କନକବ୍ୟୁରୋ : ପୀତବାସ ହତ୍ୟାକାଣ୍ଡ ଘଟଣାରେ ରାଜନୈତିକ ସଂପୃକ୍ତି ନେଇ ଚର୍ଚ୍ଚା ଥମିନି । ଏହା ସହିତ କିନ୍ତୁ ଯେଉଁ ପ୍ରସଙ୍ଗଟି ସାମ୍ନାକୁ ଆସିଲା, ତାହା ହେଉଛି ବିଜେଡି ମୁଖିଆଙ୍କ ଗଞ୍ଜାମରେ ବିଜେଡି ସ୍ବାସ୍ଥ୍ୟ ଠିକ୍ ନାହିଁ । ବିଜେଡି ପ୍ରତିବାଦ ସଭାକୁ ଦେଖି ଏମିତି ଚର୍ଚ୍ଚା ଜୋର ଧରିଲାଣି ।
ସାଧାରଣ ନିର୍ବାଚନରେ ନିଷ୍ପ୍ରଭ ହୋଇଯାଇଥିଲା ଶଙ୍ଖ ଧ୍ବନି । ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କ ଜିଲ୍ଲାର ଜିଲ୍ଲା ସଭାପତି ଏବେ ଜେଲ୍ରେ । ବିକ୍ରମ, ଚାଉପଟ୍ଟନାୟକଙ୍କ ଗର୍ଜନ ଶୁଭୁନି । ପୀତବାସ ହତ୍ୟାକାଣ୍ଡରେ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତିଙ୍କ ଗିରଫ ଓ ପ୍ରତିବାଦ ସଭା ଦେଖି ଆରମ୍ଭ ହୋଇଛି ଏମିତି ଅବଗଣନା। ଜିଲ୍ଲା ବାହାର ନେତାଙ୍କ ଉପସ୍ଥିତି ଦେଖିଲା ଓଡ଼ିଶା, ହେଲେ କୁଆଡ଼େ ଗଲେ ଗଞ୍ଜାମ ନେତା ? କାହା ନେତୃତ୍ବରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଜିଲ୍ଲା ବଢ଼ିବ ? ଏସବୁକୁ ନେଇ ଚାଲିଛି ଅବଗଣନା ।
ଅବହେଳିତ ଗାଁ କରଞ୍ଜଗୁଡ଼ା, ମୌଳିକ ସୁବିଧା ସାତ ସପନ
ଅଧିକ ପଢନ୍ତୁ ....
ଏକଦା ଗଞ୍ଜାମ ରାଜନୀତିରେ ପ୍ରଥମେ ନବୀନଙ୍କ ରଥର ସାରଥୀ ଥିଲେ ରାମକୃଷ୍ଣ । ଦିନ କେତେଟା ପରେ ରାମକୃଷ୍ଣ ହଟିଲେ, ଉଇଁଲେ ସୂର୍ଯ୍ୟ । ସୂର୍ଯ୍ୟ ପାତ୍ରଙ୍କ କିରଣରେ ଗଞ୍ଜାମ ରାଜନୀତିରେ ଚମକିଥିଲେ ପ୍ରଦୀପ ପାଣିଗ୍ରାହୀ ଓ ବିକ୍ରମ ଆରୁଖ । କିନ୍ତୁ ପରିବର୍ତ୍ତିତ ରାଜନୈତିକ ସମୀକରଣରେ ପାଣିଗ୍ରାହୀଙ୍କୁ ହଟାଇ କଂଗ୍ରେସରୁ ବିକ୍ରମ ପଣ୍ଡାଙ୍କୁ ସାମ୍ନାକୁ ଆଣିଥିଲା ବିଜେଡି । ଏବେ ବିଜେଡିକୁ ବ୍ୟାକଫୁଟକୁ ନେଇଗଲେ ବିକ୍ରମ ଓ ଆଉ ସିନିୟର ବିକ୍ରମ ବି ଚୁପ୍ ।
କୌତୂହଳ କଥା ହେଲା ଚନ୍ଦ୍ରଶେଖର ସାହୁଙ୍କୁ କଂଗ୍ରେସରୁ ଆମଦାନୀ କରିଛି ଦଳ । ରମେଶ ଚାଉପଟ୍ଟନାୟକ ବୟସ୍କ ଓ ଉଷାଦେବୀ ସକ୍ରିୟ ନାହାନ୍ତି। ହଁ ଶ୍ରୀକାନ୍ତ ବି ବିବାଦୀୟ । ସୁବାସ ବେହେରା , ବିପ୍ଲବ ପାତ୍ର , ଶ୍ରୀରୂପଦେବଙ୍କୁ ୨୪ ନିର୍ବାଚନରେ ଗ୍ରହଣ କଲେନି ଜନତା । ଲତିକାଙ୍କ ଦଳବିରୋଧୀ ବୟାନ ରାଜ୍ୟବାସୀ ଭୁଲିନାହାନ୍ତି । ଏକମାତ୍ର ବିଧାୟକ ଭାବେ ଜିତିଛନ୍ତି ନବୀନ, ଯିଏ ନିର୍ବାଚନମଣ୍ଡଳୀକୁ ଯାଉନାହାନ୍ତି ।
ସୂଚନା ଅନୁଯାୟୀ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବିଜେଡି ଗଞ୍ଜାମ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗିରଫ କରିଛି ପୁଲିସ । ପୁଲିସ ଭ୍ୟାନ୍ରେ ବିକ୍ରମଙ୍କୁ କୋର୍ଟ ନେଇଛି। ପୁଲିସ ଗତକାଲି ରାତିରେ ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ ଉଠାଇ ନେଇଥିଲା । କିଏ ଓ କାହିଁକି ପୀତବାସ ପଣ୍ଡାଙ୍କୁ ହତ୍ୟା କଲା ତାର ସବୁ ସତ ସାମ୍ନାକୁ ଆସିବ । ରାଜନୈତିକ, ବୃତ୍ତିଗତ ନା ବ୍ୟକ୍ତିଗତ କାରଣ, ସେକଥା ମଧ୍ୟ ହୋଇଯିବ ସ୍ପଷ୍ଟ
ରେଲଓ୍ୱେରେ ଚାକିରି ସୁଯୋଗ: +୨, +୩ ପଢ଼ିଥିଲେ ପାଇବେ ଚାକିରି
ଅଧିକ ପଢନ୍ତୁ ......
୧୫ ଜଣଙ୍କୁ ଅଟକ ରଖି ପୁଲିସର ତଦନ୍ତ
ଜଣେ କର୍ପୋରେଟର ଓ ଛାତ୍ରନେତାଙ୍କୁ ମିଶାଇ ମୋଟ ୧୫ ଜଣଙ୍କୁ ପୁଲିସ ଅଟକ ରଖି ତଦନ୍ତ ଚଳାଇଛି । ସେପଟେ ବିକ୍ରମ ପଣ୍ଡାଙ୍କୁ ଉଠାଇ ନେବା ପରେ ତାଙ୍କ ଘର ବାହାରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା । ବିକ୍ରମ ପଣ୍ଡାଙ୍କ ସମର୍ଥକଙ୍କ ସମେତ ଅନେକ ଆଇନଜୀବୀ ସେଠାରେ ଏକତ୍ରିତ ହୋଇଥିଲେ । ଆଜି ଗଞ୍ଜାମ ବିଜେଡି ପକ୍ଷରୁ ବିକ୍ଷୋଭ ମଧ୍ୟ କରାଯାଉଛି । କିନ୍ତୁ ଏହାରି ଭିତରେ ବିକ୍ରମଙ୍କୁ ଗିରଫ କରିଛି ପୁଲିସ।
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ପୁଲିସ କବଜାରେ ମୁଖ୍ୟ ସାର୍ପସୁଟର ଚିଣ୍ଟୁ । ପୁଲିସ ତାକୁ ଅଟକ ରଖିଥିବା ସୂଚନା ରହିଛି । ମୁଖ୍ୟ ସାର୍ପସୁଟର ଚିଣ୍ଟୁକୁ ବେଙ୍ଗାଲୁରୁରୁ ଉଠାଇ ଆଣିଲା ପୁଲିସ। ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ବି ଜବତ ହୋଇଛି । ଉଲ୍ଲେଖଥାଉ କି, ଗତ କୁମାର ପୂର୍ଣ୍ଣିମା ରାତିରେ ଆଇନଜୀବୀ ପୀତବାସଙ୍କୁ ତାଙ୍କ ଘର ପାଖ ରାସ୍ତା ଉପରେ ଗୁଳି କରି ହତ୍ୟା କରାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/24/7pm2-2025-10-24-21-53-34.jpg)