କନକ ବ୍ୟୁରୋ : ଭୁବନେଶ୍ୱର ଛାତି ଉପରେ ଚାଲିଛି ବେଆଇନ ପ୍ଲଟିଂ । ସରକାରୀ ବାବୁଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଦିନ ଦ୍ୱିପ୍ରହରରେ ଅଢେଇ ହଜାର ବର୍ଷର ଐତିହ୍ୟ ସ୍ମାରକୀ ଶିଶୁପାଳଗଡ଼କୁ ଜମି ମାଫିଆ ପ୍ଳତିଂ କରି ବିକ୍ରୀ କରୁଛନ୍ତି । ହେଲେ ସବୁ ଜାଣି ଚୁପ୍ ପ୍ରଶାସନ ।
ରାଜା ଖାରବେଳଙ୍କ ସମୟରେ ଶିଶୁପାଳଗଡ଼କୁ କଳିଙ୍ଗ ରାଜ୍ୟର ରାଜଧାନୀ କୁହାଯାଉଥିଲା । କିନ୍ତୁ ଏବେ ଜମି ପାଇଁ ଐତିହ୍ୟ ଗଡ଼କୁ ମାଟିରେ ମିଶାଉଛନ୍ତି ମାଫିଆ । ପ୍ରତିଦିନ ଚାଲିଛି ବେଆଇନ ଜବର୍ ଦାଖଲ, ଗଢା ହେଉଛି କୋଠା ପରେ କୋଠା । ଷୋହଳ ଖୁମ୍ବଠାରୁ ଆରମ୍ଭ କରି ସମସ୍ତ ଅଞ୍ଚଳ ଜବରଦଖଲରେ । ଏବେ ରଘୁନାଥ ନଗରରେ ଚାଲିଛି ପ୍ଲଟିଂ । ୫୦ ହଜାରରୁ ଲକ୍ଷେ ଟଙ୍କାରେ ଜାଗା ବିକ୍ରି ହେଉଛି । ନିର୍ମାଣ ହେଉଛି ଘର ।
ଅଧିକ ପଢ଼ନ୍ତୁ : ଚାକିରି ବୟସ ବଢ଼ାଇବା ପାଇଁ ଗଳାବାଟ ! ଶକ୍ତି ବିଭାଗ ବଢ଼ାଇଲା ଅବସରସୀମା
ଶିଶୁପାଳଗଡ଼ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା (ଏ ଏସ୍ ଆଇ) ଅଧୀନରେ ରହିଛି । ଶିଶୁପାଳଗଡ଼ ନିର୍ମାଣ ବନ୍ଦ କରିବା ଏବଂ ସୀମା ନିର୍ଦ୍ଧାରଣ କରି ଦେବା ପାଇଁ ହାଇକୋର୍ଟ ୨୦୨୨ ରୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଏଏସଆଇ ଅଧିକାରୀ ଓ ଭୁବନେଶ୍ୱର ତହସିଲର ଜମି ଚିହ୍ନଟ ପାଇଁ ଆନ୍ତରିକତା ଦେଖାଉନାହାନ୍ତି । ଏ ସମ୍ପର୍କରେ ଏଏସଆଇର ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଭୁବନେଶ୍ୱର ତହସିଲଦାର ପ୍ରତିକ୍ରିୟା ଦେବାକୁ ସିଧା ସିଧା ମନା କରି ଦେଇଥିଲେ ।
ଆଖି ଆଗରେ ଐତିହ୍ୟ ମାଟିରେ ମିଶୁଥିବା ବେଳେ ରାଜନେତା, ସରକାରୀ ଅଧିକାରୀ ସମସ୍ତେ ଚୁପ୍ । ଅନ୍ୟପଟେ କାନ୍ଥି କାଟି ରାସ୍ତା ନିର୍ମାଣ ହେଉଛି । ବେଆଇନ ଭାବେ ଗଛ ବି କଟା ଚାଲିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/11/01/shishupalgarh-2025-11-01-22-19-30.jpg)