ଏସଆଇ ନିଯୁକ୍ତି କେଳେଙ୍କାରୀରେ ପଦାକୁ ଆସିଲା ସାଂଘାତିକ ସତ, ଜାଲିଆତି ପାଇଁ ମାର୍ଚ୍ଚରୁ ଚାଲିଥିଲା ଷଡଯନ୍ତ୍ର

Advertisment

ସିବିଆଇ ଚାର୍ଜସିଟ୍ କହୁଛି, ଏସଆଇ ପରୀକ୍ଷା ଜାଲିଆତି ପାଇଁ ଗତବର୍ଷ ମାର୍ଚ୍ଚରୁ ହୋଇଥିଲା ସମସ୍ତ ପ୍ରସ୍ତୁତି । ଆଶାୟୀ ପରୀକ୍ଷାର୍ଥୀଙ୍କ ଠାରୁ ଆଦାୟ ହୋଇସାରିଥିଲା ୨୫ ଲକ୍ଷ ଟଙ୍କା । ଏହା ସତ୍ତ୍ୱେ, ଜାଲିଆତିର ବଡ଼ କାର୍ପଟଦାର ସିଲିକନ୍ ଟେକଲ୍ୟାବ ପ୍ରାଇଭେଟ ଲିମିଟେଡକୁ ଅଗଷ୍ଟରେ କ୍ଲିନଚିଟ୍ ଦେଇଥିଲା ନିଜେ କ୍ରାଇମବ୍ରାଞ୍ଚ୍ । ସୂଚନା ଅନୁସାରେ, ଏସଆଇ ନିଯୁକ୍ତି ପରୀକ୍ଷା ଦାୟିତ୍ୱ ନେଇଥିଲା କେନ୍ଦ୍ରୀୟ ପିଏସୟୁ ଆଇଟିଆଇ ଲିମିଟେଡ୍ ।

ସିବିଆଇ ଚାର୍ଜସିଟ୍ କହୁଛି, ଏସଆଇ ପରୀକ୍ଷା ଜାଲିଆତି ପାଇଁ ଗତବର୍ଷ ମାର୍ଚ୍ଚରୁ ହୋଇଥିଲା ସମସ୍ତ ପ୍ରସ୍ତୁତି । ଆଶାୟୀ ପରୀକ୍ଷାର୍ଥୀଙ୍କ ଠାରୁ ଆଦାୟ ହୋଇସାରିଥିଲା ୨୫ ଲକ୍ଷ ଟଙ୍କା । ଏହା ସତ୍ତ୍ୱେ, ଜାଲିଆତିର ବଡ଼ କାର୍ପଟଦାର ସିଲିକନ୍ ଟେକଲ୍ୟାବ ପ୍ରାଇଭେଟ ଲିମିଟେଡକୁ ଅଗଷ୍ଟରେ କ୍ଲିନଚିଟ୍ ଦେଇଥିଲା ନିଜେ କ୍ରାଇମବ୍ରାଞ୍ଚ୍ । ସୂଚନା ଅନୁସାରେ, ଏସଆଇ ନିଯୁକ୍ତି ପରୀକ୍ଷା ଦାୟିତ୍ୱ ନେଇଥିଲା କେନ୍ଦ୍ରୀୟ ପିଏସୟୁ ଆଇଟିଆଇ ଲିମିଟେଡ୍ ।

7PM5

କନକ ବ୍ୟୁରୋ : ପୁଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଚାଞ୍ଚଲ୍ୟକର ଖୁଲାସା । ସିବିଆଇ ସ୍କାନରରେ ଥିବା ଏବଂ ସରକାରଙ୍କ ଦ୍ବାରା କଳାତାଲିକାଭୁକ୍ତ ହୋଇସାରିଥିବା ସିଲିକନ୍ ଟେକ୍ ଲ୍ୟାବ୍ ସଂସ୍ଥାକୁ ପୂର୍ବରୁ କ୍ଲିନଚିଟ୍ ଦେଇଥିଲା ନିଜେ କ୍ରାଇମବ୍ରାଞ୍ଚ । କନକ ନ୍ୟୁଜ ହାତରେ ଲାଗିଛି ଏକ୍ସକ୍ଲୁସିଭ ଦସ୍ତାବିଜ । ଗୋଟିଏ ପଟେ ଏହାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ, ସିବିଆଇ ତଦନ୍ତ ବି ଧୀରେ ଧୀରେ ମନ୍ଥର ହୋଇଯାଉଥିବା ଚର୍ଚ୍ଚା ହେଉଛି ।

ଅଧିକ ପଢ଼ନ୍ତୁ :  ପୁଲିସ ଏସଆଇ ପରୀକ୍ଷା ସ୍କାମ ମାମଲା;ସିଲିକନ୍ ଟେକ୍ ଲ୍ୟାବକୁ ପୂର୍ବରୁ କ୍ଲିନଚିଟ ଦେଇଥିଲା କ୍ରାଇମବ୍ରାଞ୍ଚ

ସିବିଆଇ ଚାର୍ଜସିଟ୍ କହୁଛି, ଏସଆଇ ପରୀକ୍ଷା ଜାଲିଆତି ପାଇଁ ଗତବର୍ଷ ମାର୍ଚ୍ଚରୁ ହୋଇଥିଲା ସମସ୍ତ ପ୍ରସ୍ତୁତି । ଆଶାୟୀ ପରୀକ୍ଷାର୍ଥୀଙ୍କ ଠାରୁ ଆଦାୟ ହୋଇସାରିଥିଲା ୨୫ ଲକ୍ଷ ଟଙ୍କା । ଏହା ସତ୍ତ୍ୱେ, ଜାଲିଆତିର ବଡ଼ କାର୍ପଟଦାର ସିଲିକନ୍ ଟେକଲ୍ୟାବ ପ୍ରାଇଭେଟ ଲିମିଟେଡକୁ ଅଗଷ୍ଟରେ କ୍ଲିନଚିଟ୍ ଦେଇଥିଲା ନିଜେ କ୍ରାଇମବ୍ରାଞ୍ଚ୍ । ସୂଚନା ଅନୁସାରେ, ଏସଆଇ ନିଯୁକ୍ତି ପରୀକ୍ଷା ଦାୟିତ୍ୱ ନେଇଥିଲା କେନ୍ଦ୍ରୀୟ ପିଏସୟୁ ଆଇଟିଆଇ ଲିମିଟେଡ୍ । ‘ସିଲିକନ୍’କୁ ଦେଇଥିଲା ପ୍ରଶ୍ନପତ୍ର ପ୍ରସ୍ତୁତି ଓ ମୁଦ୍ରଣ ଦାୟିତ୍ୱ । ସିଲିକନର ପୃଷ୍ଠଭୂମି ଓ ସ୍ବଚ୍ଛତା ଯାଞ୍ଚ ପାଇଁ ଜୁଲାଇ ୩୧ରେ କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଥିଲା ଓପିଆରବି । ଅଗଷ୍ଟ ୪ରେ କ୍ରାଇମବ୍ରାଞ୍ଚ ଡିଏସପି ଦେଇଥିଲେ ଯାଞ୍ଚ ରିପୋର୍ଟ । ସିଲିକନ୍‌ ବିରୋଧରେ କୌଣସି ଆପରାଧିକ ମାମଲା କିମ୍ୱା ନକାରାତ୍ମକ କଥା ଖୋଜି ପାଇନଥିଲା କ୍ରାଇମବ୍ରାଞ୍ଚ । ଏହି କ୍ଲିନଚିଟ୍ ବଳରେ ଥାର୍ଡ ପାର୍ଟି ଭେଣ୍ଡର ଭାବେ ନିୟୋଜିତ ହୋଇଥିଲା ସିଲିକନ୍‌, ଯାହା ବିରୋଧରେ ରହିଛି ପ୍ରଶ୍ନପତ୍ର ବଦଳାଇବା ଭଳି ସଂଗୀନ ଅଭିଯୋଗ । ତେବେ ପ୍ରଶ୍ନ ଉଠୁଛି, ମାର୍ଚ୍ଚରୁ ଜାଲିଆତି ପ୍ରସ୍ତୁତି ଚାଲିଥିଲେ ବି, ଅଗଷ୍ଟରେ କେମିତି ଏହାର ସୁରାଗ ପାଇଲାନି କ୍ରାଇମବ୍ରାଞ୍ଚ? ଖାମଖିଆଲ ଭାବେ ପୃଷ୍ଠଭୂମି ଯାଞ୍ଚ କରାଯାଇଥିଲା କି? ସେ ଦିଗରେ ତଦନ୍ତ କରିବ କି ସିବିଆଇ? 

ଅଧିକ ପଢ଼ନ୍ତୁ :  ପୁଲିସ ଏସଆଇ ପରୀକ୍ଷା କେଳେଙ୍କାରୀର ଗୁମର ଖୋଲିଲା କ୍ରାଇମବ୍ରାଂଚ : ଏବେ ବି ଫେରାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି

ପ୍ରାୟ ୨ମାସରୁ ଅଧିକ ସମୟ ହେଲା ଏସଆଇ ନିଯୁକ୍ତି କେଳେଙ୍କାରୀର ସିବିଆଇ ଯାଂଚ କରୁଛି। କିନ୍ତୁ ଏପର୍ଯ୍ୟନ୍ତ  ବିଶେଷ କିଛି ସଫଳତା ମିଳିନି। ଏତେ ବଡ ଦୁର୍ନୀତି ପଛରେ ଯେଉଁ ବଡବଡ଼ିଆ ଥିବାର ସନ୍ଦେହ କରାଯାଉଛି ସେମାନଙ୍କ ପାଖରେ ପହଁଚି ପାରିନି ସିବିଆଇର ହାତ। ଯାହାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି।  ପ୍ରଶ୍ନ ଉଠୁଛି, ଚିଟଫଣ୍ଡ ମାମଲା ଭଳି ଅଧାରେ ଅଟକି ଯିବନି ତ ଏସଆଇ ନିଯୁକ୍ତି କେଳେଙ୍କାରୀର ତଦନ୍ତ? ସମୟ ଗଡ଼ିବା ପରେ ଚାପି ହୋଇଯିବନି ତ କେଳେଙ୍କାରୀର ଫାଇଲ୍? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe