ବଦଳିବ କି ଭାଗଚାଷୀଙ୍କ ଭାଗ୍ୟ ? ସରକାର ଆଣିପାରନ୍ତି ଭାଗଚାଷୀ ଆଇନ

Advertisment

ବର୍ଷ ବର୍ଷ ଧରି ଭାଗଚାଷୀଙ୍କୁ ଆଶା ଦେଖାଇଛନ୍ତି ସରକାର । ତାଙ୍କ ପାଇଁ ଆଇନ୍ ଆସିବ ଆଉ ଅଧିକାର ମିଳିବ ବୋଲି କହିଆସୁଛନ୍ତି । ହେଲେ ଏହା କେବଳ କାଗଜ କଲମ ଆଉ ମନ୍ତ୍ରୀଙ୍କ ମୁହଁରେ ସୀମିତ ରହିଯାଇଛି । ଭାଗଚାଷୀ ନିଜ ଭାଗ୍ୟକୁ ଆଦରି ରହିଛନ୍ତି । ପୂର୍ବ ସରକାର ଅନେକ ପ୍ରତିଶ୍ରୁତି ଦେଇଥିଲେ, ଭାଗ ଚାଷୀଙ୍କୁ ହକ୍‌ ଦେବେ ବୋଲି ।

ବର୍ଷ ବର୍ଷ ଧରି ଭାଗଚାଷୀଙ୍କୁ ଆଶା ଦେଖାଇଛନ୍ତି ସରକାର । ତାଙ୍କ ପାଇଁ ଆଇନ୍ ଆସିବ ଆଉ ଅଧିକାର ମିଳିବ ବୋଲି କହିଆସୁଛନ୍ତି । ହେଲେ ଏହା କେବଳ କାଗଜ କଲମ ଆଉ ମନ୍ତ୍ରୀଙ୍କ ମୁହଁରେ ସୀମିତ ରହିଯାଇଛି । ଭାଗଚାଷୀ ନିଜ ଭାଗ୍ୟକୁ ଆଦରି ରହିଛନ୍ତି । ପୂର୍ବ ସରକାର ଅନେକ ପ୍ରତିଶ୍ରୁତି ଦେଇଥିଲେ, ଭାଗ ଚାଷୀଙ୍କୁ ହକ୍‌ ଦେବେ ବୋଲି ।

Sharecroppers Law

Sharecroppers Law Photograph: (Kanak News)

କନକ ବ୍ୟୁରୋ : ଆସିପାରେ ଭାଗଚାଷୀ ଆଇନ୍ । ଏନେଇ ବିଚାରବିମର୍ଶ କରୁଛନ୍ତି ସରକାର । ବିଭାଗ-ବିଭାଗ ମଧ୍ୟରେ ଆଲୋଚନା ହେଲାଣି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ସଙ୍କେତ ଦେଲେଣି । ହେଲେ କେବେ ଆସିବ ଭାଗଚାଷୀ ଆଇନ୍, ତାହା ବଡ଼ ପ୍ରଶ୍ନ ।

ବର୍ଷ ବର୍ଷ ଧରି ଭାଗଚାଷୀଙ୍କୁ ଆଶା ଦେଖାଇଛନ୍ତି ସରକାର । ତାଙ୍କ ପାଇଁ ଆଇନ୍ ଆସିବ ଆଉ ଅଧିକାର ମିଳିବ ବୋଲି କହିଆସୁଛନ୍ତି । ହେଲେ ଏହା କେବଳ କାଗଜ କଲମ ଆଉ ମନ୍ତ୍ରୀଙ୍କ ମୁହଁରେ ସୀମିତ ରହିଯାଇଛି । ଭାଗଚାଷୀ ନିଜ ଭାଗ୍ୟକୁ ଆଦରି ରହିଛନ୍ତି । ପୂର୍ବ ସରକାର ଅନେକ ପ୍ରତିଶ୍ରୁତି ଦେଇଥିଲେ, ଭାଗ ଚାଷୀଙ୍କୁ ହକ୍‌ ଦେବେ ବୋଲି । କିନ୍ତୁ ତାହା ନାଲି ଫିତା ତଳେ ରହିଯାଇଛି । ଆଜି ରାଜସ୍ୱ ବିଭାଗର ଏକ କାର୍ଯ୍ୟକ୍ରମରେ ଭାଗଚାଷୀଙ୍କ ସଂକ୍ରାନ୍ତରେ ସଙ୍କେତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଗକୁ ଭାଗଚାଷୀ ଆଇନ ଆଣିବେ କି ସରକାର ? କାରଣ ଭାଗଚାଷୀଙ୍କୁ ଆଇନଗତ ସୁରକ୍ଷା ଦେବାକୁ ରାଜସ୍ବ ମନ୍ତ୍ରୀଙ୍କୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଅଧିକ ପଢ଼ନ୍ତୁ : ଅସହ୍ୟ ହେଉଛି ମଣ୍ଡି ଯନ୍ତ୍ରଣା ; ରାୟଗଡ଼ାରେ ଚାଷୀକୁ ମିଳୁନି ଟୋକନ୍‌

ସେପଟେ ଭାଗଚାଷୀଙ୍କ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଭାଗଚାଷୀ ଆଇନକୁ ନେଇ କୃଷି ଓ ସମବାୟ ବିଭାଗ ସହ ଆଲୋଚନା ହୋଇଛି । ଆଗକୁ ବିଭିନ୍ନ ଷ୍ଟେକ୍ ହୋଲଡରଙ୍କ ସହ ଆଲୋଚନା ହେବ । ପୂର୍ବ ରିପୋର୍ଟକୁ ଅନୁଧ୍ୟାନ କରାଯାଉଛି । ରାଜ୍ୟରେ ୩ ପ୍ରକାରର ଭାଗଚାଷୀ ଅଛନ୍ତି ।

୧-ଯାହାର ମୋଟେ ଜମି ନାହିଁ, ଭାଗ ନେଇ ଚାଷ କରୁଛନ୍ତି
୨-ଜମି ଥାଇ ବି ଭାଗ ନେଇ ଚାଷ କରୁଛନ୍ତି
୩-ଉତ୍ତରାଧିକାରୀ ସୂତ୍ରରେ ପିଢ଼ି ପିଢ଼ି ଧରି ଚାଷ କରୁଛନ୍ତି

ତେଣୁ ଭାଗ ଚାଷୀଙ୍କୁ କେମିତି ଚିହ୍ନଟ କରିବେ ସରକାର, ତାହା କାଠିକର ପାଠ ହୋଇପାରେ ।

ମରୁଡ଼ି, ବାତ୍ୟା, ବନ୍ୟା ସବୁ କିଛି ସହନ୍ତି ଭାଗଚାଷୀ । କୌଣସି ସରକାରୀ ସହାୟତା କିମ୍ବା ଫସଲବୀମା ପାଇପାରନ୍ତି ନାହିଁ । ତେଣୁ ନୂଆ ସରକାର ଭାଗଚାଷୀଙ୍କୁ ନେଇ ଯେଉଁ ଚିନ୍ତା କରୁଛନ୍ତି, ତାହା ଫଳପ୍ରଦ ହେବ ତ ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe