କନକବ୍ୟୁରୋ : ଘନ କୁହୁଡ଼ିରେ କଲବଲ ଦିଲ୍ଲୀ-ଏନସିଆର ସମେତ ଆଖପାଖ ଅଞ୍ଚଳ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି । କୁହୁଡ଼ି କାରଣରୁ ତାପମାତ୍ରାରେ ମଧ୍ୟ ହ୍ରାସ ଘଟିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆଜି ମଧ୍ୟ ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ମଧ୍ୟମ ଏବଂ କେତେକ ସମୟରେ ଘନ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିପାରେ । ଆଜି ସର୍ବାଧିକ ତାପମାତ୍ରା ୨୦ରୁ ୨୨ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବ ଏବଂ ସର୍ବନିମ୍ନ ତାପମାତ୍ରା ୭ରୁ୯ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବ ।
ଆଜି ପବିତ୍ର ଶାମ୍ବଦଶମୀ : ଆଜିର ଦିନରେ ସୂର୍ଯ୍ୟ ପୂଜା କଲେ ମହାପାପରୁ ମୁକ୍ତି ମିଳେ ବୋଲି ପୁରାଣ ବିଶ୍ବାସ
ନୂଆବର୍ଷରେ ଦିଲ୍ଲୀରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ ରାଜଧାନୀବାସୀଙ୍କୁ ପ୍ରଦୂଷଣରୁ ସାମାନ୍ୟ ଆଶ୍ବସ୍ତି ମିଳିବ ବୋଲି ଆଶା କରାଯାଉଛି । ଘନ କୁହୁଡ଼ି ଯୋଗୁଁ ସୋମବାର ରାଜଧାନୀ ଦିଲ୍ଲୀରୁ ୧୨୮ଟି ବିମାନ ବାତିଲ ହୋଇଥିବା ବେଳେ ୪୭୦ଟି ବିମାନ ବିଳମ୍ବରେ ଉଡ଼ାଣ ଭରିଛି । କେବଳ ଦିଲ୍ଲୀ ନୁହେଁ ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଏବଂ ମଧ୍ୟପ୍ରଦେଶ ସହିତ ଓଡ଼ିଶା ଏବଂ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକୁ ଘନ କୁହୁଡ଼ି ଆଚ୍ଛାଦିତ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/12/30/delhi-2025-12-30-07-46-41.jpg)