କନକ ବ୍ୟୁରୋ : ରାସ୍ତା କଡ଼ରେ ପାଠ ପଢୁଛନ୍ତି ସ୍କୁଲ ପିଲା । ଏହିଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଝରୀଗାଁ ବ୍ଲକ ପୂର୍ଲା ଗାଁରେ । ଶିଶୁ ବାଟିକାରେ ଶିଶୁ ସେବିକା ଚୟନରେ ଅନିୟମିତତା ଅଭିଯୋଗ କରି ଗାଁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ । ଫଳରେ ରାସ୍ତା କଡ଼ରେ ପାଠ ପଢୁଛନ୍ତି ସ୍କୁଲକୁ ଆସିଥିବା ସମସ୍ତ ଛାତ୍ରଛାତ୍ରୀ ।
ଶିଶୁ ବାଟିକାରେ ଶିଶୁ ସେବିକା ଚୟନ ପାଇଁ ଡିସେମ୍ବର ୨୦୨୪ ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା, ଏହି ପଦବୀ ପାଇଁ ଗାଁର ପ୍ରାୟ ୭ ଜଣ ଆବେଦନ କରିଥିଲେ କିନ୍ତୁ ଏମାନଙ୍କ ମଧ୍ୟରୁ ପୂର୍ଲା ଗାଁରୁ ପ୍ରାୟ ଚାରି କିଲୋମିଟର ଦୂରରେ ରହୁଥିବା ଜଣେ ଯୁବତୀଙ୍କୁ ଚୟନ କରାଯାଇଛି । ଏହାକୁ ବିରୋଧ କରି ଆଜି ସ୍କୁଲରେ ତାଲା ପକାଇଛନ୍ତି ଗ୍ରାମବାସୀ । ଏହାପରେ ରାସ୍ତାକଡ଼ରେ ପିଲାମାନେ ପାଠ ପଢୁଛନ୍ତି ।
ଅଧିକ ପଢନ୍ତୁ : ଆଧାର କେନ୍ଦ୍ରରେ ସ୍କୁଲ ପିଲା ; ବ୍ଲକ ପରିସରରେ ବଡିଭୋରରୁ ଭିଡ଼ ଲଗାଇଛନ୍ତି ଛାତ୍ରଛାତ୍ରୀ ।
ଯେ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ନହେବେ ସ୍କୁଲରୁ ତାଲା ଖୋଲାଯିବ ନାହିଁ ବୋଲି କହିଛନ୍ତି ଗ୍ରାମବାସୀ । ଅନ୍ୟପଟେ ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଗ୍ରାମବାସୀ ନିଜ ପକ୍ଷରୁ ବ୍ୟବସ୍ଥା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/16/vlcsnap-2026-02-16-13h39m29s082-2026-02-16-13-40-42.png)