର ଅଞ୍ଚଳର ଆଦିବାସୀମାନେ ହିଡମାଙ୍କ ସମର୍ଥନରେ ବାହାରିଛନ୍ତି । ହିଡମାଙ୍କ ମୃତ ଶରୀର ତାଙ୍କ ପୈତୃକଗ୍ରାମରେ ପହଂଚିବା ପରେ ହଜାର ହଜାର ସମର୍ଥକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ସେଠାରେ ପହଂଚିଥିଲେ । ସେମାନଙ୍କ ମଧ୍ୟରୁ କିଛି ଆଗଧାଡ଼ିର ମାଓ ସମର୍ଥକ କହିଛନ୍ତି କି, ବସ୍ତରର ଜମି ଓ ଜଳ ଏକ ନିର୍ଦ୍ଧିଷ୍ଟ ଶିଳ୍ପପତିଙ୍କୁ ଦେବାକୁ ସରକାର ଏଭଳି ନୃଶଂସ ଭାବେ ଦମନଲୀଳା ଚଳାଇଛି । ବସ୍ତରରେ ମାଓବାଦୀଙ୍କ ବ୍ୟତୀତ ଆଦିବାସୀମାନଙ୍କୁ ମଧ୍ୟ ଭୟଭୀତ କରି ବସ୍ତର ଛାଡିବାକୁ ବାଧ୍ୟ କରାଯାଉଛି । ଫଳରେ ବିନା ଦ୍ୱନ୍ଦ୍ୱରେ ସେହି ପୁଞ୍ଜିପତିଙ୍କ ହାତକୁ ବସ୍ତରର ଜଳ, ଜଙ୍ଗଲ ଓ ଜମି ହସ୍ତାନ୍ତର କରାଯାଇପାରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/22/mao-2025-11-22-16-19-06.jpg)