କନକ ବ୍ୟୁରୋ: ମହିଳା ସୁପରଭାଇଜରଙ୍କ ଆତ୍ମହତ୍ୟା ଉଦ୍ୟମ । ୧୨ ହଜାର ଟଙ୍କାରେ ମିଛ ଚାକିରି ବିକ୍ରି ଗ୍ୟାକେଟ୍ ଆଜି ଏକ ଭୟଙ୍କର ମୋଡ଼ ନେଇଛି । ଠକେଇ କରୁଥିବା ରାହୁଲ ଓରଫ୍ ସମ୍ରାଟ ରାୟ  ଏବଂ ସାତୁପାଲିର ପଦ୍ମାବତୀ ତାଣ୍ଡିଙ୍କୁ ବିଶ୍ବାସ କରି ଫସି ଯାଇଛନ୍ତି ଚିପିଲିମାର ସ୍ବର୍ଣପ୍ରଭା ପାଢ଼ୀ । ଟଙ୍କା ଫେରସ୍ତକୁ ନେଇ ମାନସିକ ଅବସାଦରେ ଥିବା ସ୍ଵର୍ଣପ୍ରଭା ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମଳିଛି । ସ୍ବର୍ଣପ୍ରଭା ଘାସମରା ବିଷ ଖାଇଦେବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଏକ ନସିଂହୋମରେ ଭର୍ତ୍ତି କରାଯାଇଥିଲା ବର୍ତ୍ତମାନ ସେ ବିପଦମୁକ୍ତ ଥିବା ବୁର୍ଲା ଥାନା ପୁଲିସ ସୂତ୍ରରୁ ଜଣାପଡ଼ିଛି । ଆରମେକ୍ସ ଇଣ୍ଟରନ୍ୟାସନାଲ ପ୍ରାଇଭେଟ୍ ଲିମିଟେଡ୍‌ରେ ସୁପରଭାଇଜର କାର୍ଯ୍ୟ କରୁଥିଲେ ସ୍ବର୍ଣପ୍ରଭା ପାଢ଼ୀ । ରାହୁଲ ଏବଂ ପଦ୍ମାବତୀ ନିଜକୁ ଏସ୍ଏମ୍‌ସି ସ୍ବୀକୃତିପ୍ରାପ୍ତ ସଂସ୍ଥାର କର୍ମଚାରୀଭାବରେ ପରିଚୟ ଦେଇଥିଲେ । ସେମାନେ ସ୍ଵର୍ଣ୍ଣପ୍ରଭାଙ୍କୁ ତାଙ୍କ ସଂସ୍ଥାର ସୁପରଭାଇଜର ଭାବେ ନିଯୁକ୍ତି ଦେଇଥିଲେ । ଚାକିରି ପାଇଁ ସ୍ଥାନୀୟ ଅଧିବାସୀଙ୍କଠାରୁ ୧୨ ହଜାର ଟଙ୍କା ଲେଖାଏଁ ଆଦାୟ ପାଇଁ ତାଙ୍କୁ ଦାୟିତ୍ଵ ଦିଆଯାଇଥିଲା । ସେ ପ୍ରାୟ ୬୩୪ ଜଣ ଲୋକଙ୍କଠାରୁ ୬୪ ଲକ୍ଷ ଟଙ୍କା ଆଦାୟ କରିଥିଲେ । 

Advertisment

୧୦୦ ବର୍ଷ ପରେ ପଡୁଛି ଅଦ୍ଭୁତ ସଂଯୋଗ : କାର୍ତ୍ତିକ ପୂର୍ଣ୍ଣିମାରେ କରନ୍ତୁ ବ୍ରତ , ବର୍ଷିବ ହରି,ହରଙ୍କ କୃପା

ସ୍ବର୍ଣପ୍ରଭା ଆଶା କରିଥିଲେ, ଏଥିରେ ସେ ଲୋକଙ୍କୁ ଚାକିରି ଦେଉଛନ୍ତି । ୨୩ ତାରିଖରେ ଚାକିରି ନାମରେ ବଡ଼ କେଳେଙ୍କାରୀ ଚାଲିଥିବା ଜାଣିବାକୁ ପାଇଥିଲେ । ଏହାପରେ ଚାକିରି ପାଇଁ ଟଙ୍କା ଦେଇଥିବା ଶହ ଶହ ଲୋକ ଟଙ୍କା ଫେରି ପାଇବା ପାଇଁ ଆଜି ସକାଳେ ସ୍ବର୍ଣ୍ଣପ୍ରଭାଙ୍କ ଘର ଆଗରେ ଠୁଳ ହୋଇଥିଲେ । ଯଥାଶୀଘ୍ର ଟଙ୍କା ଦେବା ପାଇଁ ସେମାନେ ଦାବି କରିଥିଲେ । ଏଥିରେ ମାନସିକ ଚାପଗ୍ରସ୍ତ ହୋଇ ସ୍ବର୍ଣପ୍ରଭା ଆତ୍ମହତ୍ୟା ଉଦ୍ୟମ କରିଥିବା ପରିବାର ଲୋକେ କହିଛନ୍ତି ।

ସେପଟେ ୨ କୋଟି ଟଙ୍କାର ଚାକିରି ଠକେଇ ମାମଲାରେ ରାହୁଲ ଓରପ୍ ସମ୍ରାଟ ରାୟଙ୍କୁ ପଚରାଉଚରା ପାଇଁ ବୁର୍ଲା ପୁଲିସ ଅଦାଲତରେ ୩ଦିନିଆ ରିମାଣ୍ଡ ଆବେଦନ କରିଛି ଖୁବ୍‌ଶୀଘ୍ର ଏହି ରିମାଣ୍ଡ ମଞ୍ଜୁର ହେବ ବୋଲି ଆଶା ରହିଥିବା କହିଛନ୍ତି ହୀରାକୁଦ-ବୁର୍ଲା ଏସ୍‌ଡିପିଓ । ବାଲେଶ୍ଵର ଗିଧି ଏହାପରେ ଠକେଇ ମାମଲାର ଆହୁରି ଅନାଲୋଚିତ ତଥ୍ୟ ପଦାକୁ ଆସିବ ବୋଲି ପୁଲିସ ଆଶା ରଖିଛି । ଏହି ମାମଲାର ମୁଖ୍ୟ କାର୍ପଟଦାର କୁହାଯାଉଥିବା ସୌମ୍ୟ ସାହୁ ଏକ କାଳ୍ପନିକ ନାମ ବୋଲି ପୁଲିସ ସନ୍ଦେହ କରୁଛି । ରାହୁଲ ଏହାର ମୁଖ୍ୟ ଷଡ଼ଯନ୍ତ୍ରକାରୀ । ଠକେଇ ହୋଇଥିବା ସବୁ ଅର୍ଥ ଫେରି ପାଇବା ପାଇଁ ପୁଲିସ ସବୁପ୍ରକାର ଉଦ୍ୟମ କରିବ ବୋଲି ଏସଡିପିଓ କହିଛନ୍ତି ।