Sambalpur Air Quality Photograph: (Kanak News)
କନକ ବ୍ୟୁରୋ : ସମ୍ବଲପୁରରେ ଭୟଙ୍କର ହୋଇଛି ବାୟୁ ପ୍ରଦୂଷଣ । ସହରର ପ୍ରଦୂଷଣ ମାତ୍ରା ମାରାତ୍ମକ ସ୍ଥିତିରେ ପହଞ୍ଚିଛି । ଗତ ୪ବର୍ଷ ହେଲା ସମ୍ବଲପୁର ସହରରେ ପ୍ରଦୂଷଣ ମାତ୍ରା ବଢ଼ି ବଢ଼ି ଚାଲିଛି ।
ନୂଆ ବର୍ଷର ପ୍ରଥମ ଦିନ ହିଁ ୩୦୦ରେ ପହଞ୍ଚିଛି ବାୟୁ ମାନ ସୂଚକାଙ୍କ । ଅର୍ଥାତ ସମ୍ବଲପୁରରେ ବାୟୁ ପ୍ରଦୂଷଣ ରେଡ୍ ଜୋନ ବା ମାରାତ୍ମକ ସ୍ଥିତିରେ ପହଞ୍ଚିଛି । ଜାନୁଆରି ୧ ତାରିଖ ରାତି ପ୍ରାୟ ୧୦ଟାରେ ସମ୍ବଲପୁରର AQI ୨୯୮ ରେକର୍ଡ ହୋଇଥିବା ବେଳେ ଆଜି ସକାଳେ ମଧ୍ୟ ୨୦୦ ଉପରେ ରହିଥିଲା । ସମ୍ବଲପୁରବାସୀ ବାୟୁ ନାଁରେ ବିଷ ଗ୍ରହଣ କରୁଛନ୍ତି । ଯାହାକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହ ପ୍ରଦୂଷଣ ନିୟନ୍ତ୍ରଣରେ ସରକାରଙ୍କ ବିଫଳତାକୁ ନେଇ ବର୍ଷିଛନ୍ତି ସମ୍ବଲପୁର ବାସିନ୍ଦା ।
ଅଧିକ ପଢ଼ନ୍ତୁ : ବଢ଼ୁଛି ପ୍ରଦୂଷଣ ସାର୍ଟିଫିକେଟ୍ ଟେନ୍ସନ୍ : ପୂର୍ବରୁ ଫାଇନ୍ ଥିଲେ ମିଳୁନି ସାର୍ଟିଫିକେଟ୍
ସମ୍ବଲପୁରରେ ସବୁ ନିୟମ ମୋଡ଼ି ମକଚି ଖୋଲାଖୋଲି ଚାଲିଛି ଫ୍ଲାଏ ଆସ୍ ପରିବହନ । ଏପଟେ ବ୍ରିଜ୍ ହେଉ କି ସାମାନ୍ୟ ନିର୍ମାଣ କାର୍ଯ୍ୟ, ସବୁଥିରେ ବ୍ୟବହାର ହେଉଛି ଟ୍ରିପ୍ ଟ୍ରିପ୍ ଆସ୍ । କେବଳ ଏତିକି ନୁହେଁ ଏନଏଚ୍ କଡ଼ର ଧୂଳି ଓ ସହର ଚାରିପଟେ କଳ କାରଖାନା ପାଇଁ ସମ୍ବଲପୁର ବାୟୁ ଧୀରେ ଧୀରେ ବିଷାକ୍ତ ହେବାରେ ଲାଗିଛି । ୨୦୨୪ରୁ ୨୦୨୫ ଯାଏଁ ୧୧ ପ୍ରତିଶତ ପ୍ରଦୂଷଣ ବଢ଼ିଥିବା ବେଳେ ୨୦୨୫ରୁ ୨୦୨୬ ଆରମ୍ଭ ହେଉ ହେଉ ପ୍ରଦୂଷଣର ମାତ୍ରା ୧୧୧ ପ୍ରତିଶତ ବୃଦ୍ଧି ହୋଇଛି ।
Follow Us