କନକ ବ୍ୟୁରୋ: କେବେ ନାରୀଙ୍କୁ ମିଳିବ ସୁରକ୍ଷା ?  କେବେ ରାକ୍ଷସ ରୂପି ନରଙ୍କ  ନଜରୁ ସୁରକ୍ଷିତ ଭାବେ ଜିବନ ବଞ୍ଚିବେ ଝିଅ, ମହିଳା । ପ୍ରତ୍ୟେକ ଦିନ ରାଜ୍ୟରେ କେହିନା କେହି ନାରୀ ଦୁଷ୍କର୍ମର ସିକାର ହେବା ଖବର ସାମ୍ନାକୁ ଆସୁଛି । ପୁଣି ଏକ ଖବର  ନାରୀ ସୁରକ୍ଷା ନେଇ ଚିନ୍ତା ବଢ଼ାଇଛି । ଟିଉସନ୍‌ରୁ ଫେରିବା ସମୟରେ କଲେଜ ଛାତ୍ରୀଙ୍କୁ ଉଠାଇନେଇ ଗଣଦୁର୍ଷ୍କମ । ବାଲେଶ୍ବର ସୋର ଥାନା ଅଞ୍ଚଳରୁ ସାମ୍ନାକୁ ଆସିଲା ଅଭିଯୋଗ । ଥାନାରେ ପରିବାର ଲୋକଙ୍କ ଏତଲା ପରେ ମାମଲା ରୁଜୁ କରି ତଦନ୍ତ କରୁଛି ପୁଲିସ୍ ।

Advertisment

ଅଧିକ ପଢନ୍ତୁ:  ୬ ବର୍ଷର ଶିଶୁକନ୍ୟାକୁ ଗଣଦୁଷ୍କର୍ମ; ଦୁଷ୍କର୍ମକାରୀ ହେଲେ ୩ ନାବାଳକ

ଯୁକ୍ତ ଦୁଇରେ ପଢ଼ୁଥିବା ଛାତ୍ରୀ ଜଣଙ୍କ ଶନିବାର ସଂଧ୍ୟାରେ ଟିଉସନ୍ ସାରି ଘରକୁ ଫେରୁଥିବା ବେଳେ ଦୁଇଜଣ ଯୁବଙ୍କ ତାଙ୍କୁ ଗଣଦୁଷ୍କର୍ମ କରିଛନ୍ତି । ଛାତ୍ରୀ ଜଣଙ୍କର ଚିତ୍କାର କରିବାରୁ ଯୁବକ ଦ୍ବୟ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି । ପରିବାର ଲୋକ ଘଟଣାସ୍ଥଳରୁ ଛାତ୍ରୀ ଜଣଙ୍କୁ ଉଦ୍ଧାର କରି ସୋର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲେ । ପରେ ଏନେଇ ସୋର ଥାନାରେ ଏତଲା ଦାୟ କରାଯାଇଥିବା ବେଳେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ୍ ।