କନକ ବ୍ୟୁରୋ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି, ପୂର୍ବତନ ଡିଜିପି ରଶ୍ମି ଶୁକ୍ଲାଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏସଆଇଟି ରିପୋର୍ଟରୁ ଜଣାପଡିଛି ଯେ, ପୂର୍ବର ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଏମଭିଏ ସରକାର ସମୟରେ ତାଙ୍କୁ ମିଥ୍ୟା ମାମଲାରେ ଫସାଇବା ପାଇଁ ଚେଷ୍ଟା କରାଯାଇଥିଲା। କୁହାଯାଉଛି ଡିଜିପି ରଶ୍ମି ଶୁକ୍ଲା ସ୍ୱତନ୍ତ୍ର ତଦନ୍ତ ଦଳ(ଏସଆଇଟି) ଦ୍ୱାରା କରାଯାଇଥିବା ତଦନ୍ତ ଉପରେ ଆଧାର କରି ଗୃହ ବିଭାଗ ନିକଟରେ ଏକ ରିପୋର୍ଟ ଦାଖଲ କରିଛନ୍ତି ।
ସେ ଜାନୁଆରି ୩ ତାରିଖରେ ଅବସର ନେବା ପୂର୍ବରୁ ଏହି ରିପୋର୍ଟ ଦାଖଲ କରିଛନ୍ତି। ରିପୋର୍ଟରୁ ଜଣାପଡ଼ିଛି, ତତ୍କାଳୀନ ଡିଜିପି ସଞ୍ଜୟ ପାଣ୍ଡେ, ଡେପୁଟି ପୁଲିସ କମିସନର ଲକ୍ଷ୍ମୀକାନ୍ତ ପାଟିଲ ଏବଂ ଆସିଷ୍ଟାଣ୍ଟ କମିସନର ସର୍ଦ୍ଦାର ପାଟିଲ ଥାନେ ନଗର ପୁଲିସ ଷ୍ଟେସନରେ ପଞ୍ଜିକୃତ ୨୦୧୬ ମସିହାରେ ହୋଇଥିବା ଏକ ବଟି ଆଦାୟ ମାମଲାର ପୁନଃ ତଦନ୍ତ କରାଯାଇ ମୁଖ୍ୟମନ୍ତ୍ରୀ ଫଡନାଭିସ୍ ଏବଂ ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଫସାଇବା ପାଇଁ ଏକ ଷଡ଼ଯନ୍ତ୍ରରେ ସାମିଲ ଥିଲେ।
୩ୟ ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡନାଭିସ୍ । ଆପଣ ଜାଣିଛନ୍ତି କି, କିଏ ଏ ନେତା?
ସେତେବେଳେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ବିଧାନସଭାରେ ବିରୋଧୀ ଦଳ ନେତା ଥିଲେ ଏବଂ ଉପମୁଖ୍ୟମନ୍ତ୍ରୀ ସିନ୍ଦେ ମନ୍ତ୍ରୀ ଥିଲେ। ସୂତ୍ର ଅନୁସାରେ ରଶ୍ମି ଶୁକ୍ଳା ଏହି ତିନି ଅଧିକାରୀଙ୍କ ବିରୋଧରେ ପ୍ରଥମ ସୂଚନା ରିପୋର୍ଟ(ଏଫ୍ଆଇଆର୍) ଦାଖଲ କରିବାକୁ ସୁପାରିସ କରିଥିଲେ। ଏସଆଇଟି ରିପୋର୍ଟ ଉପରେ ଏକ ପ୍ରଶ୍ନର ଉତ୍ତର ଦେଇ, ମୁଖ୍ୟମନ୍ତ୍ରୀ ଫଡନାଭିସ୍ ସାମ୍ବାଦିକମାନଙ୍କୁ କହିଛନ୍ତି, ଏମଭିଏ ଶାସନ ସମୟରେ ପ୍ରତିଶୋଧ ରାଜନୀତି ଜାରି ରହିଥିଲା। କିପରି ତାଙ୍କୁ ମିଥ୍ୟା ମାମଲାରେ ଫସାଇବା ପାଇଁ ଚେଷ୍ଟା କରାଯାଇଥିଲା ତାହା ସେ କହିଛନ୍ତି।
ସୂଚନାଯୋଗ୍ୟ,୨୦୧୬ରେ ଶ୍ୟାମସୁନ୍ଦର ଅଗ୍ରୱାଲ ଏବଂ ତାଙ୍କ ପୂର୍ବତନ ବ୍ୟବସାୟିକ ଅଂଶୀଦାର, ରିଅଲ୍ ଇଷ୍ଟେଟ୍ ଡେଭଲପର ସଞ୍ଜୟ ପୁନାମିୟାଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଏନେଇ ଥାନେ ନଗର ପୁଲିସ ଷ୍ଟେସନରେ ଅଗ୍ରୱାଲଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା। ୨୦୧୭ରେ ଏନେଇ ଚାର୍ଜସିଟ୍ ଦାଖଲ କରାଯାଇଥିଲା।
ପୁଣେ ଜମି ଚୁକ୍ତିକୁ ନେଇ ସରଗରମ ମହାରାଷ୍ଟ୍ର ରାଜନୀତି, ଅଡ଼ୁଆରେ ଅଜିତ ପାୱାର
ଠାକରେଙ୍କ ନେତୃତ୍ୱାଧୀନ ମହା ବିକାଶ ଆଘାଡି (ଏମଭିଏ) ସରକାର କ୍ଷମତାରେ ଥିବା ସମୟରେ ରାଜ୍ୟ ପୁଲିସ ବାହିନୀର ନେତୃତ୍ୱ ନେଇଥିବା ପାଣ୍ଡେ ଏହି ମାମଲାର ପୁନଃ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ହୋଇଛି। ପରେ ପୁନମିୟା ସେହି ଥାନାରେ ଏକ ଅଭିଯୋଗ ଦାଖଲ କରିଥିଲେ। ସେଥିରେ ଅଭିଯୋଗ କରାଯାଇଥିଲା ୨୦୧୬ର ମାମଲାକୁ ନେଇ ୨୦୨୧ ରୁ ୨୦୨୪ ଜୁନ୍ ମଧ୍ୟରେ ତାଙ୍କୁ ହଇରାଣ କରିବା ପାଇଁ ବଟି ଆଦାୟ ମାମଲାର ଅଭିଯୋଗ ଅଣାଯାଇଥିଲା।
ତାଙ୍କ ଅଭିଯୋଗ ଆଧାରରେ, ୨୦୨୪ ମସିହାରେ ପାଣ୍ଡେ ଏବଂ ଅନ୍ୟ ସାତ ଜଣଙ୍କ ବିରୋଧରେ ବଟି ଆଦାୟ ମାମଲା ରୁଜୁ କରାଯାଇଥିଲା। ବିଜେପି ନେତା ଏବଂ ବିଧାନସଭା ସଦସ୍ୟ ପ୍ରବୀଣ ଡାରେକର ମହାରାଷ୍ଟ୍ର ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ, ଏହା ଫଡନାଭିସ୍ ଏବଂ ସିନ୍ଦେଙ୍କୁ ଫସାଇବା ପାଇଁ ଏକ ଷଡ଼ଯନ୍ତ୍ର ଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/11/11bbs_15_11012026_111-2026-01-11-13-30-19.jpg)