ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲା : ରିମାଣ୍ଡରେ ଗଲା ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଓ ଅରବିନ୍ଦ ଦାସ

ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ପୁଲିସ ଆଉ ଦୁଇ ଅଭିଯୁକ୍ତକୁ ଅଟକ ରଖିଥିବା ଜଣାଯାଇଛି ।    ଏଣେ ଗତକାଲି ଫେରାର ସାର୍ପସୁଟର୍ କୁରୁପତି ଭୂୟାଁ ଓ ଅନ୍ୟତମ ଅଭିଯୁକ୍ତ ଉମା ବିଷୋୟୀକୁ  ଧରି ଏକ ଅଜଣା ସ୍ଥାନରେ ପୁଲିସ ପଚରାଉଚରା କରୁଥିବା ଜଣାଯାଇଛି । 

345790

Photograph: (KANAKNEWS)

କନକବ୍ୟୁରୋ : ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ପୁଲିସ ଆଉ ଦୁଇ ଅଭିଯୁକ୍ତକୁ ଅଟକ ରଖିଥିବା ଜଣାଯାଇଛି । ଏଣେ ଗତକାଲି ଫେରାର ସାର୍ପସୁଟର୍ କୁରୁପତି ଭୂୟାଁ ଓ ଅନ୍ୟତମ ଅଭିଯୁକ୍ତ ଉମା ବିଷୋୟୀକୁ  ଧରି ଏକ ଅଜଣା ସ୍ଥାନରେ ପୁଲିସ ପଚରାଉଚରା କରୁଥିବା ଜଣାଯାଇଛି ।  ବିହାରୀ ସାର୍ପସୁଟର୍‌ ପୀତବାସଙ୍କୁ ହତ୍ୟା କରିଥା’ନ୍ତେ । ହେଲେ ସେମାନଙ୍କ ମଧ୍ୟରୁ ଜଣଙ୍କ ପତ୍ନୀଙ୍କ ଗର୍ଭନଷ୍ଟ ହୋଇଯିବାରୁ ସେମାନେ ହତ୍ୟା ନ କରି ଫେରି ଯାଇଥିଲେ । ଫଳରେ ଉମା ନିଜ ଗାଁ କୁକୁଡ଼ାଖଣ୍ଡି ବ୍ଲକ୍‌ ବନ୍ଥପଲ୍ଲୀରୁ କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନଙ୍କୁ ଡକାଇଥିଲା  । 

ଆଜି ସରୁଛି ପ୍ରଚାର, କମ୍ପୁଛି ବିହାର ; ମୋଦୀ, ଶାହ, ଯୋଗୀଙ୍କ ଜୋରଦାର ପ୍ରଚାର

ବେଙ୍ଗାଲୁରୁରୁ ଚିଣ୍ଟୁ ବସ୍‌ ଯୋଗେ ଆସି ବ୍ରହ୍ମପୁର ବସ୍‌ଷ୍ଟାଣ୍ଡରେ ଓହ୍ଲାଇଥିଲା ବେଳେ କୁରୁପତି ବନ୍ଥପଲ୍ଲୀରୁ ଆସି ପହଞ୍ଚିଥିଲା। ଯୋଗୀ ଓ ଉମା ସେମାନଙ୍କୁ ପୀତବାସଙ୍କ ଘର ପାଖରେ ମେସ୍‌ କରି ରହିବା ପାଇଁ ଉଦ୍ଦିଷ୍ଟ ଭଡ଼ାଘରେ ରଖାଇଥିଲେ।

ଅକ୍ଟୋବର ୬ ତାରିଖ ରାତି ୧୦ଟା ବେଳେ ଚିଣ୍ଟୁ ଓ କୁରୁପତି ଏକ ବାଇକ୍‌ରେ ପୀତବାସଙ୍କ ଘର ପାଖ ବୈକୁଣ୍ଠନଗର ପ୍ରଥମ ଗଳିରେ ଅପେକ୍ଷା କରିଥିଲେ। ପୀତବାସ ପହଞ୍ଚିବା କ୍ଷଣି କୁରୁପତି ତାଙ୍କୁ ‘ପୀତବାସ ଆଜ୍ଞା କି.. ନମସ୍କାର’ ବୋଲି କହିଥିଲେ। ପ୍ରତି ଉତ୍ତରରେ ପୀତବାସ ‘କିଏ’ ବୋଲି ପଚାରିବାରୁ କୁରୁପତି ତାଙ୍କ ଛାତିକୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲା 

୮ବର୍ଷ ପରେ ଆଲୁଅ ଦେଖିଲେ ଗାଁଲୋକେ, ଖବର ବାଜିବା ପରେ ଚେତିଲା ପ୍ରଶାସନ

 ପୀତବାସ ତଳେ ପଡ଼ିଯିବା ପରେ ଉଭୟ ବାଇକ୍‌ରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ସେମାନେ ମାଉସୀମା’ ମନ୍ଦିର, ରେଡିଓ ଷ୍ଟେସନ୍‌, ଲୋଚାପଡ଼ା, ଗୁରୁଣ୍ଡି ଦେଇ ଯାଇ ଶୀତଳାପଲୀରେ ପହଞ୍ଚିବା ପରେ କପଡ଼ା, ହେଲମେଟ୍‌ ଓ ଜୋତା ବଦଳାଇବା ସହ ବ୍ୟବହୃତ ବନ୍ଧୁକକୁ ପୋତିଦେଲେ। ଗାଡ଼ି ନେଇ ପୁରୁଷୋତ୍ତମପୁର ଆଡ଼େ ଯାଇ ରାମେଶ୍ବର ପାଖରେ ଏକ ଚା’ ଦୋକାନରେ ଗାଡ଼ି ରଖି ବସ୍‌ରେ ପୁରୀ ପଳାଇଲେ। ପୁରୀରୁ ଚିଣ୍ଟୁ ଟ୍ରେନ୍‌ରେ ବେଙ୍ଗାଲୁରୁ ଓ କୁରୁପତି କୋରାପୁଟ ଜିଲ୍ଲାର ଜୟପୁରକୁ ଯାଇଥିଲା। ଜୟପୁରରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ବନ୍ଧୁ ସୁନିଲ ହୋତା ତାଙ୍କୁ ନିଜ ଫାର୍ମ ହାଉସ୍‌ରେ ଆଶ୍ରୟ ଦେଇଥିଲେ; ଯାହା ବିକ୍ରମ ମଧ୍ୟ ଜାଣିଥିଲେ। ସୁନିଲଙ୍କ ଫାର୍ମ ହାଉସ୍‌‌ରେ କୁରୁପତି ୪ ଦିନ ରହିବା ପରେ ବାହାର ରାଜ୍ୟକୁ ପଳାଇଥିବା ପୁଲିସ କହିଛି।
 

ଗଞ୍ଜାମଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡା ଓ ପୂର୍ବତନ ମେୟର ଶିବଶଙ୍କର ଦାସ ଓରଫ ପିଣ୍ଟୁ ମୁଖ୍ୟ ଷଡ଼୍‌ଯନ୍ତ୍ରକାରୀ  

ହତ୍ୟାକାଣ୍ଡର ୧୭ ଦିନ ପରେ ବ୍ରହ୍ମପୁର ପୁଲିସ ରହସ୍ୟ ଉନ୍ମୋଚନ କରିବା ସହ ଏହି ମାମଲାରେ ୧୨ ଜଣଙ୍କୁ ଗିରଫ କରିଥିଲା। ହତ୍ୟାକାଣ୍ଡରେ ପୂର୍ବତନ ବ୍ରହ୍ମପୁର ବିଧାୟକ ତଥା ଗଞ୍ଜାମଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବଶଙ୍କର ଦାସ ଓରଫ ପିଣ୍ଟୁକୁ ପୁଲିସ ମୁଖ୍ୟ ଷଡ଼୍‌ଯନ୍ତ୍ରକାରୀ ବୋଲି ଦର୍ଶାଇଛି। ଜାମିନ ନାମଞ୍ଜୁର ପରେ ସମସ୍ତ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ବ୍ରହ୍ମପୁର ଏସ୍‌ପି ଡା. ଶରବଣା ବିବେକ ଏମ୍‌ ହତ୍ୟା ଷଡ୍‌ଯନ୍ତ୍ର ଠାରୁ ଆରମ୍ଭ କରି ଅଭିଯୁକ୍ତଙ୍କ ଭୂମିକା ଉପରେ ବିସ୍ତୃତ ତଥ୍ୟ ରଖିଛନ୍ତି । 

ପୀତବାସଙ୍କୁ ହତ୍ୟା କରିବାକୁ ବହୁ ଆଗରୁ ଯୋଜନା ହୋଇଥିଲା। ଏଥିପାଇଁ ହିଞ୍ଜିଳିର ବିପିନ ସ୍ବାଇଁ ବିହାରୀ ସାର୍ପସୁଟର୍‌ ଶିଶୁପାଳ କୁମାର ପାଶ୍‌ୱାନ ଓ କୁନ୍ଦନ କୁମାରଙ୍କୁ ଯୋଗାଡ଼ କରିଥିଲା। ସେମାନେ ସେପ୍ଟେମ୍ବର ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ଅଳକାପୁରୀ ଅଞ୍ଚଳର ଶୂନ୍ୟ ଦାସଙ୍କ ଘରେ ଭଡ଼ାରେ ରହିଥିଲେ ।

ହିଞ୍ଜିଳିର ବିପିନ ଓ ବଡ଼ଗଡ଼ର ସୀମାଞ୍ଚଳ ନାୟକ ଏମାନଙ୍କ ସହ ମିଶି ରେକି କରିଥିଲେ। ଦୈନନ୍ଦିନ ପୀତବାସଙ୍କ ଘରୁ କୋର୍ଟ ଓ ସନ୍ଧ୍ୟାରେ ପାର୍କସାହିସ୍ଥିତ ଚାମ୍ବର୍‌ ଯିବାଆସିବା ସମୟକୁ ସେମାନେ ଟ୍ରାକ୍‌ କରି ଉଚିତ ସମୟ ବାଛିଥିଲେ। ଉମା ବିଷୋୟୀ, ଯୋଗେନ୍ଦ୍ର ରାଉତ ଏମାନଙ୍କୁ ମଳୟ ବିଷୋୟୀଙ୍କ ସହଯୋଗରେ ଅଳକାପୁରୀର ଶୂନ୍ୟଚନ୍ଦ୍ର ଦାସଙ୍କ ଘରେ ଭଡ଼ାରେ ରହିବା ବ୍ୟବସ୍ଥା କରିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe