ଶିଶୁପାଳଗଡ଼ରୁ ବାହାରିଲା ଜମି କେଳେଙ୍କାରୀର ନୂଆ ଫଣ୍ଡା; ଲୋକଙ୍କୁ ଭୂତାଇ ଗୋଟିଏ ଗୋଟିଏ ପ୍ଲଟକୁ ଏକାଧିକ ଥର ବିକ୍ରି କରିଛନ୍ତି ମାଫିଆ

Advertisment

ଶିଶୁପାଳଗଡ଼ ଉପରେ ମାଫିଆଙ୍କ ଆଖି । ଐତିହ୍ୟ ସ୍ଥଳକୁ ଚରାଭୂଇଁ କରି କୋଟି କୋଟି ଟଙ୍କା ରୋଜଗାରର ନିଶା ଘାରିଛି । ଜମି କିଣାବିକାର ପେଣ୍ଠସ୍ଥଳ ସାଜିଛି ଶିଶୁପାଳଗଡ଼ । ମାଫିଆମାନେ ନିରୀହ ଲୋକଙ୍କୁ ଟାର୍ଗେଟ୍ କରି ଜମି ବିକୁଛନ୍ତି । ପ୍ରଥମେ ପ୍ଲଟିଂ କରାଯାଉଛି, ପରେ ମୂଲଚାଲକରି ଧରାଇ ଦେଉଛନ୍ତି କିଛି କାଗଜ ।

ଶିଶୁପାଳଗଡ଼ ଉପରେ ମାଫିଆଙ୍କ ଆଖି । ଐତିହ୍ୟ ସ୍ଥଳକୁ ଚରାଭୂଇଁ କରି କୋଟି କୋଟି ଟଙ୍କା ରୋଜଗାରର ନିଶା ଘାରିଛି । ଜମି କିଣାବିକାର ପେଣ୍ଠସ୍ଥଳ ସାଜିଛି ଶିଶୁପାଳଗଡ଼ । ମାଫିଆମାନେ ନିରୀହ ଲୋକଙ୍କୁ ଟାର୍ଗେଟ୍ କରି ଜମି ବିକୁଛନ୍ତି । ପ୍ରଥମେ ପ୍ଲଟିଂ କରାଯାଉଛି, ପରେ ମୂଲଚାଲକରି ଧରାଇ ଦେଉଛନ୍ତି କିଛି କାଗଜ ।

Shishupalgada

Shishupalgada Photograph: (Kanak News)

କନକ ବ୍ୟୁରୋ : ଶିଶୁପାଳଗଡ଼ର ଜବରଦଖଲ ଉଚ୍ଛେଦ ନୋଟିସ ପରେ ଏବେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଛାତିରେ ଛନକା ପଶିଛି । ଏପଟେ କିନ୍ତୁ ଶିଶୁପାଳଗଡ଼ର ଆଉ ଏକ କେଳେଙ୍କାରୀ ସାମ୍ନାକୁ ଆସିଛି । ଦିନ ଦିପହରରେ ପ୍ଲଟିଂ କରି ଐତିହ୍ୟ ଗଡ଼କୁ ମାଫିଆମାନେ କିଭଳି ବିକ୍ରି କରୁଥିଲେ, ସେକଥା ଏବେ ବଖାଣିଛନ୍ତି ଠକେଇର ଶିକାର ହୋଇଥିବା ଲୋକେ ।

ଶିଶୁପାଳଗଡ଼ ଉପରେ ମାଫିଆଙ୍କ ଆଖି । ଐତିହ୍ୟ ସ୍ଥଳକୁ ଚରାଭୂଇଁ କରି କୋଟି କୋଟି ଟଙ୍କା ରୋଜଗାରର ନିଶା ଘାରିଛି । ଜମି କିଣାବିକାର ପେଣ୍ଠସ୍ଥଳ ସାଜିଛି ଶିଶୁପାଳଗଡ଼ । ମାଫିଆମାନେ ନିରୀହ ଲୋକଙ୍କୁ ଟାର୍ଗେଟ୍ କରି ଜମି ବିକୁଛନ୍ତି । ପ୍ରଥମେ ପ୍ଲଟିଂ କରାଯାଉଛି, ପରେ ମୂଲଚାଲକରି ଧରାଇ ଦେଉଛନ୍ତି କିଛି କାଗଜ । କୌତୂହଳ କଥା ହେଉଛି, ଦିନା କେତେଟା ପରେ ସମାନ ପ୍ଲଟକୁ ବି ଆଉ ଜଣକୁ ବିକ୍ରି କରି ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଝାଳବୁହା ଟଙ୍କା ଦେଇ ଜମି କିଣିଥିବା ଲୋକ ଠକେଇର ଶିକାର ହେଉଛନ୍ତି ।

ଅଧିକ ପଢ଼ନ୍ତୁ : ଐତିହ୍ୟସ୍ଥଳୀ ଶିଶୁପାଳଗଡ଼ରେ ମାତିଛନ୍ତି ମାଫିଆ; ପ୍ଲଟିଂ କରି ବେଧଡକ ବିକ୍ରି କରୁଛନ୍ତି ଜମି ଦଲାଲ

ସରକାରୀ ବାବୁଙ୍କ ଅଜାଣତରେ ଏକାଧିକ ଥର ବିକ୍ରି ହେଉଛି କେମିତି ? ବାବୁ-ମାଫିଆଙ୍କ ସଲାସୁତୁରା ଏବେ ଅନ୍ୟମାନଙ୍କ ପାଇଁ କାଲ ପାଲଟିଛି । ଏପଟେ ଜବରଦଖଲ କାରଣରୁ ଐତିହ୍ୟ ସ୍ଥଳର ହୋଇପାରୁନି ବିକାଶ । ଅଢ଼େଇ ହଜାର ବର୍ଷ ତଳର ପ୍ରାଚୀନ ଐତିହ୍ୟ ମାଟିରେ ମିଶିବାକୁ ବସିଛି ।

୨୦୨୨ରେ ହାଇକୋର୍ଟ ଶିଶପାଳଗଡ଼ର ପୁନରୁଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଥିଲେ । ତୁରନ୍ତ ପଦକ୍ଷେପ ନେବାକୁ ରାଜ୍ୟ ସରକାର ଓ ଏଏସଆଇକୁ କହିଥିଲେ । କିନ୍ତୁ ପୂର୍ବ ସରକାର ତତ୍ପରତା ଦେଖାଇଲେନି । ପ୍ରଶ୍ନ ଉଠୁଛି, ଏବେ ଜାରି ହୋଇଥିବା ନୋଟିସ କାର୍ଯ୍ୟକାରୀ ହେବ ନା ନୋଟିସରେ ରହିଯିବ ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe