କୋରାପୁଟରୁ ଆସିଲା ଦୁଃଖଦ ଚିତ୍ର,  ଗୋଟିଏ ପରିବାରର ତିନି ପୁଅ ଝିଅ ଦିବ୍ୟାଙ୍ଗ

Advertisment

ତଥାପି ଭାଙ୍ଗିନି ଦମ୍ଭ । କିଛି କରି ଦେଖାଇବାର ସ୍ୱପ୍ନ ଦେଖିଛି ଦିବ୍ୟାଙ୍ଗ ପୁଅ । ସରକାରୀ ସହାୟତା ପାଇଁ ନିବେଦନ କଲେ ଅସହାୟ ପରିବାର ।

ତଥାପି ଭାଙ୍ଗିନି ଦମ୍ଭ । କିଛି କରି ଦେଖାଇବାର ସ୍ୱପ୍ନ ଦେଖିଛି ଦିବ୍ୟାଙ୍ଗ ପୁଅ । ସରକାରୀ ସହାୟତା ପାଇଁ ନିବେଦନ କଲେ ଅସହାୟ ପରିବାର ।

Koraput

Koraput Photograph: (KanakNews)

କନକ ବ୍ୟୁରୋ:  ଦୁରାରୋଗ ଏମିତି ଯେ ଗୋଟିଏ ପରିବାରରେ ତିନି ପୁଅ ଝିଅ ଦିବ୍ୟାଙ୍ଗ । ଅଭାବୀ ପରିବାର ପକ୍ଷରେ ଛୁଆଙ୍କ ଚିକିତ୍ସା କରିବା ସମ୍ଭବ ହୋଇନି । ଏସବୁ ଅଭାବ ଅନଟନ, ଶାରରିକ ଅକ୍ଷମତା ଭିତରେ ପାଠ ପଢି କିଛି କରି ଦେଖାଇବାର ସ୍ୱପ୍ନ ଦେଖିଛି ବିଦ୍ୟାଙ୍ଗ ପୁଅ ।   ଜନ୍ମରୁ ସବୁ କିଛି ଠିକ ଥିଲା । ବୟସ ବଢ଼ିଲା, କିନ୍ତୁ ଶରୀର ବଢ଼ିଲାନି। ଦିନ ମଜୁରିଆ ଭାବେ କାମ କରୁଥିବା ବାପା ପକ୍ଷରେ ଭଲ ଚିକତ୍ସା ଦେବା ସମ୍ଭବ ହେଲାନି ।

କୋରାପୁଟ ମେଡ଼ିକାଲ ନେବାରୁ ଡାକ୍ତର କହିଲେ ଭଲ ଚିକିତ୍ସା ପାଇଁ କଟକ କିମ୍ବା ଭୁବନେଶ୍ୱର ନିଅ । କିନ୍ତୁ ଟଙ୍କା ନଥିବାରୁ ଛୁଆଙ୍କୁ ଧରି ଘରକୁ ଫେରିଆସିଲେ ବାପା । ପ୍ରଥମେ ବଡ଼ ଝିଅ ଓ ପୁଅ, ଏବେ ସାନ ଝିଅ ଠାରେ ମଧ୍ୟ ସମାନ ଲକ୍ଷଣ ଦେଖାଯାଉଛି। ୩ ଛୁଆଙ୍କର ଏପରି ଅବସ୍ଥା ଦେଖି ଅସହାୟ ହୋଇପଡ଼ିଛନ୍ତି ବୋରିଗୁମ୍ମା ବ୍ଲକ ବେଣାସୁର କୁରକୁଟି ଗାଁର ଭଗବାନ ହରିଜନ । ପୁଅ କପିଳାସ ହରିଜନ, ଯୁକ୍ତ ଦୁଇ କଳା ଦ୍ୱିତୀୟ ବର୍ଷର ଛାତ୍ର। ଶରୀର ଅକ୍ଷମ, ମନୋବଳ ଦୃଢ଼ । 

ଅଧିକ ପଢନ୍ତୁ ;  ଦିବ୍ୟାଙ୍ଗ ଦମ୍ପତିଙ୍କ ଅନନ୍ୟା ପ୍ରତିଭା ; କ୍ରିକେଟରେ କରୁଛନ୍ତି କମାଲ

ପ୍ରତ୍ୟେକ ଦିନ ବାପା ନହେଲେ ବଡ଼ ଭାଇଙ୍କ ସହ ୧୦ କିଲୋମିଟର ଦୂର କଲେଜ ଯାଆନ୍ତି । ସମସ୍ତ ଘାତ ପ୍ରତିଘାତକୁ ଏଡ଼ାଇ ପାଠପଢ଼ି କିଛି କରିବାକୁ ସ୍ବପ୍ନ ଦେଖିଛନ୍ତି। ତେବେ ସରକାରଙ୍କୁ ଟ୍ରାଇ ସାଇକେଲ୍‌ ଓ ପାଠ ପଢ଼ିବା ପାଇଁ କିଛି ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି କପିଳାସ ।   ସରକାର ପକ୍ଷରୁ ବଡ଼ ଝିଅ ଏବଂ ପୁଅକୁ ଭତ୍ତା ମିଳୁଛି। କିନ୍ତୁ ସାନ ଝିଅର ହାତ ଆଙ୍ଗୁଠି ଠିକ୍‌ ନଥିବାରୁ ଆଧାର କାର୍ଡ ହୋଇପାରୁନି। ଫଳରେ ସରକାରୀ ସହାୟତା ମିଳୁନି । ଏହା ପ୍ରତି ଦୃଷ୍ଟି ଦେବା ସହ କିଛି ସରକାରୀ ସହାୟତା ମିଳିଲେ ଏହି ଅସହାୟ ପରିବାର ଉପକୃତ ହୋଇପାରିବ ।


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe