କନକ ବ୍ୟୁରୋ : ଜୀବନ ଠିକ୍‌ ଭାବେ ଜିଇଁନପାରିଲେ, ତାହା ପାଲଟିଯାଏ ଯନ୍ତ୍ରଣା । ଆଉ ସେହି ଯନ୍ତ୍ରଣାରେ ଯୁଝି ହେଉଥାଏ ମଣିଷ । ଠିକ୍‌ ସେମିତି ଯନ୍ତ୍ରଣା ଜର୍ଜରିତ ଜୀବନ ଜିଉଁଛନ୍ତି ଚାନ୍ଦବାଲି ଅନ୍ତର୍ଗତ ତିହିଡ଼ି ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତ ନଛିବିନ୍ଧା ଗାଁର ଅସହାୟ ବୃଦ୍ଧା ମାତାଜୀ ବାରିକ ।

Advertisment

ମାଓବାଦୀ ହଟିବା ପରେ ବି ହଟିଲାନି ଅନ୍ଧାର, ଡାଇନିଚୁଆରୁ ଆସିଲା ଉପାନ୍ତ ଲୋକଙ୍କ ସଂଘର୍ଷର ଚିତ୍ର

ଦଇବ ଯେତବେଳେ ଦାଉ ସାଧେ, ଜୀବନର ଲମ୍ବା ବାଟ ଚାଲିବାକୁ ସାଥୀଟିଏ ନଥାଏ। ସନ୍ତାନ ଠୁ ସାହାରା ପାଇବା ବୟସରେ ସନ୍ତାନକୁ ସାହାରା ଦେବାକୁ ପଡ଼େ । ସେତବେଳେ ଦୁର୍ବିସହ ହୋଇଯାଏ ଜୀବ ନ। ସେମିତି ଜଣେ ଅସହାୟ ବୃଦ୍ଧା ଚାନ୍ଦବାଲି ତିହିଡ଼ି ନରେନ୍ଦ୍ରପୁର ନଛିବିନ୍ଧା ଗାଁର ମାତାଜୀ ବାରିକ । ବୟସ ୬୨ । ଏହି ବୟସରେ କାନ୍ଧେଇଛନ୍ତି ୩୭ ବର୍ଷୀୟ ଦିବ୍ୟାଙ୍ଗ ଝିଅ ବିନତୀର ବୋଝ । ସ୍ବାମୀ ନାହାନ୍ତି । ବିବାହର କିଛି ମାସ ପରେ ସ୍ବାମୀ ମାତାଜୀଙ୍କୁ ଛାଡ଼ି ଚାଲିଯାଇଥିଲେ । ବାସ୍‌ ସେବେଠୁ ଦୁଇ ମୁଠା ଦାନା ପାଇଁ ପ୍ରତିଦିନ ଜୀବନ ସହ ସଂଘର୍ଷ କରୁଛନ୍ତି ମାତାଜୀ । ଝିଅ ୯୦ ପ୍ରତିଶତ ଭିନ୍ନକ୍ଷମ ହେବା ସତ୍ତ୍ବେ ମାତ୍ର ୧୨ ଶହ ଟଙ୍କା ଭତ୍ତା ମିଳୁଛି ।

ଗଜପତିରେ ଶିକ୍ଷାର ଦୟନୀୟ ସ୍ଥିତି, ଶ୍ରେଣୀଗୃହ ଅଭାବରୁ ବାରଣ୍ଡାରେ ପିଲା

ସ୍ବାମୀ ଛାଡ଼ି ଚାଲିଗଲା ପରେ ନିଜ ମା’ଙ୍କ ଦିବ୍ୟାଙ୍ଗ ଝିଅକୁ ନେଇ ଆଶ୍ରୟ ନେଇଥିଲେ ମାତାଜୀ। ମା’ଙ୍କ ଭତ୍ତା ଟଙ୍କା ଆଉ ରାସନ ଚାଉଳରେ ଯେମିତି ସେମିତି ଚଳିଯାଉଥିଲେ। ଆର୍ଥିକ ଅଭାବ ବଢ଼ିବାରୁ ଘରଢ଼ିହ ବିକିଦେଲେ। ପରେ ଅନାବାଦୀ ଜାଗାରେ କୁଡ଼ିଆଟିଏ କରି ରହୁଥିଲେ। ହେଲେ ନିଆଁ ଲାଗି ସବୁ କିଛି ଧ୍ବଂସ ହୋଇଗଲା। ସେବେଠୁ ପରିତ୍ୟକ୍ତ କ୍ଲବ ଏମାନଙ୍କ ଠିକଣା। ସେତିକିରେ ଦୁଃଖ ସରିଲାନି। ମାତାଜୀଙ୍କ ମା’ଙ୍କ ମୃତ୍ୟୁ ପରେ ତାଙ୍କ ଚାଲିଗଲା ସରକାରୀ ସାହାଯ୍ୟ। ଏବେ ୫ କେଜି ରାସନ ଚାଉଳ ଓ ମାତାଜୀଙ୍କ ହଜାରେ ଟଙ୍କା ଭତ୍ତାରେ ବଞ୍ଚୁଛନ୍ତି ମା’ ଝିଅ। 

ଅସ୍ତରଙ୍ଗ ଓ କାକଟପୁରରେ ଜଙ୍ଗଲୀ ଜନ୍ତୁଙ୍କ ଉପଦ୍ରବ, ବାରହା ଓ ହରିଣ କରୁଛନ୍ତି ନାକେଦମ୍

 ଝିଅର ଚିକିତ୍ସା ଓ ଭତ୍ତା ପାଇଁ ବାରମ୍ବାର ତିହିଡି ବ୍ଲକ ଠାରୁ ମେଡିକାଲ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। ହେଲେ କେହି ତାଙ୍କ ଗୁହାରି ଶୁଣୁନାହାନ୍ତି। ଘର ପାଇଁ ଆବେଦନ କରିଥିଲେ। ଜମି ନ ଥିବାରୁ ଘର ମିଳିଲା ନାହିଁ। ଏହି ଅସହାୟ ବୃଦ୍ଧାଙ୍କୁ ସାହାଯ୍ୟ ଯୋଗାଇବାକୁ ନିବେଦନ କରିଛନ୍ତି ଗ୍ରାମବାସୀ। ଯଦି କେହି ସହୃଦୟ ବ୍ୟକ୍ତି ସହଯୋଗର ହାତ ବଢ଼ାଇବାକୁ ଚାହୁଁଛନ୍ତି। ଏହି ଆକାଉଣ୍ଟ ନମ୍ବରରେ ସହାୟତା କରିପାରିବେ।
ମାତାଜୀ ବାରିକ
ୟୁକୋ ବ୍ୟାଙ୍କ ଆକାଉଣ୍ଟ ନମ୍ବର- ୧୧୫୭୦୧୧୦୦୮୩୨୭୭

IFSC No-UCBA0001157

ନଛିବିନ୍ଧା ହଳଦିଆ, ଗଦି
ପିନ୍‌-୭୫୬୧୨୯