କନକ ବ୍ୟୁରୋ: ସମ୍ୱଲପୁରରେ ଚାକିରି ନାଁରେ ଠକେଇ ମାମଲା । ଠକେଇର ମାଷ୍ଟରମାଇଣ୍ଡ ଆରମ୍ୟାକ୍ସ ପ୍ରାଇଭେଟ ଲିମିଟେଡର ଦୁଇ ମୁଖିଆଙ୍କୁ ଗିରଫ ପରେ ଏବେ ତାଙ୍କ ଏଜେଣ୍ଟଙ୍କୁ ବାନ୍ଧିଛି ପୁଲିସ । ସମ୍ୱଲପୁର ପରେ ବରଗଡ଼ରେ ଏବେ ପୁଲିସର ଧରପଗଡ଼ ଚାଲିଛି ।
ସମ୍ବଲପୁର ଚାକିରି କେଳେଙ୍କାରୀ ମାମଲା: ଲୋକଙ୍କଠୁ ଟଙ୍କା ନେଇ ମହିଳା ସୁପରଭାଇଜରଙ୍କ ଆତ୍ମହତ୍ୟା ଉଦ୍ୟମସମ୍ବଲପୁରରୁ ବରଗଡ଼ ଚାକିରି କେଳେଙ୍କାରୀରେ ସମ୍ପୃକ୍ତ ଦଲାଲଙ୍କୁ ଖୋଜୁଛି ପୋଲିସ । ବରଗଡ଼ ପୁଲିସ ଠକ କମ୍ପାନିର ଦଲାଲ ତଥା ସୁପରଭାଇଜରଙ୍କୁ ଖୋଜି ଖୋଜି ବାନ୍ଧୁଛି । ଯେଉଁମାନେ ସାଧାରଣ ଗରିବ ମହିଳାଙ୍କଠାରୁ ଝାଡ଼ୁଦାର ଚାକିରି ନାଁରେ ଟଙ୍କା ଆଦାୟ କରୁଥିଲେ ।
ପୀତବାସ ହତ୍ୟାକାଣ୍ଡର ଫେରାର ଆସାମୀକୁ ଏଯାଏଁ ଧରିନି ପୁଲିସ : ଛାମୁଙ୍କ ଗଡ଼ରେ ବିଜେଡିର ସ୍ବାସ୍ଥ୍ୟ ହାନୀ ଚର୍ଚ୍ଚା
ସେମାନେ କେତେ ମହିଳାଙ୍କ ଠାରୁ କେତେ ଟଙ୍କା ଲୁଟିଛନ୍ତି ଖୋଳତାଡ଼ ଚାଲିଛି । ଭଟଲି ଥାନା ପୁଲିସ ୨ ସୁପରଭାଇଜର ଓ ଭେଡେନ ଥାନା ପୁଲିସ ୩ ଜଣ ସୁପରଭାଇଜରଙ୍କୁ ଗିରଫ କରିଛି । ଅନ୍ୟପଟେ ଠକେଇର ଶିକାର ହୋଇଥିବା ଲୋକେ ଭେଡେନ ଥାନାକୁ ଆସି ଅଭିଯୋଗ କରିବା ସହ ଟଙ୍କା ଫେରାଇବାକୁ ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/25/sambalpur-job-scam-2025-10-25-20-34-28.jpg)