କନକ ବ୍ୟୁରୋ : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପୁଅ ପାର୍ଥ ପାୱାରଙ୍କ ସହ ଜଡ଼ିତ ୩୦୦ କୋଟିର ମୁନ୍ଧବା ଜମି ଚୁକ୍ତିର ନୂଆ ଖୁଲାସା ହୋଇଛି । ଏହି ଜମି ସହିତ ଜଡ଼ିତ ଷ୍ଟାମ୍ପ୍ ଡ୍ୟୁଟିର ସୂଚନା ଜଣେ ସାମାଜିକ କାର୍ଯ୍ୟକତ୍ତା ପ୍ରଶାସନକୁ ଦେଇଥିଲେ । ହେଲେ ପ୍ରଶାସନ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି । ଏବେ ଏହି ମାମଲା ରାଜନୈତିକ ବିବାଦର ରୂପ ନେଉଛି । ସେପଟେ ଶୁକ୍ରବାର ସନ୍ଧ୍ୟାରେ ଏହି ଚୁକ୍ତିକୁ ବାତିଲ କରିଦିଆଯାଇଛି ।
ସୂଚନା ମୁତାବକ ପୁଣେର ସାମାଜିକ କାର୍ଯ୍ୟକର୍ତ୍ତା "ଛାବା କାମଗାର ୟୁନିୟନ' ର ସଂସ୍ଥାପକ ଦିନକର କୋଟକର ଜୁନ ୫ ତାରିଖରେ ସଂଯୁକ୍ତ ଜିଲ୍ଲା ରେଜିଷ୍ଟାରଙ୍କୁ ଚିଠି ଲେଖି କହିଥିଲେ କି ମେ' ମାସ ୨୦ ତାରିଖରେ ହୋଇଥିବା ୩ ଶହ କୋଟିର ଜମି କିଣାବିକାରେ ୨୧ କୋଟି ଟଙ୍କାର ଷ୍ଟାମ୍ପ ଡୁୃ୍ୟଟି ଜାଣିଶୁଣି ଛାଡ଼ କରାଯାଇଛି ।
ଚୁଟକିରେ ଦେଖନ୍ତୁ ବର୍ତ୍ତମାନ ସମୟର କିଛି ଗୁରୁତ୍ୱପୂର୍ଣ୍ଣ ଖବର
କୋଟକର ଅଭିଯୋଗ କରିଥିଲେ କି ଛାଡ଼ ନିୟମର ବିପରିତରେ ଯାଇ ଛାଡ଼ କରାଯାଇଛି । ଯାହା ଫଳରେ ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଇଛନ୍ତି । ଏନେଇ ସେ ପୁଣି ଜୁନ ୨୩ ତାରିଖରେ ରିମାଇଣ୍ଡର ଚିଠି ଲେଖିଥିଲେ । ହେଲେ ବିଭାଗ ତରଫରୁ କୌଣସି ଉତ୍ତର ମିଳିନଥିଲା । କେବଳ ସେତିକି ନୁହେଁ ମାମଲାରୁ ଦୂରେଇ ରହିବାକୁ କୋଟକରଙ୍କ ଧମକ ମିଳିଥିବା କଥା ସେ କହିଛନ୍ତି ।
ଦିନରେ ଥରେ ଜିଭରେ ବିଜେ କରନ୍ତି ମା’ ସରସ୍ବତୀ : ଯଦି ସତ ତାହେଲେ କେତେବେଳେ?
ସେପଟେ ଜିଲ୍ଲା ରେଜିଷ୍ଟାର ସନ୍ତୋଷ ହିଙ୍ଗଣେ କହିଛନ୍ତି କି, ଅଭିଯୋଗ ମିଳିବା ପରେ ଯାଂଚ ଆରମ୍ଭ ହୋଇଥିଲା । ଯାଂଚରୁ ଜଣାପଡ଼ିଥିଲା କି ଜମି ବିକ୍ରିର ମୂଳ ଅଧିକାରିକ ରେକର୍ଡ ବଦଳାଇ ପ୍ରସ୍ତୁତ କରାଯାଇଥିଲା । ସଂଯୁକ୍ତ ଆଇଜିଆର ରାଜେନ୍ଦ୍ର ମୁଥେ (ଯିଏ ରାଜ୍ୟ ସରକାରଙ୍କ ଆଦେଶ ଉପରେ ପ୍ରସ୍ତୁତ ହୋଇଥିବା ଯାଂଚ ସମିତିର ନେତୃତ୍ୱ ନେଉଛନ୍ତି) । ସେ କହିଛନ୍ତି କି, ଅଭିଯୋଗ ଉପରେ ୭ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରାଯିବ । ସେପଟେ ଏହି ଅଭିଯୋଗ ଉପରେ ଶୁକ୍ରବାର ଦିନ ଅଜିତ ପାୱାର ଘୋଷଣା କରିଛନ୍ତି କି, ଏହି ଜମି ଚୁକ୍ତି ରଦ୍ଦ ହୋଇସାରିଛି । ଏହାସହ ସେ କହିଛନ୍ତି କି, ପାର୍ଥ ପାୱାରଙ୍କୁ ଜଣା ନଥିଲା ଏହା ସରକାରୀ ଜମି ।
ବିହାର ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ରେକର୍ଡ ୬୪.୬୬ ପ୍ରତିଶତ ଭୋଟ୍ ଦାନ
ଅନ୍ୟପଟେ ରେଜିଷ୍ଟାର କାର୍ଯ୍ୟାଳୟର ମୁଖ୍ୟ ନିରୀକ୍ଷକ ପିମ୍ପରୀ ପିଞ୍ଚୱାଡ ପୁଲିସ ପାଖରେ ଅଭିଯୋଗ କରିଛନ୍ତି । ଦିଗବିଜୟ ପାଟିଲ, ଶୀତଲ ତେଜବାନୀ ଓ ସବ୍ ରେଜିଷ୍ଟାର ଆରବି ତାରୁଙ୍କ ନାମରେ ଦୁର୍ନୀତି ମାମଲା ରୁଜୁ ହୋଇଛି ।
ମହାରାଷ୍ଟ୍ର ରାଜନୀତିରେ ଝଡ଼, ୧୮ ଶହ କୋଟିର ଜମି ଦୁର୍ନୀତି ନେଇ ଅଡ଼ୁଆରେ ପାର୍ଥ ପାୱାର
ବିରୋଧୀ ମେଣ୍ଟ ଏନେଇ ଅଜିତ ପାୱାରଙ୍କୁ ଘେରିବା ପରେ ସେ କହିଛନ୍ତି କି, ଏହି ମାମଲାରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ । ମୁଖ୍ୟମନ୍ତ୍ରୀ ଏହାର ଯାଂଚ କରିବା ଦରକାର । ମୋ ପୁଅ ସାବାଳକ, ତେଣୁ ସେ ତାଙ୍କର ବ୍ୟବସାୟ ଚଳାଉଛନ୍ତି । ଏଥିରେ ତାଙ୍କର କୌଣସି ସମ୍ପୃକ୍ତି ନଥିବା କଥା ସେ ସ୍ପଷ୍ଟ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/08/maharastra-2025-11-08-11-44-41.jpg)