କନକ ବ୍ୟୁରୋ : ସ୍ମାର୍ଟ ମିଟର ପାଇଁ ପ୍ରାଥମିକ ବିଦ୍ୟାଳୟରୁ ବିଜୁଳି କାଟିଦେଲା ବିଭାଗ । ଫଳରେ ହଇରାଣ ହେଉଛନ୍ତି ଛାତ୍ରଛାତ୍ରୀ । ପାନୀୟ ଜଳ ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ, ସ୍ମାର୍ଟ କ୍ଲାସ ଭଳି ଅସୁବିଧା ହେଉଛି । ତୁରନ୍ତ ଏହାର ସମାଧାନ ପାଇଁ ଦାବି ହୋଇଛି ।
ଅଭାବୀ ବିକ୍ରିର ଶିକାର ନୂଆପଡ଼ା ଚାଷୀ! ଦଲାଲକୁ ଧାନ ବିକିବାକୁ ଚିନ୍ତା କଲେଣି ଚାଷୀ
କାମାକ୍ଷାନଗର ବ୍ଲକ ବାଇସିଙ୍ଗା ପ୍ରାଥମିକ ବିଦ୍ୟାଳୟ । ବାଲ୍ ବାଟିକାରେ ୨୬ ଓ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ୧୫୮ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । କିଛି ଦିନ ତଳେ ବିଦ୍ୟାଳୟରେ ବିଜୁଳି ବିଭାଗ ତରଫରୁ ସ୍ମାର୍ଟ ମିଟର ଲଗାଯାଇଥିଲା । ବିଲ୍ ପୈଠ ନକରିବାରୁ ୧୫ରୁ ଅଧିକ ଦିନ ହେଲାଣି ବିଜୁଳି କାଟି ଦେଇଛି ବିଭାଗ । ଫଳରେ ଟ୍ୟାପରେ ପାଣି ଆସୁନି । ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ସ୍ମାର୍ଟ କ୍ଲାସରେ ଅନେକ ଅସୁବିଧା ହେଉଛି ।
ତେଜସ୍ ବିମାନ ଦୁର୍ଘଟଣାଗ୍ରସ୍ତ, ଏୟାର ସୋ’ ବେଳେ ବଡ଼ ଦୁର୍ଘଟଣା
ବିଦ୍ୟାଳୟ ପରିଚାଳନା କମିଟି ତରଫରୁ ଏନେଇ ଏକ ବୈଠକ ହୋଇଥିଲା । ଅଭିଭାବକ ଓ ଶିକ୍ଷକ ମାନେ ବସି ଆଲୋଚନା କରିଥିଲେ। ତୁରନ୍ତ ଏହାର ସମାଧାନ କରାନଗଲେ ନିଜ ପିଲାଙ୍କୁ ସ୍କୁଲ୍ ଛାଡ଼ିବେନି ବୋଲି କହିଛନ୍ତି ଅଭିଭାବକ। ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି, ଏ ନେଇ ବ୍ଲକ ଶିକ୍ଷା ଅଧିକାରୀଙ୍କ ଠାରୁ ଆରମ୍ଭ କରି ବିଦ୍ୟୁତ ବିଭାଗକୁ ଜଣାଇଥିଲେ ମଧ୍ୟ କୌଣସି ପ୍ରତିକାର କରାଯାଉନାହିଁ । ସରକାରୀ ବିଦ୍ୟାଳୟର ବକେୟା ବିଜୁଳି ବିଲ୍ ଭରିବ କିଏ? ତାହା ଏକ ବଡ଼ ପ୍ରଶ୍ନ ପାଲଟିଛି ।
Follow Us