ଶିବସେନା ପୁଣିଥରେ ଭାଙ୍ଗିପାରେ, ଏକନାଥ ସିନ୍ଦେ ବିଜେପିକୁ ଭୟ କରୁଛନ୍ତି  ବୋଲି କହିଲେ ଉଦ୍ଧବ ଠାକ୍‌ରେ

Advertisment

ମୁଖ୍ୟ ଉଦ୍ଧବ ଠାକ୍‌ରେ ଦାବି କରିଛନ୍ତି ଯେ ଏକନାଥ ସିନ୍ଦେ ବିଜେପିକୁ ଭୟ କରୁଛନ୍ତି । ସିନ୍ଦେ ନବ ନିର୍ବାଚିତ ଶିବସେନା କର୍ପୋ‌ରେଟରଙ୍କୁ ମୁମ୍ବାଇର ଏକ ଫାଇଭ ଷ୍ଟାର ହୋଟେଲକୁ ଡାକିବାପରେ ଉଦ୍ଧବ ଠାକ୍‌ରେ ସିନ୍ଦେଙ୍କୁ କଟାକ୍ଷ କରିଛନ୍ତି

ମୁଖ୍ୟ ଉଦ୍ଧବ ଠାକ୍‌ରେ ଦାବି କରିଛନ୍ତି ଯେ ଏକନାଥ ସିନ୍ଦେ ବିଜେପିକୁ ଭୟ କରୁଛନ୍ତି । ସିନ୍ଦେ ନବ ନିର୍ବାଚିତ ଶିବସେନା କର୍ପୋ‌ରେଟରଙ୍କୁ ମୁମ୍ବାଇର ଏକ ଫାଇଭ ଷ୍ଟାର ହୋଟେଲକୁ ଡାକିବାପରେ ଉଦ୍ଧବ ଠାକ୍‌ରେ ସିନ୍ଦେଙ୍କୁ କଟାକ୍ଷ କରିଛନ୍ତି

Uddhav alleges

Uddhav alleges Photograph: (GOOGLE)

 କନକ ବ୍ୟୁରୋ:  ମୁଖ୍ୟ ଉଦ୍ଧବ ଠାକ୍‌ରେ ଦାବି କରିଛନ୍ତି ଯେ ଏକନାଥ ସିନ୍ଦେ ବିଜେପିକୁ ଭୟ କରୁଛନ୍ତି । ସିନ୍ଦେ ନବ ନିର୍ବାଚିତ ଶିବସେନା କର୍ପୋ‌ରେଟରଙ୍କୁ ମୁମ୍ବାଇର ଏକ ଫାଇଭ ଷ୍ଟାର ହୋଟେଲକୁ ଡାକିବାପରେ ଉଦ୍ଧବ ଠାକ୍‌ରେ ସିନ୍ଦେଙ୍କୁ କଟାକ୍ଷ କରିଛନ୍ତି । ବିଏମ୍‌ସି ଉପରୁ ନିୟନ୍ତ୍ରଣ ହରାଇବାପରେ ଉଦ୍ଧବ ତାଙ୍କ ନିରବତା ଭାଙ୍ଗିଛନ୍ତି ଏବଂ କହିଛନ୍ତି ଯେ ଦେଶର ସବୁଠାରୁ ଧନୀ ପୌର ନିଗମକୁ ନିୟନ୍ତ୍ରଣକୁ ନେବାପାଇଁ ସିନ୍ଦେ ସେନା ମେଣ୍ଟରେ ବି ଫାଟ ସୃଷ୍ଟି ହୋଇପାରେ । ଉଦ୍ଧବ କହିଛନ୍ତି, ଏକନାଥ ସିନ୍ଦେ ତାଙ୍କ କର୍ପୋରେଟରମାନଙ୍କୁ ଏକ ପଞ୍ଚ ତାରକା ହୋଟେଲରେ ରଖୁଥିବାରୁ ସେ ବିଜେପିକୁ ଭୟ କରୁଛନ୍ତି । ସେ ଜାଣିଛନ୍ତି ଯେ ଯଦି ଶିବସେନା ଥରେ ଭାଙ୍ଗିଛି, ପୁଣିଥରେ ବି ଏହା ଭାଙ୍ଗିପାରେ । ୨୦୨୨ ମସିହାର ଘଟଣାକୁ ମନେ ପକାଇ ଉଦ୍ଧବ ଏହି ଟିପ୍ପଣୀ ଦେଇଛନ୍ତି ଯେଉଁ ସମୟରେ ୪୦ ବିଧାୟକଙ୍କ ବିଦ୍ରୋହ ପରେ ଶିବସେନାରେ ବିଭାଜନ ହୋଇଥିଲା । 

ଅଧିକ ପଢନ୍ତୁ:  ଉଦ୍ଧବଙ୍କ ବିରୋଧରେ ଅଭିଯୋଗ ଆଣିଲେ ଫଡ଼ନାଭିସ୍, କହିଲେ, ମୋତେ ଫସାଇବାକୁ ଉଦ୍ଧବ କରିଥିଲେ ଷଡ଼ଯନ୍ତ୍ର

ସିନ୍ଦେଙ୍କ ଦ୍ବାରା ବିଦ୍ରୋଯ ଯୋଗୁ ଉଦ୍ଧବ-କଂଗ୍ରେସ-ଏନ୍‌ସିପି ସରକାରର ପତନ ହେଲା । କଂଗ୍ରେସ ମଧ୍ୟ ଏନେଇ କଡ଼ା ପ୍ରତିକ୍ରିୟା ରଖିଛି । କଂଗ୍ରେସ ସାଂସଦ ନସିର ହୁସେନ ସିନ୍ଦେଙ୍କୁ କଟାକ୍ଷ କରି କହିଛନ୍ତି, ସେ କାହାକୁ ଭୟ କରୁଛନ୍ତି । ତାଙ୍କ କାଉନସିଲରଙ୍କୁ କିଏ ନେଇଯିବ। କାହାର ଏହି ଅଭିଜ୍ଞତା ରହିଛି । ହୁସେନ ଅଭିଯୋଗ କରିଛନ୍ତି ଯେ ବିଜେପି ସହଯୋଗୀଙ୍କ ବଳରେ ଉପରକୁ ଉଠିଛି। ମହାରାଷ୍ଟ୍ର ଏବଂ ବିହାରରେ ଏହାର ସର୍ବାଧିକ ଉଦାହରଣ ରହିଛି । ଏକନାଥ ସିନ୍ଦେ ଶୁବ୍‌ଶୀଘ୍ର ଏହା ଏହା ବୁଝିପାରିଲେ ଏହା ତାଙ୍କ ପାଇଁ ଭଲ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe