କନକ ବ୍ୟୁରୋ: ଗରିବ ତଥା ଅସହାୟ ଲୋକଙ୍କ ପାଇଁ ସରକାରଙ୍କ ବିଭିନ୍ନ ଆର୍ଥିକ ସହାୟତା ଯୋଜନା । କିନ୍ତୁ ସରକାରୀ ବାବୁଙ୍କ ଉଦାସୀନତା ମନୋଭାବ ଯୋଗୁଁ ଅନେକ ସ୍ଥାନରେ ଏହି ସବୁ ଫେଲ୍‌ ମାରିଛି । ବୟସ ୬୦ ଟପିଲା ପରେ ବି ବାର୍ଦ୍ଧକ୍ୟ ଭତ୍ତା ମିଳୁନି। ବାରମ୍ବାର ଅବଗତ କରାଯିବା ପରେ ବି କେହି ଶୁଣୁନଥିବା ଆସିଛି ଅଭିଯୋଗ ।  

Advertisment

ଏଠି ବସିଥିବା ସମସ୍ତ ବୃଦ୍ଧ ବୃଦ୍ଧାଙ୍କ ବୟସ ୬୦ରୁ ଅଧିକ। ବାର୍ଦ୍ଧକ୍ୟ ଭତ୍ତା ଏମାନଙ୍କ ପାଇଁ ସ୍ବପ୍ନ । ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକର ହଲନ୍ତଭଟା ପଞ୍ଚାୟତ କୁଶପାଲି ଗାଁର ଏପରି ଅନେକ ବୃଦ୍ଧ ଅଛନ୍ତି । ଯେଉଁମାନେ ଯୋଗ୍ୟ ହୋଇ ବି ମିଳୁନି ବାର୍ଦ୍ଧକ୍ୟ ଭତ୍ତା । ଅନ୍‌ଲାଇନ୍‌ରେ ସବୁ କାଗଜପତ୍ର ଦେଇ ବି ଭତ୍ତା ତାଲିକାରେ ପ୍ରଶାସନ ଅନ୍ତର୍ଭୁକ୍ତ କରୁନଥିବା ଅଭିଯୋଗ ଆସିଛି ।

ଉପାନ୍ତ ଇଲାକା ହିତାଧିକାରୀମାନେ ବ୍ଲକକୁ ଯାଇ ବାରମ୍ବାର ଅଭିଯୋଗ କରିଛନ୍ତି । ତଥାପି ପ୍ରଶାସନ ଏଦିଗରେ ପଦକ୍ଷେପ ନେଇନଥିବା ଅଭିଯୋଗ । ଅନ୍ୟପଟେ ତୁରନ୍ତ ଏମାନଙ୍କୁ ଭତ୍ତା ଦିଆଯିବ ବୋଲି କହିଛନ୍ତି ବ୍ଲକ ଅଧିକାରୀ ।  କେବେ ବ୍ଲକ ପ୍ରଶାସନ ଏମାନଙ୍କ ଦୁଃଖ ବୁଝି ଭତ୍ତା ତାଲିକାରେ ସାମିଲ କରିବ ତାକୁ ଅପେକ୍ଷା ।