କନକ ବ୍ୟୁରୋ : ନଭେମ୍ବର ୨୮ ତାରିଖରୁ ଆରମ୍ଭ ହେବାକୁ ଯାଉଛି ନ୍ୟାୟର ଦେବତା ଶନିଦେବଙ୍କ ପ୍ରତ୍ୟକ୍ଷ ଚଳନ । ଏହା ପରଠାରୁ ଶନିଦେବ ୨୬ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ସିଧା ଗତିରେ ହିଁ ଚାଲିବେ । ଜ୍ୟୋତିଷଶାସ୍ତ୍ର ଅନୁସାରେ ଏହାଦ୍ବାରା କିଛି ରାଶିକୁ ଲାଭଦାୟକ ଫଳ ମିଳିବ । ଆଉ କିଛି ରାଶି ଯେଉଁମାନଙ୍କ ଉପରେ ବର୍ତ୍ତମାନ ଶନିଙ୍କ ସାଢ଼େ ସାତୀ ତଥା ଧୈର୍ଯ୍ୟର ପରୀକ୍ଷା ରହିଛି ସେମାନଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ । ତେବେ ଯେତେବେଳେ ବି ଶନିଙ୍କ ଚଳନ ଆରମ୍ଭ ହୁଏ କିଛି ରାଶି ଉପରେ ଏହାର ପ୍ରତିକୂଳ ପ୍ରଭାବ ମଧ୍ୟ ପଡ଼ିଥାଏ । ତେବେ ନଭେମ୍ବର ମାସରେ ଶନିଙ୍କ ଚଳନ କେଉଁ ରାଶି ଉପରେ ପ୍ରତିକୂଳ ପ୍ରଭାବ ପକାଇବ ଆସନ୍ତୁ ଜାଣିବା ।
ମହାପ୍ରସାଦ ଆଉ ମାଟି କୁଡୁଆ : କାହିଁକି ମାଟିପାତ୍ରରେ ରନ୍ଧାଯାଏ ମହାପ୍ରସାଦ ?
ମେଷ - ମେଷ ରାଶିର ବ୍ୟକ୍ତିବିଶେଷ ଶନିଙ୍କ ସାଢ଼େ ସାତୀର ପ୍ରଭାବରେ ଅଛନ୍ତି । ଶନିଙ୍କ ସିଧା ଚଳନ ଦ୍ବାରା ମଧ୍ୟ ଏହି ରାଶି ଉପରେ ବିଶେଷ ପ୍ରଭାବ ପଡ଼ିବ ଯେଉଁଥିପାଇଁ ସତର୍କ ରହିବାକୁ ମଧ୍ୟ ପଡ଼ିବ । ତରବରିଆ ନିଷ୍ପତ୍ତି କ୍ଷତିକାରକ ହୋଇପାରେ । ଏକାଗ୍ରତାର ଅଭାବ ଯୋଗୁଁ ସକାରାତ୍ମକ ଫଳାଫଳ ପାଇବା କଷ୍ଟକର କରିପାରେ । ପରିବାର ମଧ୍ୟରେ ମତଭେଦ ଅସ୍ଥିରତା ସୃଷ୍ଟି କରିପାରେ ।
କୁମ୍ଭ – କୁମ୍ଭ ରାଶି ମଧ୍ୟ ସାଢ଼େ ସାତୀର ପ୍ରଭାବରେ ଅଛି । ଏହି ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ସିଧାସଳଖ ଶନି ଆର୍ଥିକ ଏବଂ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରନ୍ତି । ଆୟରେ ବୃଦ୍ଧି ଆପଣଙ୍କ ବ୍ୟାଙ୍କ ବାଲାନ୍ସକୁ ବିଗାଡ଼ିପାରେ । ଚିକିତ୍ସା ଖର୍ଚ୍ଚ ବୃଦ୍ଧି ପାଇପାରେ । ଋଣ ନେବା ଦ୍ୱାରା ବହୁତ ଅସୁବିଧା ହୋଇପାରେ ।
ତିରୁପତି ଲଡୁରେ ଗୋରୁ ଚର୍ବି ମାମଲା : ପ୍ରସାଦ ପଛରେ ୫୦ ଲକ୍ଷର ଗେମ୍ ପ୍ଲାନ୍
ମୀନ - ଏହି ସମୟ ମୀନ ରାଶି ପାଇଁ ମଧ୍ୟ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇପାରେ । ଏହି ରାଶିର ବ୍ୟକ୍ତିବିଶେଷ ନିଜ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉଭୟ ବିଷୟରେ ଚିନ୍ତିତ ରହିବା ଆବଶ୍ୟକ । ଆପଣଙ୍କର କିଛି ଗୁପ୍ତ କଥା ପ୍ରକାଶିତ ହେବାର ଭୟ ରହିବ । ସାମାଜିକ ପ୍ରତିଛବି ମଳିନ ହୋଇପାରେ । ସ୍ୱାସ୍ଥ୍ୟରେ ମଧ୍ୟ ଉତ୍ଥାନ-ପତନର ସମ୍ମୁଖୀନ ହୋଇପାରନ୍ତି ।
ସିଂହ - ଶନିଦେବଙ୍କ ନଜରରେ ଥିବା ସିଂହ ରାଶି ଉପରେ ମଧ୍ୟ ଏହାର ପ୍ରଭାବରେ ପଡ଼ିପାରେ । ପରିବାର ଏବଂ ବୈବାହିକ ଜୀବନରେ ଘନିଷ୍ଠ ସମନ୍ୱୟ ବଜାୟ ରଖିବାକୁ ପରାମର୍ଶ ଦିଆଯାଉଛି । ସମ୍ପର୍କରେ ତିକ୍ତତା ଆସିପାରେ । ସାଥୀଙ୍କ ସହ ଛୋଟ ମତଭେଦ ଏକ ବଡ଼ ବିବାଦର କାରଣ ହୋଇପାରେ । ଧର୍ଯ୍ୟ ରକ୍ଷା କରନ୍ତୁ ଏବଂ ମିଷ୍ଠଭାଷୀ ହୁଅନ୍ତୁ ।
ଧନୁ - ଧନୁ ରାଶିର ବ୍ୟକ୍ତିବିଶେଷ ମାନଙ୍କୁ କ୍ୟାରିୟର ଏବଂ ଆର୍ଥିକ ଲାଭ ହାସଲ କରିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିବ । ଟଙ୍କା ହାତକୁ ଆସିବା ମାତ୍ରେ ଖର୍ଚ୍ଚ ହୋଇଯିବ । ଟଙ୍କା ସଞ୍ଚୟ କରିବା ବହୁତ କଷ୍ଟକର ହେବ । ଏହି ସମୟରେ ଆପଣ ବାରମ୍ବାର ମହଙ୍ଗା ଜିନିଷ କିଣିବାକୁ ପ୍ରଲୋଭିତ ହୋଇପାରନ୍ତି । ତଥାପି ଆପଣଙ୍କୁ ଏକ ବଜେଟ୍ ବଜାୟ ରଖିବାକୁ ପଡ଼ିବ ଏବଂ ନିବେଶ ବିଷୟଗୁଡ଼ିକ ଉପରେ ଧ୍ୟାନ ଦେବାକୁ ପଡ଼ିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/11/14/shani-chalan-2025-11-14-10-36-27.jpg)