କନକ ବ୍ୟୁରୋ : ପୁଲିସ ଏସଆଇ ପରୀକ୍ଷା ସ୍କାମ । ସିଲିକନ୍ ଟେକ୍ ଲ୍ୟାବ ପ୍ରାଇଭେଟ ଲିମିଟେଡ୍‌ ଏସଟିଏଲକୁ ପୂର୍ବରୁ କ୍ଲିନ୍ ଚିଟ୍ ଦେଇଥିଲା କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ କ୍ୟାରେକ୍ଟର ସାର୍ଟିଫିକେଟ ପାଇବା ପରେ ପୁଲିସ ଏସ୍‌ଆଇ ପରୀକ୍ଷା ପରିଚାଳନା କରିଥିଲା ସିଲିକନ୍ ଟେକ୍ ତଥା ଏସଟିଏଲ । ଏପରିକି କମ୍ପାନିର ମୁଖ୍ୟ ସୁରେଶ ନାୟକଙ୍କୁ ମଧ୍ୟ କ୍ଲିନଚିଟ୍‌ ଦେଇଥିଲା କ୍ରାଇମବ୍ରାଞ୍ଚ । 

Advertisment

କନକ ନ୍ୟୁଜ ହାତରେ ଲାଗିଛି କ୍ରାଇମବ୍ରାଞ୍ଚ ଏସଟିଏଲକୁ ଦେଇଥିବା କ୍ଲିନ୍ ଚିଟ୍ ସାର୍ଟିଫିକେଟର ଏକ୍ସକ୍ଲୁସିଭ ଦସ୍ତାବିଜ । ଏପରିକି ଏ ଚିଠି ଦର୍ଶାଉଛି ସିଲିକନ୍ ଟେକ୍ ଲ୍ୟାବ ପୂର୍ବରୁ ଜେଲ ୱାର୍ଡର ଓ ହାଇକୋର୍ଟ ଏଏସଓ ପରୀକ୍ଷା ପରିଚାଳନା କରିଥିଲା । ସିବିଆଇ ଚାର୍ଜସିଟ୍ କହୁଛି ୨୦୨୫ ମାର୍ଚ୍ଚ ମାସରୁ ପୋଲିସ ଏସଆଇ ପରୀକ୍ଷା ଜାଲିଆତି ପାଇଁ ସମସ୍ତ ପ୍ରସ୍ତୁତି ସହ ଆଶାୟୀ ପରୀକ୍ଷାର୍ଥୀଙ୍କ ଠାରୁ ୨୫ ଲକ୍ଷ ଟଙ୍କା ଆଦାୟ ହୋଇ ସାରିଥିଲା। ହେଲେ ଏତେ ପରେ ବି ଗତ ୨୦୨୫ ଅଗଷ୍ଟ ୪ତାରିଖରେ ହିଁ ସିଲିକନ୍ ଟେକ୍ ଲ୍ୟାବକୁ କ୍ଲିନଚିଟ୍ ଦେଇଥିଲା କ୍ରାଇମବ୍ରାଞ୍ଚ ।  

ଅଧିକ ପଢ଼ନ୍ତୁ---ରାଉରକେଲାରେ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ; ପାଇଲଟ୍‌ଙ୍କ ସମେତ ୬ ଯାତ୍ରୀ ଆହତ