କନକ ବ୍ୟୁରୋ : ଜ୍ୟରେ ଭାଗଚାଷୀଙ୍କ ଗଣନା ହୋଇନି । କାଗଜ କଲମରେ ଅଟକି ରହିଛି ଭାଗଚାଷୀଙ୍କ ଭାଗ୍ୟ । ହେଲେ ଇ-କେୱାଇସିରେ ଭାଗଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ସ୍ବପ୍ନ ଦେଖାଇଛନ୍ତି ସରକାର । କିନ୍ତୁ ଭାଗ ଚାଷୀ ଚିହ୍ନଟ ପାଇଁ ପୂର୍ବରୁ ଯେଉଁ ନିୟମ ରହିଛି ତାହା ଏବେ ଦ୍ବନ୍ଦ୍ବରେ ପକାଇଛି । ରାଜ୍ୟରେ ଭାଗଚାଷୀଙ୍କ ଗଣନା ହୋଇନି। କାଗଜ କଲମରେ ଅଟକି ରହିଛି ଭାଗଚାଷୀଙ୍କ ଭାଗ୍ୟ । ହେଲେ ଇ-କେୱାଇସିରେ ଭାଗଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ସ୍ବପ୍ନ ଦେଖାଇଛନ୍ତି ସରକାର। କିନ୍ତୁ ଭାଗ ଚାଷୀ ଚିହ୍ନଟ ପାଇଁ ପୂର୍ବରୁ ଯେଉଁ ନିୟମ ରହିଛି ତାହା ଏବେ ଦ୍ବନ୍ଦ୍ବରେ ପକାଇଛି ।
କିଏ ଅସଲି, କିଏ ନକଲି ଚାଷୀ । ଇ-କେୱାଇସି କରି ଚିହ୍ନଟ କରିବେ ସରକାର । ଏସବୁ ଭିତରେ ଯୋଗାଣ ମନ୍ତ୍ରୀଙ୍କ ବୟାନ ଭାଗଚାଷୀଙ୍କ ଭାଗ୍ୟ ମନରେ ନୂଆ ଆଶା ଭରିଛି। ଇ-କେୱାଇସିରେ ଭାଗ ଚାଷୀଙ୍କୁ ଅଗ୍ରାଧିକାରୀ ଦିଆଯିବ । ଜମି ମାଲିକ ଲିଖିତ ଭାବେ ଭାଗଚାଷୀଙ୍କ ନାଁରେ ବର୍ଷିକିଆ ଅନୁମତିପତ୍ର ଦେବେ । ଯାହା ଜରିଆରେ ଭାଗଚାଷୀ ଇ-କେୱାଇସି ପଞ୍ଜୀକରଣ କରିପାରିବେ। ଜମି ମାଲିକ କ୍ଷତିଗ୍ରସ୍ତ ହେବେନି । ଭାଗଚାଷୀଙ୍କୁ ସରକାରୀ ସୁବିଧା ପହଞ୍ଚାଇବାକୁ ଏଭଳି ରାସ୍ତା ଆପଣାଇଛନ୍ତି ସରକାର ।
ସୁବିଧା ଦେବାକୁ ସରକାର ସିନା ଘୋଷଣା କରି ଦେଉଛନ୍ତି । ହେଲେ ସରକାରୀ ଭାବେ ଏହାକୁ କାର୍ଯ୍ୟକାରୀ କରିବାରେ ଅଡୁଆ ରହିଛି । ଜମି ମାଲିକ ଭାଗ ଚାଷୀଙ୍କୁ କଣ୍ଟରେ ଦେଇଥିବା ଲେଖିଲେ ଜମି ହରାଇବାର ଆଶଙ୍କା ରହିଛି । ଏଥିସହ ଭାଗ ଚାଷୀଙ୍କର ହିସାବ ମଧ୍ୟ ନାହିଁ। ବିଧାନସଭାରେ କୃଷି ମନ୍ତ୍ରୀ ରଖିଥିବା ଉତ୍ତରରେ ମଧ୍ୟ ଭାଗଚାଷୀଙ୍କ ବାବଦରେ ସଠିକ୍ ତଥ୍ୟ ନାହିଁ । ପ୍ରଶ୍ନ ଉଠିବା ସ୍ବାଭାବିକ, ଇ-କେୱାଇସି ବେଳେ ଭାଗଚାଷୀ ଅସଲି କି ନକଲି କେମିତି ଚିହ୍ନିବେ ସରକାର ? ଅନ୍ୟପଟେ ଇ-କେୱାଇସି ପଞ୍ଜୀକରଣକୁ ନେଇ ବରଗଡରେ ରାସ୍ତାକୁ ଓହ୍ଲାଇଛି ବିଜେଡି । ପଞ୍ଜୀକରଣ ବ୍ୟବସ୍ଥାକୁ ସରଳୀକରଣ କରାନଗଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି । ଭାଗଚାଷୀଙ୍କୁ ଚିହ୍ନଟ ନ କରି କେମିତି ସରକାରୀ ସୁବିଧା ପହଞ୍ଚାଇବେ ସରକାର ? ଭାଗଚାଷୀ ଆଇନ ଏବେ ସୁଦ୍ଧା କାଗଜ କଲମରେ ଅଟକି ରହିଛି । ତେଣୁ ସରକାରଙ୍କ ଘୋଷଣା କଣ ଭାଗଚାଷୀଙ୍କୁ ହକ୍ ଦେଇପାରିବ ?