ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣାର ସାଙ୍ଘାତିକ ସତ ପ୍ରକାଶ ,

Advertisment

ଖୁଣ୍ଟା ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ରାଗିଂ ଘଟଣା ପଛର ସାଙ୍ଘାତିକ ସତ ବଖାଣିଲେ ଛାତ୍ର । ନିଜ ଦୋଷ ଲୁଚାଇବାକୁ ନିର୍ଯାତନାର ଶିକାର ଛାତ୍ରମାନଙ୍କୁ ଘରକୁ ପଠାଇ ଦେଲେ ବିଦ୍ୟାଳୟ କର୍ତ୍ତୃପକ୍ଷ। ୭ ନୁହେଁ ବରଂ ୨୦ରୁ ୨୨ ଜଣ ଛାତ୍ରଙ୍କୁ ଆଣ୍ଠେଇ ବାଡ଼ିରେ ନିର୍ଘାତ ମାଡ଼ ମାରିଥିଲେ ନବମ ଶ୍ରେଣୀ ସିନିୟର ଛାତ୍ର ।

School Student

School Student Photograph: (Kanak News)

କନକ ବ୍ୟୁରୋ : ଖୁଣ୍ଟା ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ରାଗିଂ ଘଟଣା ପଛର ସାଙ୍ଘାତିକ ସତ ବଖାଣିଲେ ଛାତ୍ର । ନିଜ ଦୋଷ ଲୁଚାଇବାକୁ ନିର୍ଯାତନାର ଶିକାର ଛାତ୍ରମାନଙ୍କୁ ଘରକୁ ପଠାଇ ଦେଲେ ବିଦ୍ୟାଳୟ କର୍ତ୍ତୃପକ୍ଷ। ୭ ନୁହେଁ ବରଂ ୨୦ରୁ ୨୨ ଜଣ ଛାତ୍ରଙ୍କୁ ଆଣ୍ଠେଇ ବାଡ଼ିରେ ନିର୍ଘାତ ମାଡ଼ ମାରିଥିଲେ ନବମ ଶ୍ରେଣୀ ସିନିୟର ଛାତ୍ର । ଯିଏ ମାଡ଼ ନଖାଇଲା ସିଏ ଅଧିକ ସମୟ ଆଣ୍ଠେଇଛି ।

ଅଧିକ ପଢନ୍ତୁ : ପୁଣି ଶିକ୍ଷାନୁଷ୍ଠାନରେ ରାଗିଂ: ଡ୍ରଗ୍ସ ନେବାକୁ ମନା କରିବାରୁ ଛାତ୍ରଙ୍କୁ ନିସ୍ତୁକ ମାଡ଼

 କେବଳ ଏହି ଗୋଟିଏ ଥର  ନୁହେଁ ପୂର୍ବରୁ ହଷ୍ଟେଲରେ ବାରମ୍ବାର ଏହି ପରି ରାଗିଂ କରାଯାଏ ଏବଂ ହଷ୍ଟେଲ ଦାୟିତ୍ୱରେ ଥିବା ସୁପେରିଟେଣ୍ଡେଣ୍ଟ, ମେଟ୍ରୋନ ଏବଂ ୱାର୍ଡେନ ହଷ୍ଟେଲରେ ଅନୁପସ୍ଥିତ ରହୁଥିବାରୁ ବାରମ୍ବାର ଏହିଭଳି ରାଗିଂ କରାଯାଏ ବୋଲି କହିଛନ୍ତି ରାଗିଂର ଶିକାର ଛାତ୍ର । ସେ ନିଜେ ଏକ ବର୍ଷ ଭିତରେ ୫ ରୁ ୬ ଥର ରାଗିଂର ଶିକାର ହୋଇଛନ୍ତି । ଯାହା ଖୋଲି ଦେଇଛି ଖୁଣ୍ଟା ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ହଷ୍ଟେଲ ଭିତରେ ଚାଲିଥିବା ଅନ୍ତେବାସୀଙ୍କୁ ନିର୍ଯାତନାର ଗୁମର । ସେପଟେ ଭିଡ଼ିଓରେ ଥିବା ୩ ଜଣ ଛାତ୍ରଙ୍କୁ ନିଜ ଘରେ ଆଣି ଛାଡି ଯାଇଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ । ତଦନ୍ତରୁ ବର୍ତ୍ତିବା ପାଇଁ ଏଭଳି କରାଯାଇଥିବା ଅନୁମାନ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe