ରୋହିତ୍ ଶେଟ୍ଟୀଙ୍କ ଘର ଉପରକୁ ଗୁଳିମାଡ଼ ଘଟଣା: ଜେଲରୁ ରଚାଯାଇଥିଲା ଷଡ଼ଯନ୍ତ୍ର

Advertisment

ରୋହିତ୍ ଶେଟ୍ଟୀଙ୍କ ବାସଭବନ ଉପରେ କିଛି ଅଜ୍ଞାତ ବ୍ୟକ୍ତି ୪ରୁ୫ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲେ । ଗୁଳିକାଣ୍ଡ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ୍ ଦ୍ବାରା କରାଯାଇଥିବା ବିଷ୍ନୋଇ ଗ୍ୟାଙ୍ଗ୍ ସ୍ବିକାର କରିଥିବା ବେଳେ ଏହି ଘଟଣାକୁ ନେଇ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।

ରୋହିତ୍ ଶେଟ୍ଟୀଙ୍କ ବାସଭବନ ଉପରେ କିଛି ଅଜ୍ଞାତ ବ୍ୟକ୍ତି ୪ରୁ୫ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲେ । ଗୁଳିକାଣ୍ଡ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ୍ ଦ୍ବାରା କରାଯାଇଥିବା ବିଷ୍ନୋଇ ଗ୍ୟାଙ୍ଗ୍ ସ୍ବିକାର କରିଥିବା ବେଳେ ଏହି ଘଟଣାକୁ ନେଇ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।

Rohit Shetty

Rohit Shetty Photograph: (KanakNews)

କନକ ବ୍ୟୁରୋ: ଗତ ଫେବୃଆରି ୧ତାରିଖ ଦିନ ବଲିଉଡ୍ ନିର୍ଦ୍ଦେଶକ ରୋହିତ୍ ଶେଟ୍ଟୀଙ୍କ ଜୁହୁସ୍ଥିତ ବାସଭବନ ଉପରେ ଅଜ୍ଞାତ ବ୍ୟକ୍ତି ୪ରୁ୫ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଥିଲେ । ପରବର୍ତ୍ତୀ ମୂହୁର୍ତ୍ତରେ ଗୁଳିକାଣ୍ଡ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ୍ ଦ୍ବାରା କରାଯାଇଥିବା ବିଷ୍ନୋଇ ଗ୍ୟାଙ୍ଗ୍ ସ୍ବିକାର କରିଥିବା ବେଳେ ଏହି ଘଟଣାକୁ ନେଇ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ମୁମ୍ବାଇ କ୍ରାଇମବ୍ରାଞ୍ଚ ତଦନ୍ତରୁ ଜଣାପଡ଼ିଛି, ଏହି ଆକ୍ରମଣ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ମହାରାଷ୍ଟ୍ର ମୁଖ୍ୟ ଶୁଭମ ଲୋଙ୍କର ଏବଂ ତାଙ୍କ ଭାଇ ପ୍ରବୀଣ ଲୋଙ୍କରଙ୍କ ଦ୍ୱାରା ସଂଗଠିତ ଏକ ଷଡ଼ଯନ୍ତ୍ର ଥିଲା । କ୍ରାଇମବ୍ରାଞ୍ଚର ତଦନ୍ତ ରିପୋର୍ଟ ଅନୁଯାୟୀ, ବାବା ସିଦ୍ଦିକି ହତ୍ୟା ମାମଲାରେ ବର୍ତ୍ତମାନ ଜେଲରେ ଥିବା ପ୍ରବୀଣ ଲୋଙ୍କାର ଓ ପ୍ରବୀଣ ଲୋଙ୍କର ଜେଲ ଭିତରୁ ଷଡ଼ଯନ୍ତ୍ର ରଚିଥିଲେ ।

ଅଧିକ ପଢନ୍ତୁ : ଆଫଗାନିସ୍ତାନ ବସ୍ ଦୁର୍ଘଟଣାରେ ୭୯ ମୃତ, ଉତ୍ତର ନାଇଜେରିଆ ମସଜିିଦ ଗୁଳି କାଣ୍ଡରେ ୨୭ ନିହତ

ଏହି କାଣ୍ଡ ଘଟାଇବା ପାଇଁ ସେ ବନ୍ଧୁକ,ଗୁଳି, ବାଇକ୍ ଓ ଟଙ୍କା ମଧ୍ୟ ଯୋଗାଇ ଦେଇଥିଲେ। ପୁଣେରୁ ୩୦ହଜାରରେ ଏକ ବାଇକ୍ କିଣାଯାଇ ମୁମ୍ବାଇ ଅଣାଯାଇଥିଲା । ସୁଟରମାନେ କିଛିଦିନ ରୋହିତ ଶେଟ୍ଟୀଙ୍କ ଘର ବାହାରେ ରେକି କରିଥିଲେ, ଏବଂ ପରେ ସୁଯୋଗ ପାଇ ଗୁଳିଚଳାଇଥିଲେ । ତେବେ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ଏପର୍ଯ୍ୟନ୍ତ ପୁଣେ, ହରିୟାଣା, ରାଜସ୍ଥାନ ଓ ଉତ୍ତର ପ୍ରଦେଶରୁ ମୁଖ୍ୟ ସୁଟର ସମେତ ୧୧-୧୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ମୁଖ୍ୟ ସୁଟର ଦୀପକ ଶର୍ମାକୁ ହରିୟାଣାରେ ଗିରଫ କରାଯାଇଥିଲା, ଯାହାକୁ ଏହି କାମ ପାଇଁ ୫୦,୦୦୦ ଟଙ୍କା ମିଳିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe