କନକ ବ୍ୟୁରୋ: ୬୦ବର୍ଷରୁ ଉର୍ଦ୍ଧ ବୟସ୍କ ଗରିବଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ମାସିକ ଭତ୍ତା ଦେଉଛନ୍ତି ସରକାର। କିନ୍ତୁ ଆଶ୍ଚର୍ୟ୍ୟ ବିଷୟ ଚଂଚକତା କରି ଭେଣ୍ଡିଆ ଏହି ଯୋଜନାର ହିତାଧିକାରୀ ହୋଇଛନ୍ତି। ଆଉ ମାସିକ ଭତ୍ତା ନେଉଛନ୍ତି। ବିଧାନସଭାରୁ ଆଜି ଏମିତି ଏକ ଚମକାଇ ଦେବା ଭଳି ତଥ୍ୟ ରଖିଛନ୍ତି ବିଭାଗୀୟ ମନ୍ତ୍ରୀ। ଦେଖନ୍ତୁ ଆମର ଏହି ସ୍ପେଶାଲ ରିପୋର୍ଟ
ରାସନକାର୍ଡ ଦୁର୍ନୀତି ପରେ ସାମନାକୁ ଆସିଛି ଭତ୍ତା କେଳେଙ୍କାରୀ। ଭେଣ୍ଡିଆମାନେ ଜାଲିଆତି କରି ବୟସ ବଢ଼ାଇ ମଧୁବାବୁ ପେନସନ ଓ ଜାତୀୟ ସାମାଜିକ ସହାୟତା ଅଧୀନରେ ଭତ୍ତା ହାତେଇଛନ୍ତି। ବିଧାନସଭାରେ ଏସମ୍ପର୍କୀତ ଏକ ପ୍ରଶ୍ନର ଉତ୍ତର ଭତ୍ତା କେଳେଙ୍କାରୀର ଗୁମର ଖୋଲି ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ। (ଓଲ୍ଡ ଏଜ୍ ପେନସନ୍ ଲେଟର..) ବିଧାନସଭାରେ ମନ୍ତ୍ରୀ ରଖିଥିବା ଉତ୍ତର ଉପରେ ନଜର ପକାନ୍ତୁ। କେବଳ ଯାଜପୁର ଜିଲ୍ଲାର ୮୯୪ ଜଣ ଜାଲିଆତି କରି ଭତ୍ତା ପାଇଛନ୍ତି। ସେହିପରି କେନ୍ଦ୍ରାପଡାରେ ପାଇଛନ୍ତି ୬୫ଜଣ ।
ଯାଜପୁର ଜିଲ୍ଲା କେମିତି ଦୁର୍ନୀତିର ପେଣ୍ଠସ୍ଥଳ ପାଲଟିଥିଲା, ଗୋଟିଏ ପରେ ଗୋଟିଏ ତଥ୍ୟ ତାହାକୁ ପଦାରେ ପକାଉଛି। ପ୍ରଥମେ ହଜାର ହଜାର ଅଯୋଗ୍ୟ ହିତାଧିକାରୀ ରାସନକାର୍ଡ ହାତେଇଥିବା ସାମନାକୁ ଆସିଥିଲା। ଆଉ ଏବେ ଏତେ ସଂଖ୍ୟାରେ ଭେଣ୍ଡିଆ ବାର୍ଦ୍ଧକ୍ୟ ଭତ୍ତା ନେଉଥିବାର ତଥ୍ୟ କେଳେଙ୍କାରୀକୁ ପଦାରେ ପକାଇଛି। ତେବେ ଏଥିପାଇଁ ପୂର୍ବର ବିଜେଡି ସରକାର ଓ ସ୍ଥାନୀୟ ବିଜେଡି ନେତାଙ୍କୁ ବିଜେପି ଦାୟୀ କରିଥିବାବେଳେ ଜବାବ ରଖିଛନ୍ତି ବିଜୁ ଜନତା ଦଳ ବିଧାୟକ।
ବଡ କଥା ହେଉଛି, ଏବେ ବି ହଜାର ହଜାର ଯୋଗ୍ୟ ବୟସ୍କ ଲୋକ ବାର୍ଦ୍ଧକ୍ୟ ଭତ୍ତା ପାଇବାକୁ ଆବେଦନ କରି ଅପେକ୍ଷା କରିଛନ୍ତି। କିନ୍ତୁ ଅନ୍ୟପଟେ ଏତେ ସଂଖ୍ୟାରେ ଅଯୋଗ୍ୟ ହିତାଧିକାରୀ କେମିତି ଜାଲିଆତି କରି ଭତ୍ତା ପାଇଲେ ତାର ତଦନ୍ତ ହେବା ପାଇଁ ଦାବି ହେଉଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/02/21/xE00zV7Tp1CIwx8eJbWv.jpg)