କନକ ବ୍ୟୁରୋ : ବିଦ୍ୟାଳୟ ତାଲା ଖୋଲାକୁ ନେଇ ଉତ୍ତେଜନା । ନୟାଗଡ଼ ଗଣିଆରୁ ସାମ୍ନାକୁ ଆସିଛି ଏଭଳି ଘଟଣା । ମାସକ ତଳେ ଜଣେ ଛାତ୍ରର ମୃତ୍ୟୁକୁ ନେଇ ବିଦ୍ୟାଳୟରେ ତାଲା ପକାଇଥିଲେ ମୃତ ଛାତ୍ରଙ୍କ ପରିବାର । ତେବେ ପାଠପଢ଼ାରେ ବ୍ୟାଘାତ ଦର୍ଶାଇ ଆଜି ତାଲା ଖୋଲିବାକୁ ଉଦ୍ୟମ କରିଥିଲେ ଅନ୍ୟ ସାହିର ଲୋକେ । ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିବା ପରେ ଏବେ ଥାନା ଘେରାଉ କରିଛନ୍ତି । ପୁଲିସ ଲୋକଙ୍କୁ ବୁଝାସୁଝା କରୁଛି।ଗାଁରେ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି ।
ଅଧିକ ପଢନ୍ତୁ : ସ୍କୁଲରେ ତାଲା , ରାସ୍ତା କଡରେ ପାଠ ପଢୁଛନ୍ତି ପିଲା
ସୂଚନା ଅନୁଯାୟୀ ମାସକ ତଳେ ବିଦ୍ୟାଳୟର ଜଣେ ଛାତ୍ର ଶୌଚ ହେବାକୁ ଯାଇ ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ ସମ୍ପୃକ୍ତ ଛାତ୍ରଙ୍କ ମୃତଦେହ ମିଳିଥିଲା । ଏଥିରେ ବିଦ୍ୟାଳୟ ଶିକ୍ଷକଙ୍କ ତ୍ରୁଟି ଅଭିଯୋଗ କରି ପରିବାର ଓ ସାହି ଲୋକେ ପ୍ରାୟ ମାସେ ହେଲା ସ୍କୁଲରେ ତାଲା ପକାଇ ଥଲେ ।ତେବେ ପାଠ ପଢ଼ାରେ ବ୍ୟାଘାତ ଦର୍ଶାଇ ଅନ୍ୟ ସାହିର ଲୋକେ ଆଜି ତାଲା ଖୋଲିବାକୁ ଉଦ୍ୟମ କରିଥିଲେ । ଏହାକୁ ପ୍ରତିବାଦ କରିଥିଲେ ମୃତ ଛାତ୍ରଙ୍କ ପରିବାର ଓ ସାହି ଲୋକେ । ସ୍କୁଲ ନିକଟରେ ତାଲା ଖୋଲୁଥିବା ସାହି ଲୋକଙ୍କୁ ଗାଳିଗୁଲଜ କରିବା ସହ ବ୍ୟାପକ ଉତ୍ତେଜନା ସୃଷ୍ଟି କରିଛନ୍ତି । ମାମଲା ଥାନାରେ ପହଞ୍ଚିବା ସହ ଗଣିଆ - କଣ୍ଟିଲୋ ରାସ୍ତାକୁ ଅବରୋଧ କରିଛନ୍ତି । ପୁଲିସ୍ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି ଏବଂ ଏହା ସହ ବ୍ୟାପକ ଫୋର୍ସ ମୁତୟନ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/07/school-2026-03-07-11-03-09.jpg)