କନକ ବ୍ୟୁରୋ: ଖବର ବାଜିଲା ଆଲୁଅ ଜଳିଲା । କନକ ନ୍ୟୁଜ୍ରେ ଖବର ବାଜିବା ପରେ ଚେତିଲା ପ୍ରଶାସନ, ଗାଁକୁ ମିଳିଲା ବିଦ୍ୟୁତ ସେବା । ୮ବର୍ଷ ପରେ ଆଲୁଅ ଦେଖିଲେ ଗାଁଲୋକେ । ଗଞ୍ଜାମ ଧରାକୋଟର ରାଜସ୍ବ ଗାଁ ପିଲିପଦର । ଗାଁକୁ ବିଦ୍ୟୁତ ସଂଯୋଗ ଯାଇଥିଲେ ବି ଗତ ୨୦୧୭ ମସିହାରୁ ବିଦ୍ୟୁତ ବିଚ୍ଛିନ୍ନ କରିଦିଆଯାଇଥିବା ଅଭିଯୋଗ ହୋଇଥିଲା । ଦିର୍ଘ ୮ବର୍ଷ ହେଲା ଗାଁର ଲୋକେ ଅନ୍ଧାରରେ ରହୁଥିଲେ ।
ନବୀନ, ସଞ୍ଜୟଙ୍କୁ ଜୟ ଢୋଲକିଆଙ୍କ ଜବାବ : ବ୍ୟକ୍ତିଗତ ସ୍ତରରେ ନୂଆପଡ଼ା ରାଜନୀତି
ବିଦ୍ୟୁତ ସେବା ଯୋଗାଇବା ପାଇଁ ଗାଁ ଲୋକ ବାରମ୍ବାର ସ୍ଥାନୀୟ ଲୋକ ପ୍ରତିନିଧି ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ପାଖକୁ ବିଦ୍ୟୁତ ସମସ୍ୟା ନେଇ ଗୁହାରି କରିବା ପରେ ବି କୌଣସି ସୁଫଳ ମିଳି ନଥିଲା । ହେଲେ ଏହି ଉପାନ୍ତ ଗାଁରେ କନକ ନ୍ୟୁଜ ଟିମ ପହଞ୍ଚି ସେପ୍ଟେମ୍ବର ୨୩ତାରିଖରେ ବିଦ୍ୟୁତ ସମସ୍ୟା ନେଇ ଖବର ପ୍ରସାରଣ କରିଥିଲା । ଭଞ୍ଜନଗର ଉପଜିଲ୍ଲାପାଳ ବି ପ୍ରତିକ୍ରିୟା ଦେଇ ଗାଁର ସମସ୍ୟା ତୁରନ୍ତ ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ । ଏବେ ତାଙ୍କ ନିର୍ଦ୍ଦେଶରେ ଗାଁକୁ ବିଦ୍ୟୁତ ଯୋଗାଇ ଦିଆ ଯାଇଛି । ଫଳରେ ଗାଁର ଲୋକେ ଦିର୍ଘ ୮ବର୍ଷ ପରେ ବିଜୁଳି ଆଲୁଅ ପାଇଛନ୍ତି । ସେଥିପାଇଁ ଗାଁ ଲୋକ ଖୁସି ଥିବା ବେଳେ ଏବେ ଗାଁକୁ ରାସ୍ତା ଯୋଗାଇବା ପାଇଁ ପୁଣି ଅନୁରୋଧ କରିଛନ୍ତି । ଅନ୍ୟ ପଟେ ଧରାକୋଟ ବିଡ଼ିଓ କହିଛନ୍ତି ସେ ଗାଁ କୁ ଯାଇ ଅନନ୍ୟ ସମସ୍ୟା ସମାଧାନ କରିବା ପାଇଁ ପଦକ୍ଷେପ ନେବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/04/13-2025-11-04-12-00-32.jpg)