PCB Photograph: (KanakNews)
କନକ ବ୍ୟୁରୋ : ଟି-୨୦ ବିଶ୍ବକପରେ ନାମ୍ବିଆକୁ ହରାଇ ପାକିସ୍ତାନ କ୍ରିକେଟ୍ ଟିମ୍ ସୁପର୍-୮ ରେ କ୍ବାଲିଫାଇ କଲା । ଏହା ପରେ ପ୍ରେସ୍ କନଫ୍ରେନ୍ସରେ ପାକିସ୍ତାନ କ୍ରିକେଟର୍ ଶାହଦବ ଖାନ୍ ଏବେ ବୟାନ ଦେଇ ବଡ଼ ହଙ୍ଗାମା ଛିଡ଼ା କରିଛନ୍ତି । ଭାରତ - ପାକିସ୍ତାନ ମ୍ୟାଚରେ ୬୧ ରନରେ ହାରିବାକୁ ନେଇ ଯେତେବେଳେ କ୍ରିକେଟରଙ୍କୁ ପ୍ରଶ୍ନ ପଚରା ଯାଇଥିଲା ସେ ପୂର୍ବ ପାକିସ୍ତାନ କ୍ରିକେଟରଙ୍କୁ କଟାକ୍ଷ କରି ମଜା ଉଡ଼ାଇଥିଲେ । ପ୍ରେସ୍ କନଫ୍ରେନ୍ସରେ ସେ କହିଥିଲେ – ‘‘ପୂର୍ବ କ୍ରିକେଟରଙ୍କ ନିଜସ୍ବ ବୟାନ ହୋଇଥାଏ । ସେମାନେ ପାକିସ୍ତାନ କ୍ରିକେଟର କିମ୍ବଦନ୍ତୀ ଥିଲେ କିନ୍ତୁ ସେମାନେ ସେତିକି ମଧ୍ୟ କରିନାହାନ୍ତି ଯେତେ ଆମେ କରି ଦେଖାଇଛୁ । ଆମେ ବିଶ୍ବକପରେ ଟିମ୍ ଇଣ୍ଡିଆକୁ ହରାଇଛୁ ଏହା କ’ଣ ଦେଖିପାରୁନାହାନ୍ତି କିମ୍ବଦନ୍ତୀ କ୍ରିକେଟର୍ ?’’ ଆଲୋଚନା ତ ଖାଲି କ୍ରିକେଟ ଇତିହାସର ଏକ ଅଂଶ ।’’ ତେବେ ପୁରୁଣା ଖେଳାଳିଙ୍କ ମଜା ଉଡ଼ାଇବାକୁ ନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏବେ ଶାହଦବଙ୍କ ବୟାନ ଉପରେ ଖପ୍ପା ଅଛି ।
ଆଗକୁ ପଢ଼ନ୍ତୁ : ଶାହିନଙ୍କ ଉପରେ ରାଗିଲେ ଶ୍ବଶୁର : କହିଲେ ଆଗ ଜ୍ବାଇଁଙ୍କୁ ବିଦା କର
ଆପଣଙ୍କୁ ଏଠାରେ କହିରଖୁଛୁ କି ୨୦୨୧ ଟି-୨୦ ବିଶ୍ବକପରେ ଭାରତ ବିପକ୍ଷରେ ପାକିସ୍ତାନର ବିଜୟକୁ ଏଠାରେ କହୁଥିଲେ କ୍ରିକେଟର୍ ଶାହଦବ, ସେତେବେଳେ ସେ ଦଳରେ ସାମିଲ ଥିଲେ । ଆଇସିସି ଇଭେଣ୍ଟରେ ଭାରତ ବିପକ୍ଷରେ ପାକିସ୍ତାନର ଏହା ଏକମାତ୍ର ବିଜୟ ଥିଲା । ତେବେ ଟେଲିକମ୍ ଏସିଆ ସ୍ପୋର୍ଟକୁ ଉଦ୍ଧୃତ କରି ଆଇଏଏନଏସ ରିପୋର୍ଟରେ କହିଛି ଯେ ପିସିବି ଶାହଦବଙ୍କ ମନ୍ତବ୍ୟରେ ଅସନ୍ତୋଷ ପ୍ରକାଶ କରିଛି ଏବଂ ତାଙ୍କୁ ନିଜ ଭାଷା ଉପରେ ନିୟନ୍ତ୍ରଣ ରଖିବାକୁ ପରାମର୍ଶ ଦେଇଛି । ନାମ୍ବିଆ ବିପକ୍ଷରେ ପାକିସ୍ତାନର ବିଜୟ ପରେ ଶାହଦବ ଏହି ବୟାନ ଦେଇଥିଲେ । ପିସିବି, ଦଳ ପରିଚାଳକଙ୍କ ମାଧ୍ୟମରେ ଅଲରାଉଣ୍ଡରଙ୍କୁ ଏକ ବାର୍ତ୍ତା ଜାରି କରି ପୂର୍ବତନ ପାକିସ୍ତାନୀ ଖେଳାଳିମାନଙ୍କ ବିରୁଦ୍ଧରେ ଏପରି ଭାଷା ବ୍ୟବହାର ନକରିବାକୁ ଅନୁରୋଧ କରିଥିଲା ।
ରିପୋର୍ଟ ଅନୁଯାୟୀ, ଟେଲିକମ୍ ଏସିଆ ସ୍ପୋର୍ଟକୁ ମିଳିଥିବା ସୂଚନା ଅନୁଯାୟୀ, "ନାଭିଦ ଚିମା ଶାହଦବଙ୍କୁ ଫୋନ୍ କରି କହିଥିଲେ ଯେ ସେ ସାମ୍ବାଦିକ ସମ୍ମିଳନୀରେ ସୀମା ଲଙ୍ଘନ କରିଛନ୍ତି । ତାଙ୍କୁ ଜାଣିବା ଉଚିତ ଯେ ତାଙ୍କ ଶ୍ୱଶୁର ସକଲେନ୍ ମୁସ୍ତାକଙ୍କ ସମେତ ସମସ୍ତ ପୂର୍ବତନ ଖେଳାଳି ସମ୍ମାନିତ ଖେଳାଳି । ଶାହଦବ ପାକିସ୍ତାନର ପୂର୍ବତନ ଖେଳାଳିମାନଙ୍କୁ ସମ୍ମାନ କରିବା ଉଚିତ ଏବଂ ଏପରି ଭାଷା ବ୍ୟବହାର କରିବା ଉଚିତ୍ ନୁହେଁ ।" ରିପୋର୍ଟ ଅନୁଯାୟୀ, ପିସିବି ଚିମାଙ୍କୁ ପ୍ରେସ୍ କନଫରେନ୍ସ କିମ୍ବା ଅନ୍ୟାନ୍ୟ ସାକ୍ଷାତକାର ସମୟରେ ଅନ୍ୟ ଖେଳାଳିମାନଙ୍କୁ ସେମାନଙ୍କର ଭାଷା ନିୟନ୍ତ୍ରଣ କରିବାକୁ ଏବଂ ସୀମା ଅତିକ୍ରମ ନ କରିବାକୁ ଅନୁରୋଧ କରିବାକୁ କହିଛି । ପାକିସ୍ତାନ ୨୦୨୬ ଟି୨୦ ବିଶ୍ୱକପ୍ ର ସୁପର ୮ ପର୍ଯ୍ୟାୟରେ ପହଞ୍ଚିଛି । ଏହି ପର୍ଯ୍ୟାୟରେ ଦଳ ଶ୍ରୀଲଙ୍କା, ନ୍ୟୁଜିଲ୍ୟାଣ୍ଡ ଏବଂ ଇଂଲଣ୍ଡ ସହିତ ମୁକାବିଲା କରିବ ।
Follow Us