କନକ ବ୍ୟୁରୋ : ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି -ଶରଦ ଚନ୍ଦ୍ର ପାୱାର (ଏନସିପି-ଏସପି)ର ପ୍ରମୁଖ ଶରଦ ପାୱାରଙ୍କ ୫୮ ତମ ଜନ୍ମଦିନ ପୂର୍ବରୁ ବୁଧବାର ଦିନ ରାତିରେ ଦିଲ୍ଲୀ ସ୍ଥିତ ବାସଭବନରେ ଏକ ରାତ୍ରଭୋଜିର ଆୟୋଜନ କରାଯାଇଥିଲା । ଏହି ଆୟୋଜନ କେବଳ ଏକ ଔପଚାରିକ ଭେଟଘାଟ ବୋଲି କୁହାଯାଉଥିଲା । ହେଲେ ଏହି ବୈଠକରେ ଅଜିତ୍ ପାୱାରଙ୍କ ଉପସ୍ଥିିତିକୁ ଦେଖି ମହାରାଷ୍ଟ୍ର ରାଜନୀତି ହଲଚଲ ହେଉଛି । ଏହାକୁ କେବଳ ଭୋଜି ନୁହେଁ ବରଂ ଏକ ଶକ୍ତି ପ୍ରଦର୍ଶନ ବୋଲି ଆଲୋଚନା ହେଉଛି । ଭୋଜିରେ ରାଜନୈତିକ ନେତା, ଶିଳ୍ପପତି ଓ ସଂସଦର ଅନେକ ବଡ଼ ନାମ ସାମିଲ ହୋଇଥିଲା । ଏହି ଭୋଜିରେ ରାଜନୈତିକ ଚର୍ଚ୍ଚ ବିଳମ୍ବିତ ରାତି ପର୍ଯ୍ୟନ୍ତ ହୋଇଥିବା ଜାଣିବାକୁ ମିଳିଛି । 

Advertisment

ଅଧିକ ପଢ଼ନ୍ତୁ : ପୌର ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ମହାୟୁତିରେ ମହାଝଡ଼, ରାଣେ ଭାଇ ନୀତେଶ ଓ ନିଲେଶଙ୍କ ମଧ୍ୟରେ କଳି

ଏହି ଭୋଜିରେ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ, ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ଯୋଗଦାନ କାର୍ଯ୍ୟକ୍ରମକୁ ସ୍ୱତନ୍ତ୍ର କରିଥିଲା । ଏହି ଦୁଇନେତା ଶରଦ ପାୱାରଙ୍କ ସହ ଗୋଟିଏ ମଂଚରେ ବସିବା ଏବେର ରାଜନୈତିକ ସମୀକରଣ ସନ୍ଦର୍ଭରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଉଛି । ସେପଟେ ଶରଦ ପାୱାରଙ୍କ ଭଣଜା ତଥା ମହାରାଷ୍ଟ୍ର ରାଜନୀତିରେ ପାୱାରଙ୍କ ଠାରୁ  ଦୂରେଇ ଯାଇଥିବା ନେତା ଅଜିତ୍ ପାୱାରଙ୍କ ଉପସ୍ଥିତି କିନ୍ତୁ ନୂଆ ପ୍ରଶ୍ନ ଉଠାଇଛି । ରାଜନୈତିକ ରୂପେ ଅଲଗା ହେବା ପରେ ଦୁଇଜଣଙ୍କ ଏଭଳି ସାଥୀରେ ବସିଥିବାର ଦେଖିବା ପରେ ଏହା ଆଗାମୀ ଦିନ ପାଇଁ କ'ଣ ସଂକେତ ଦେଉଛି ତାହା ବିଚାର ସାପେକ୍ଷ ।

ଅଧିକ ପଢ଼ନ୍ତୁ :ପୁଣେ ଜମି ଚୁକ୍ତିକୁ ନେଇ ସରଗରମ ମହାରାଷ୍ଟ୍ର ରାଜନୀତି, ଅଡ଼ୁଆରେ ଅଜିତ ପାୱାର

କାର୍ଯ୍ୟକ୍ରମରେ ବଡ଼ ସ୍ୱତନ୍ତ୍ରତା ହେଉଛି ଦେଶର ଚର୍ଚ୍ଚିତ ଶିଳ୍ପପତି ଗୌତମ ଆଦାନୀଙ୍କ ଯୋଗଦାନ । କିଛି ଦିନ ହେବ ଗୌତମ ଆଦାନୀ ଓ ଶରଦ ପାୱାରଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଛି । ଏହା ବ୍ୟତୀତ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କ ଉପସ୍ଥିତି ଏହି ରାତ୍ରଭୋଜି କାର୍ଯ୍ୟକ୍ରମକୁ ରାଷ୍ଟ୍ରୀୟ ସ୍ତରର ମହତ୍ୱ ଦେଇଛି । 

ଅଧିକ ପଢ଼ନ୍ତୁ :ମୁମ୍ୱାଇ ସମେତ  ମହାରାଷ୍ଟ୍ରରେ ପ୍ରକୃତିର ତାଣ୍ଡବ: ୪୮ ଘଣ୍ଟା ମଧ୍ୟରେ ବର୍ଷା ଯୋଗୁ ଗଲାଣି ୧୦ ଜୀବନ

ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତ୍ରୀ ଡି.ପୁରନ୍ଦେଶ୍ୱରୀ, କେନ୍ଦ୍ରମନ୍ତ୍ରୀ ରବନୀତତ ସିଂହ ବିଟ୍ଟୁ, ଟିଏମସି ନେତା ସୌଗତ ରାୟ ସହିତ ସଂସଦର ଅନେକ ସଦସ୍ୟ ସାମିଲ ହୋଇଥିଲେ । ଏସବୁ ନେତା ଗୋଟିଏ ଟେବୁଲରେ ବସି ରାଜନୈତିକ ଚର୍ଚ୍ଚା କରିବା ସମ୍ପ୍ରତି ରାଜନୀତିରେ ଏକ ବିରଳ ଦୃଶ୍ୟ । 

ଅଧିକ ପଢ଼ନ୍ତୁ :କିଏ ଏହି IPS ଅଞ୍ଜନା କୃଷ୍ଣା ? ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସହ କରିଥିଲେ କଥା କଟାକଟି

ସେପଟେ ମହାରାଷ୍ଟ୍ରରେ ସଦ୍ୟ ସମାପ୍ତ ହୋଇଥିବା ଏନଏସି ନିର୍ବାଚନରେ ଏନଡିଏ ମେଣ୍ଟରେ ଫାଟ ଦେଖିବାକୁ ମିଳିଥିଲା । ଏକନାଥ ସିନ୍ଦେଙ୍କ ଶିବସେନା ସହ ବିଜେପିର କଳି, ବିଜେପି ସହ ଅଜିତ ପାୱାରଙ୍କ କଳି ସାମ୍ନାକୁ ଆସିଥିଲା । ଏହି ସୁଯୋଗରେ ପୁଣିଥରେ ଏକନାଥ ସିନ୍ଦେ ଓ ଅଜିତ ପାୱାର ମହାବିକାଶ ଅଘାଡିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।