କନକ ବ୍ୟୁରୋ:  କିଏ କୁହେ ତାଙ୍କୁ ଭାଇଜାନ, କିଏ କୁହେ ତାଙ୍କୁ ସୁଲତାନ ତ ଆଉ କିଏ କୁହନ୍ତି ବଲିଉଡର ଦବଙ୍ଗ ଷ୍ଟାର୍ । ସେ ହେଉଛନ୍ତି ସମସ୍ତଙ୍କ ପ୍ରିୟ ସୁପରଷ୍ଟାର ସଲମାନ ଖାନ୍ । ବଲିଉଡ ସୁପରଷ୍ଟାର ତଥା ଭାଇଜାନଙ୍କର ଆଜି ଜନ୍ମଦିନ । ଆଜି ୬୦ ବର୍ଷରେ ପାଦ ଥାପିଛନ୍ତି ସମସ୍ତଙ୍କ ପ୍ରିୟ ସଲ୍ଲୁ ଭାଇ । ଦୀର୍ଘ ଦିନ ହେବ ବଲିଉଡରେ ରାଜ କରୁଥିବା ସଲମାନଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ । ତାଙ୍କ ଘର ବାହାରେ ବି ପ୍ରଶଂସକଙ୍କ ଭିଡ । ସଲ୍ଲୁଙ୍କ ପାଇଁ ବିଭିନ୍ନ ସ୍ଥାନରେ ତାଙ୍କର ଫ୍ୟାନ୍ କେକ୍ କାଟି ବାଣ ଫୁଟାଇ ସେଲିବ୍ରେସନ୍ କରିଛନ୍ତି ।

Advertisment

ବଲିଉଡର ଭାଇଜାନ୍ ସଲମାନ୍ । ଇଣ୍ଡଷ୍ଟ୍ରିରେ ତାଙ୍କର ଭିନ୍ନ ଦବଦବା । ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ତ ଆକାଶଛୁଆଁ । ୧୯୬୫ ମସିହା ଡିସେମ୍ବର ୨୭ ତାରିଖରେ ମଧ୍ୟପ୍ରଦେଶ ଇନ୍ଦୋରରେ ଜନ୍ମଗ୍ରହଣ କରିଥିଲେ ସଲମାନ୍ । ତାଙ୍କ ପରିବାର ଆଫଗାନୀସ୍ତାନରୁ ଗ୍ୱାଲିଅରକୁ ସ୍ଥାନାନ୍ତରିତ ହୋଇଥିଲେ । ତାଙ୍କର ପ୍ରକୃତ ନାଁ ହେଉଛି ଅବଦୁଲ ରସିଦ୍ ସଲିମ୍ ସଲମାନ୍ ଖାନ୍ । ଗ୍ୱାଲିଅରରେ ସ୍କୁଲିଙ୍ଗ ଶେଷ ହେବା ପରେ ମୁମ୍ବାଇ ଆସି ପଢା ଜାରି ରଖିଲେ । ପାଠପଢାରେ ଏତେ ଆଗୁଆ ନଥିବା ସଲମାନ୍ ପିଲାବେଳେ ଭାରି ଦୁଷ୍ଟ ଥିବା ତାଙ୍କ ପରିବାର ସଦସ୍ୟ କୁହନ୍ତି । ହେଲେ ବାପା ସଲିମ ଖାନଙ୍କୁ ତାଙ୍କର ଭାରି ଡର । ବାପାଙ୍କୁ କିଛି ନପଚାରି କୌଣସି କାମ କରନ୍ତି ନାହିଁ ସଲମାନ୍ ।

ଅଧିକ ପଢନ୍ତୁ: ପ୍ରଥମଥର ପାଇଁ କ୍ଷମା ମାଗିଲେ ସଲମାନ ଖାନ୍ । ପୁରୁଣା ବିବାଦ ନେଇ ଖୋଲିଲେ ମୁହଁ, ଅରିଜିତଙ୍କୁ ନେଇ କହିଦେଲେ ବଡ଼କଥା…


ବଲିଉଡର ଆଉ ଜଣେ ଖାନ୍ ଅମୀର ଖାନଙ୍କ ସାଙ୍ଗରେ ଏକା ଶ୍ରେଣୀରେ ପଢୁଥିଲେ ସଲମାନ୍ । ପାଠପଢାରେ ପଛୁଆ ଥିବା ସଲମାନ୍ ଖେଳକୁଦରେ କିନ୍ତୁ ଭାରି ଆଗୁଆ ଥିଲେ । ଅନ୍ତର୍ଜାତୀୟ ସ୍ୱିମିଙ୍ଗ କମ୍ପିଟିସନରେ ସେ ଏକାଧିକ ଥର ଭାଗ ନେଇ ପୁରସ୍କାର ଜିତିଛନ୍ତି । ସେ ଦିନର ସ୍ୱିମର ଆଜି ବଲିଉଡ୍ ସୁପରଷ୍ଟାର । ଆକ୍ଟର ନୁହେଁ ବରଂ ନିର୍ଦ୍ଦେଶକ ହେବାକୁ ଚାହୁଥିଲେ ସଲମାନ । ହେଲେ ତାଙ୍କର ସ୍ୱାସ୍ଥ୍ୟ ତଥା ପର୍ସନାଲିଟି ଦେଖି ଲୋକେ ତାଙ୍କୁ ଆକ୍ଟର ଭାବେ ଗ୍ରହଣ କରିନେଲେ । ଅଭିନୟ କରିବା ପୂର୍ବରୁ ମଡେଲିଙ୍ଗକୁ ଆସିଥିଲେ ସଲ୍ଲୁ । ତାଙ୍କର କିଛି ବିଜ୍ଞାପନ ମଧ୍ୟ ଚର୍ଚ୍ଚାକୁ ଆସିଥିଲା ।


ଯେତେବେଳେ ସଲମାନ୍ ଅଭିନୟ ଜଗତରେ ପାଦ ଥାପିଲେ ସେତେବେଳେ ଆକ୍ସନ ଫିଲ୍ମ ରାଜ କରୁଥିଲା । ହେଲେ ନିଜର ପତଳା ଶରୀର ଯୋଗୁଁ ସେ ଅଭିନୟ ପାଇଁ ଫିଟ୍ ନୁହଁନ୍ତି ବୋଲି ସଲମାନ୍ ଅନୁଭବ କରିଥିଲେ ବି ଜଣେ ପ୍ରଯୋଜକ ତାଙ୍କୁ ଅଭିନୟ ପାଇଁ ପ୍ରୋତ୍ସାହିତ କରିଥିଲେ । ସେବେଠୋରୁ ଅଭିନୟ ବାଟରେ ଆଗେଇ ଯାଇଥିଲେ ସଲମାନ୍ । ହେଲେ ଅଭିନୟର ପ୍ରଥମ ପାହାଚ ବି ତାଙ୍କ ପାଇଁ ସହଜ ନଥିଲା । ଆକ୍ଟିଙ୍ଗ କରିବାକୁ ସେ ଅନେକ ବ୍ୟକ୍ତିଙ୍କୁ ଭେଟିଥିଲେ ବି କାହାରି ଆଗରେ ବାପା ସଲିମ ଖାନଙ୍କ କଥା କହିନଥିଲେ । ସେଥିପାଇଁ ତାଙ୍କୁ ବେଶ୍ ମସକତ୍ କରିବାକୁ ପଡିଥିଲା । 


ନିଜ ଡେବ୍ୟୁ ଫିଲ୍ମ ଫ୍ଲପ ହେବା ପରେ ଫିଲ୍ମ ‘ମୈନେ ପ୍ୟାର୍ କିୟା’ ସୁପରହିଟ୍ ହୋଇଥିଲା । ଏଇଥିରୁ ହିଁ ସେ ପୋଷ୍ଟରବୟ ବନିଗଲେ । ଆଉ ସେବେଠାରୁ ବଲିଉଡକୁ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଚାଲିଲେ । ଆକ୍ଟିଙ୍ଗରେ ଯେତିକି ସଫଳ ପ୍ରେମ ବ୍ୟାପାରରେ ସେତିକି ଅସଫଳ ସଲମାନ୍ । ପ୍ରଥମେ ଯାହାକୁ ମନ ଦେଲେ ତାକୁ ମନ କଥା କିନ୍ତୁ କହିପାରିଲେ ନାହିଁ । ଆଉ ପରେ ଜାଣିବାକୁ ପାଇଲେ ସେ ଝିଅ ତାଙ୍କ ସାଙ୍ଗକୁ ମନ ଦେଇସାରିଛନ୍ତି । ଏହାପରେ ବି ସେ ଏକାଧିକ ଅଭିନେତ୍ରୀ ତଥା ମଡେଲଙ୍କ ସହ ଡେଟିଙ୍ଗରେ ଥିଲେ ବି କାହାକୁ ଜୀବନସାଥୀ କରିପାରିଲେନି ।


ଆମେରିକାର ‘ପିପୁଲ୍ସ ମାଗାଜିନ୍’ ସଲମାନଙ୍କୁ ବିଶ୍ୱର ସପ୍ତମ ହ୍ୟାଣ୍ଡସମ୍ ମ୍ୟାନର ମାନ୍ୟତା ଦେଇଛି । ବଲିଉଡ ସୁପରଷ୍ଟାର ସଲମାନ ଖାନ ଆଜି ୫୯ ବର୍ଷରେ ପଦାର୍ପଣ କରିଛନ୍ତି । ୩ ଦଶନ୍ଧିରୁ ଅଧିକ ସମୟର ଅଭିନୟ କ୍ୟାରିୟରରେ ସଲମାନ ୮୫ଟି ଫିଲ୍ମ କରିଛନ୍ତି ଏବଂ ୭୪ଟି ପୁରସ୍କାର ଜିତିଛନ୍ତି । ସେ ଦାନଧର୍ମ ମଧ୍ୟ ସବୁବେଳେ ଆଗରେ ରହନ୍ତି, ତଥାପି ସଲମାନଙ୍କ ଜୀବନ ବିବାଦଘେରାରେ ରହିଛି ଏବଂ ତାଙ୍କୁ 'ବ୍ୟାଡ୍ ବୟ'ର ଆଖ୍ୟା ଦିଆଯାଇଛି । 

ତାଙ୍କ ଜୀବନରେ ବିବାଦର ପ୍ରବେଶ ୧୯୯୮ ମସିହାରେ ହୋଇଥିଲା, ଯେତେବେଳେ କୃଷ୍ଣସାର ମୃଗ ଶିକାର ମାମଲାରେ ତାଙ୍କ ନାମ ଆସିଲା ଏବଂ ତାଙ୍କୁ ଜେଲ ଯିବାକୁ ପଡ଼ିଲା। ଏହି ମାମଲାକୁ 27 ବର୍ଷ ବିତିଗଲାଣି, କିନ୍ତୁ ବିବାଦ ଥମିବାର ନାମ ନେଉନାହିଁ। ଏହି ବର୍ଷ ଲରେନ୍ସ ଗ୍ୟାଙ୍ଗ ସଲମାନଙ୍କ ଘର ଗାଲାକ୍ସି ଆପାର୍ଟମେଣ୍ଟ ଉପରକୁ ଗୁଳି ଚଳାଇବା ସହ ତାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିଲେ ।