ଅଇଁଠାପାଲି ଛକ ନିକଟରେ ସିରିଜ ଦୁର୍ଘଟଣା : ୧୨ ଆହତଙ୍କୁ ଡାକ୍ତରଖାନାକୁ ପଠାଇଲା ପୁଲିସ

Advertisment

ଅଇଁଠାପାଲି ଛକ ନିକଟରେ ସିରିଜ ଦୁର୍ଘଟଣା ।   ବିଳମ୍ବିତ ରାତ୍ରିରେ ଘଟିଥିଲା ଏହି ସିରିଜ୍ ଦୁର୍ଘଟଣା ।

ଅଇଁଠାପାଲି ଛକ ନିକଟରେ ସିରିଜ ଦୁର୍ଘଟଣା ।   ବିଳମ୍ବିତ ରାତ୍ରିରେ ଘଟିଥିଲା ଏହି ସିରିଜ୍ ଦୁର୍ଘଟଣା ।

Accident

କନକ ବ୍ୟୁରୋ : ଅଇଁଠାପାଲି ଛକ ନିକଟରେ ସିରିଜ ଦୁର୍ଘଟଣା ।   ବିଳମ୍ବିତ ରାତ୍ରିରେ ଏକ କାର  ଏହି ସିରିଜ୍ ଦୁର୍ଘଟଣା ଘଟାଇ ଭାରସାମ୍ୟ ହରାଇ ଦୃତ ଗତିରେ ଆସି ଏକ ପିଲର୍ ରେ  ଧକ୍କା ହୋଇଛି ।  ତେବେ ସୌଭାଗ୍ୟ ବଶତଃ କାରଟି ଏକ ପାର୍କିଂ ଭିତରକୁ ପଶିଯାଇଥିବା ବେଳେ କେବଳ  କାରରେ ଥିବା ଦୁଇଜଣ ଆହତ ହୋଇଥିବା ସୂଚନା ମିଳିଛି । ସେପଟେ କାରଟିର ଇଞ୍ଜିନ ସମ୍ପୂର୍ଣ୍ଣ ବାହାରକୁ ବାହାରି ପଡ଼ିଥିବା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ମେଡ଼ିକାଲ ପଠାଇଥିଲେ । 

ଅଧିକ ପଢନ୍ତୁ : ଭୁବନେଶ୍ୱରରେ ସିରିଜ ଦୁର୍ଘଟଣା । ୪ ଜଣ ଆହାତ

ଚମ୍ପୁଆ ଥାନା ତଡୁଆବାହାଳ ନିକଟରେ ୫୨୦ ଜାତୀୟ ରାଜପଥ ଉପରେ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ଯବାନଙ୍କୁ ନେଇ ଗୁଆଲିରୁ ଘଟଗାଁ ଯାଉଥିବା ଏକ ବସକୁ ପଛରୁ ଧକ୍କା ଦେଇ ଫେରାର ହେଲା ଟ୍ରକ ।  ଭାରସାମ୍ୟ ହରାଇ ବସଟି  ଆଗ ରେ ଯାଉଥିବା ଅନ୍ୟ ଏକ ଟ୍ରକ ପଛରେ ପିଟି ହେବାରୁ ଗାଡ଼ିରେ ବସିଥିବା ସମସ୍ତ ଯବାନ ଆହତ ହେଇଛନ୍ତି । ଆହତଙ୍କ ମଧ୍ୟରୁ ୧୦ଜଣଙ୍କୁ ଗମ୍ଭୀର ଆଘାତ ଲାଗିଛି । ଆହତମାନଙ୍କୁ ଚମ୍ପୁଆ ଡାକ୍ତର ଖାନା ଓ ବାସୁଦେବପୁର ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ୨୮ ଜଣ ଯବାନଙ୍କୁ  ଙ୍କୁ ନେଇ ଏହି ବସଟି ଘଟଗାଁ ସ୍ଥିତ ଆନୁଆଲ କୋର୍ସ ଫାଇରିଙ୍ଗ ପରୀକ୍ଷା କେନ୍ଦ୍ରକୁ ଯାଉଥିବା ବେଳେ ଘଟିଛି ଘଟଣା । ଆଜି ସକାଳୁ ଏକ ବସରେ ୨୮ ଜଣ ଯବାନଙ୍କୁ ନେଇ ଏହି ବସଟି ଗୁଆଲିରୁ ଘଟଗାଁ ଯାଉଥିବାବେଳେ ଏହି ଦୁର୍ଘଟଣାର ଶିକାର ହେଇଛି । ଖବର ପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନା ପଠାଇ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଧରିବାକୁ ଚେଷ୍ଟା ଚଳାଇ ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe