କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ଅଜବ ନିୟମ । ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ଜଣେ ହିତାଧିକାରୀଙ୍କ ମୃତ୍ୟୁ ପରେ ଯାଇ ଆଉ ଜଣେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଭତ୍ତା । ଅନ୍ୟ ହିତାଧିକାରୀଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଜଣେ ହିତାଧିକାରୀଙ୍କୁ ଅପେକ୍ଷା କରିବାକୁ ପଡ଼ିବ ।

Advertisment

ଏହାକୁ ସରକାରୀ ଭାଷାରେ ଡେଥ୍ ଭେକେନ୍ସି କୁହାଯାଉଛି । ଅର୍ଥାତ ମୃତ୍ୟୁ ପରେ ଖାଲି ହେଉଥିବା ସ୍ଲଟରେ ନୂଆ ହିତାଧିକାରୀଙ୍କୁ ଭତ୍ତା ଦିଆଯିବ । ଏହି ଅଜବ ନିୟମ ପାଇଁ କେବଳ ସମ୍ବଲପୁର ଜିଲ୍ଲାରେ ୧୩୪୩୧ଜଣ ଯୋଗ୍ୟ ହିତାଧିକାରୀ ଅପେକ୍ଷା କରିଛନ୍ତି । ଏମାନେ ଭତ୍ତା ପାଇବା ପାଇଁ ଯୋଗ୍ୟ ହେଲେ ସୁଦ୍ଧା ଅନ୍ୟ ହିତାଧିକାରୀଙ୍କ ମୃତ୍ୟୁ ପରେ ହିଁ ଏମାନଙ୍କୁ ଭତ୍ତା ମିଳିବ ।

ଅଧିକ ପଢ଼ନ୍ତୁ : ବାଟବଣା ବାର୍ଦ୍ଧକ୍ୟ ଭତ୍ତା ଯୋଜନା ! ବାର ଦୁଆର ବୁଲୁଛନ୍ତି ଯୋଗ୍ୟ ହିତାଧିକାରୀ

୮୬ବର୍ଷୀୟା ଗୋମତୀ ବାଦୀ । କୁଚିଣ୍ଡା ବ୍ଲକ ଜଟିଆପାଲି ଗାଁର ଗୋମତୀଙ୍କ ବୟସ ଅନୁସାରେ ସେ ୩୫୦୦ ଟଙ୍କା ଭତ୍ତା ପାଇବା କଥା କିନ୍ତୁ ପାଉଛନ୍ତି ମାତ୍ର ୧୦୦୦ ଟଙ୍କା । ୩୫୦୦ଭତ୍ତା ପାଇଁ ଆବେଦନ କରି ଏ ଅଫିସରୁ ସେ ଅଫିସ ଧାଇଁ ଧାଇଁ ନୟାନ୍ତ ହେଲେଣି । କିନ୍ତୁ ତାଙ୍କୁ ବର୍ଦ୍ଧିତ ଭତ୍ତା ଟଙ୍କା ମିଳିପାରୁନି । ଆଉ ଏହାର କାରଣ ହେଲା ସେହି ଅଜବ ନିୟମ । ଡେଥ୍ ଭ୍ୟାକେନ୍ସି ହେଲେ ଯାଇ ଗୋମତୀଙ୍କୁ ବର୍ଦ୍ଧିତ ଭତ୍ତା ମିଳିବ । ଗୋମତୀଙ୍କ ଭଳି ଜିଲ୍ଲାରେ ୯୦ ଜଣ ହିତାଧିକାରୀ ୮୦ ବର୍ଷ ପାର୍ କରିସାରିଥିଲେ ସୁଦ୍ଧା ଅନ୍ୟର ମୃତ୍ୟୁ ହେଉନି ବୋଲି ତାଙ୍କୁ ୩୫୦୦ ଟଙ୍କା ଭତ୍ତା ମିଳିପାରୁନି ।