କନକବ୍ୟୁରୋ : ଛାତ୍ରୀ ନିଖୋଜକୁ ୬ ମାସ ପୂରିଲାଣି । ତଥାପି ପୁଲିସ ହାତ ଖାଲି । ଭଦ୍ରକ ଜିଲ୍ଲା ବାଂଶଡା ଥାନା ରାଜ ରାଜେଶ୍ବର ପାଲି ଗାଁର ନିଖୋଜ ଘଟଣା ଉପରକୁ କେବେ ପରଦା ହଟିବ, ସେ ନେଇ କାହା ପାଖରେ କିଛି ସୂଚନା ନାହିଁ । ଗାଁର ୧୩ ବର୍ଷୀୟ ଛାତ୍ରୀ ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ତାଙ୍କୁ ବାଟରୁ କେହି ଅପହରଣ କରିନେଇଥିଲେ । ଛାତ୍ରୀଙ୍କ ସାଇକେଲ ଏବଂ ବହି ବସ୍ତାନିକୁ ମଧ୍ୟ ଦୁର୍ବୁତ୍ତ ନେଇଯାଇଥିବା ଅଭିଯୋଗ ହୋଇଥିଲା ।
ପୁଣି ବଢ଼ିଲା ସୁନା ଦର, ରୁପା ଦର ୪୦ହଜାରକୁ ବୃଦ୍ଧି : ମାଲାମାଲ ନିବେଶକ
ସବୁଠୁ ବଡ଼ କଥା ନାବାଳିକାର ବାପା ମସ୍ୟଜୀବୀ ଧୀବର । ମାଛ ମାରିବା ପାଇଁ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ତାଙ୍କ ମା’ ମଧ୍ୟ ଧାନ ଚାଷ କରିବାକୁ ମଜୁରୀ ଲାଗି ଅନ୍ୟ ଗାଁକୁ ଯାଇଥିଲେ । ମା-ବାପାଙ୍କ ଅନୁ ପସ୍ଥିତିରେ ନାବାଳିକା ଜଣଙ୍କ ତାଙ୍କ ଜେଜେ ମା’ ପାଖରେ ରହି ପାଠ ପଢୁଥିଲେ । ହେଲେ ଘଟଣା ଦିନ ନାବାଳିକା ଛାତ୍ରୀଙ୍କ ଫେରିବା ବାଟକୁ ଚାହିଁ ଚାହିଁ ଦିନ ଯାଇ ସନ୍ଧ୍ୟା ହେଲେ ହେଲେ ନାବାଳିକା ଘରକୁ ଫେରିଲା ନାହିଁ ।
ଜେଜେ ମା’ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବାରେ ତାଙ୍କ ନାତୁଣୀକୁ କେହି ଅପହରଣ କରି ନେଇଥିବା ଶୁଣିବାକୁ ପାଇଲେ। ଏ ସମ୍ପର୍କରେ ସଙ୍ଗେ ସଙ୍ଗେ ନାବାଳିକାର ବାପା ଓ ମାଙ୍କୁ ଜଣାଇ ପାରିନଥିଲେ । ପୁଅକୁ ଜଣାଇବା ପରେ ଉଭୟ ପୁଅ-ବୋହୁ ଆସି ଅଗଷ୍ଟ ୬ ତାରିଖରେ ଏ ସମ୍ପର୍କରେ ଏକ ଲିଖିତ ଅଭିଯୋଗ ବାଂଶଡା ଥାନାରେ କରିଥିଲେ । ପୁଲିସ ଅଭିଯୋଗ ପାଇବା ପରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।
ମାତ୍ର ଅପହରଣ ଘଟଣାର ୬ମାସ ବିତିଯାଇଥିଲେ ବି ତଦନ୍ତରେ କୌଣସି ଅଗ୍ରଗତି ହୋଇନାହିଁ । ଏପଟେ ନ୍ୟାୟ ନ ପାଇ ମା’ ଥାନାକୁ ବାରମ୍ବାର ଦୌଡ଼ି ନିରାଶ ହୋଇଛି । ଆଜକୁ ଦୀର୍ଘ ୬ମାସ ହେଲା ନିଜର ଏକମାତ୍ର ଝିଅର ଫେରିବା ବାଟକୁ ଅପେକ୍ଷା କରି ମା’ ଆଖିରୁ ଲୁହ ସୁଖୁନାହିଁ । ସପରିବାର ଘରେ ଅଖିଆ ଅପିଆ କାନ୍ଦ ବୋବାଳିରେ ଫାଟିପଡୁଛି । ୧୩ ବର୍ଷର ଝିଅ କେଉଁଠି ଅଛି କେମିତି ଅଛି ଯାହାକୁ ନେଇ ପୁଲିସ୍ ର କାର୍ଯ୍ୟଦକ୍ଷତାକୁ ପ୍ରଶ୍ନ ଉଠାଇଛନ୍ତି । ନ୍ୟାୟ ନ ମିଳିଲେ ଥାନା ଆଗରେ ଆତ୍ମହୁତି ଦେବାକୁ ଚେତାବନୀ ଦେଇଛନ୍ତି ପରିବାର ଲୋକେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2026/01/25/girls-missing-2026-01-25-16-52-47.jpg)