କନକ ବ୍ୟୁରୋ: ବଲିଉଡର ଭାଇଜାନ୍ ସଲମାନ ଖାନ ଏବଂ ଲୋକପ୍ରିୟ ଗାୟକ ଅରିଜିତ ସିଂଙ୍କ ମଧ୍ୟରେ ବିବାଦ ବହୁତ ପୁରୁଣା । ଏକ ଆୱାର୍ଡ ସୋ’ରୁ ଆରମ୍ଭ ହୋଇଥିବା ବିବାଦ ବହୁ ବର୍ଷ ଧରି ଚାଲିଥିଲା । ଏମିତି କି ସଲମାନ ଅରିଜିତ୍ଙ୍କୁ ତାଙ୍କ ଫିଲ୍ମରେ ଗାଇବାକୁ ମଧ୍ୟ ଦେଇନଥିଲେ । ସଲମାନଙ୍କ ଫିଲ୍ମ "ବଜରଙ୍ଗୀ ଭାଇଜାନ" ଏବଂ "ସୁଲତାନ"ରୁ ଅରିଜିତଙ୍କ ଗୀତଗୁଡ଼ିକୁ ହଟାଇ ଦିଆଯାଇଥିଲା । କିଛି ବର୍ଷର ବିବାଦ ମଧ୍ୟରେ ସଲମାନ ପୁଣି ଥରେ ଅରିଜିତ୍ଙ୍କ ସହ ହାତ ମିଳାଇ କାମ କରିବା ଆରମ୍ଭ କରିଥିଲେ । ଏବେ ଟେଲିଭିନ ପରଦାରେ ପ୍ରଥମଥର ପାଇଁ ଅରିଜିତଙ୍କ ସହ ଥିବା ବିବାଦ ନେଇ ମୁହଁ ଖୋଲିଛନ୍ତି ଦବଙ୍ଗ୍ ଖାନ୍ ।
ରିୟାଲିଟି ସୋ’ ବିଗ୍ ବସ୍ ୧୯ର 'ୱିକେଣ୍ଡ୍ କା ୱାର୍' ଏପିସୋଡରେ, ହାସ୍ୟ ଅଭିନେତା ରବି ଗୁପ୍ତା ସଲମାନଙ୍କ ସହିତ ନଜର ଆସିଥିଲେ । ସେ ମଜା କରି କହିଥିଲେ ଯେ, ସେ ସଲମାନଙ୍କୁ ଭେଟିବାକୁ ଡରୁଛନ୍ତି କାରଣ ସେ ଅରିଜିତଙ୍କ ପରି ଦେଖାଯାଉଛନ୍ତି । ଏହା ଶୁଣି ସଲମାନ ହସି ହସି କହିଥିଲେ, "ଅରିଜିତ ଏବଂ ମୁଁ ଏବେ ବହୁତ ଭଲ ବନ୍ଧୁ । ପୁରୁଣା ବିବାଦ ଏକ ଭୁଲ ବୁଝାମଣା ଯୋଗୁ ହୋଇଥିଲା ଏବଂ ତାହା ମୋର ଭୁଲ ଥିଲା । ଏତେ ପରେ ବି ଅରିଜିତ ମୋ ପାଇଁ ଗୀତ ଗାଇଲେ । ସେ 'ଟାଇଗର୍ ୩'ରେ ଗୀତ ଗାଇଥିଲେ ଏବଂ ଏବେ ସେ ଫିଲ୍ମ 'ଗଲୱାନ'ରେ ମଧ୍ୟ ଗୀତ ଗାଉଛନ୍ତି ।"
ଆପଣଙ୍କୁ କହିରଖୁଛୁ ଯେ ୨୦୧୪ରେ ହୋଷ୍ଟ କରୁଥିବା ଏକ ପୁରସ୍କାର ସୋ'ରେ ଥଟ୍ଟା ମଜା କରି ସଲମାନ ଖାନ, ଅରିଜିତଙ୍କୁ ପଚାରିଥିଲେ, "ତୁମେ ଶୋଇପଡ଼ିଥିଲ କି?" ଅରିଜିତ ପ୍ରତିଉତ୍ତର ଦେଇ କହିଥିଲେ "ଆପଣମାନେ ମୋତେ ଶୁଆଇ ଦେଇଥିଲେ ।" ଏହାକୁ ସଲମାନ ତାଙ୍କ ହୋଷ୍ଟିଂର ଅପମାନ ବୋଲି କହିଥିଲେ । ଦୀର୍ଘଦିନର ବିବାଦ ପରେ ଅକ୍ଟୋବର ୨୦୨୩ରେ ଅରିଜିତ ସିଂଙ୍କୁ ସଲ ମାନଙ୍କ ଘରେ ଦେଖାଯାଇଥିଲା, ଆଉ ସିନେ ସମୀକ୍ଷକଙ୍କ କହିଥିଲେ କି ଉଭୟଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ହୋଇଯାଇଛି । ତେବେ ସଲମାନ ନିଜର ଭୁଲ ବୁଝି ପ୍ରଥମଥର ପାଇଁ ଟେଲିଭିଜନରେ ପଶ୍ଚାତାପ କରିବା ପରେ ବଲିଉଡରେ ଭାରି ଚର୍ଚ୍ଚା ଚାଲିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/10/15/salman-khan-clears-decade-old-is-2025-10-15-17-12-00.jpg)