କନକ ବ୍ୟୁରୋ :ଭାରତ ଆସୁଛନ୍ତି ରୁଷ ରାଷ୍ଟ୍ରପତି  ଭ୍ଲାଦିମୀର ପୁଟିନ । ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଦିଲ୍ଲୀକୁ କଡ଼ା ସୁରକ୍ଷାରେ ବ୍ୟବସ୍ଥା ଭିତରେ ରଖାଯାଇଛି । ଡିସେମ୍ବର ୪ ଓ ୫ ତାରିଖ ପାଇଁ  କି କି ପ୍ରସ୍ତୁତି କରାଯାଇଛି । 

Advertisment

ଅଧିକ ପଢ଼ନ୍ତୁ : ଆକାଶରେ ଦମ ଦେଖାଇଲେ ରୁଷ ରାଷ୍ଟ୍ରପତି । ମିସାଇଲ ଓ ବୋମା ବର୍ଷଣକାରୀ ଟିୟୁ-୧୬୦ଏମ ଯୁଦ୍ଧ ବିମାନ ଉଡାଇଲେ ଭ୍ଲାଦିମୀର ପୁଟିନ

କାଲିଠୁ ଦୁଇଦିନ ପର୍ଯ୍ୟନ୍ତ ଦିଲ୍ଲୀରେ ରହିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ । ରୁଷରୁ ଉଡାଣ ଭରିବାଠୁ ଦିଲ୍ଲୀରେ ଦୁଇଦିନ ରହଣୀ ଯାଏଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୂଚନା ଅନୁସାରେ ପୁଟିନ ଯେଉଁ ବିମାନରେ ଆସୁଛନ୍ତି ସେଥିରେ ବହୁସ୍ତରୀୟ କ୍ଷେପଣାସ୍ତ୍ର ଜାମିଂ ସିଷ୍ଟମ ବ୍ୟବସ୍ଥା ରହିଛି । ଶତ୍ରୁଙ୍କ ବିଭ୍ରାନ୍ତକାରି ଆକ୍ରମଣକୁ ବିଫଳ କରିପାରେ । ସେପଟେ ଦିଲ୍ଲୀରେ ଲ୍ୟାଣ୍ଡ କରିବାପରଠୁ ପୁଟିନଙ୍କ ଉପରେ ତୀକ୍ଷ୍ମଣ ନଜର ରଖିବେ  ଭାରତ ସରକାର, ପୁଟିନଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ । 

ଅଧିକ ପଢ଼ନ୍ତୁ : ଦୁନିଆର ସବୁଠୁ ଧନୀ ରାଜନେତା ହେଲେ ରୁଷ ରାଷ୍ଟ୍ରପତି । ଭ୍ଲାଦିମୀର ପୁଟିନଙ୍କ ପାଖରେ ରହିଛି ସର୍ବାଧିକ ୧୬ଲକ୍ଷ ୬୦ହଜାର କୋଟି ମୂଲ୍ୟର ସମ୍ପତି

ପୁଟିନଙ୍କ ସୁରକ୍ଷା କବଚ

  • ପୁଟିନଙ୍କ ବିଦେଶ ଗସ୍ତରେ ୪ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥାଏ
  • ପୁଟିନଙ୍କ ସହ ଆସିବେ ୫୦ଜଣ ବ୍ୟକ୍ତିଗତ ସୁରକ୍ଷାକର୍ମୀ
  • ଆଣ୍ଟି ମିସାଇଲ୍‌ ପ୍ରୁଫ୍‌ ବିମାନରେ ରୁଷରୁ ଉଡ଼ାଣ ଭରିବେ
  • ସୁରକ୍ଷା ଦୃଷ୍ଟିରୁ ଆଉ ଦୁଇଟି ବିମାନ ମଧ୍ୟ ପଛକୁ ପଛ ଉଡ଼ାଣ ଭରିବ
  • ପୁଟିନଙ୍କ ସୁରକ୍ଷା ଦାୟିତ୍ବ ସମ୍ଭାଳିବ ଫେଡେରାଲ୍‌ ପ୍ରୋଟେକ୍ଟିଭ୍‌ ସର୍ଭିସ୍‌
  • ପ୍ରେସିଡେଣ୍ଟାଲ୍‌ ସିକ୍ୟୁରିଟି ସର୍ଭିସ୍‌ ୪ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରିବ
  • ସୁରକ୍ଷାକର୍ମୀଙ୍କ ପାଖରେ ଥାଏ ବୁଲେଟ୍‌ପ୍ରୁଫ ସୁଟକେସ୍‌, ଏପିଏସ୍‌ ପିସ୍ତଲ
  • ପିପି-୨୦୦ ସବମେରାଇନ୍‌ ଗନ୍, ନାଇଟ୍‌ ଭିଜନ ସ୍କାନ୍‌, ଥର୍ମାଲ ସ୍କାନ୍‌ ରହେ
  • ସ୍ନାଇପରର୍ସ, କେ-୯ ୟୁନିଟ୍‌, ଡ୍ରୋନ୍‌ କାଉଣ୍ଟର ଟିମ୍‌ ଓ ସର୍ଭିଲାନ୍ସ ଟିମ୍‌ ରହିଥାନ୍ତି
  • ଏଥିସହ ପୋଟେବୁଲ ଲ୍ୟାବ୍‌ ଓ ପର୍ସନାଲ ସେଫ୍‌ ବି ସାଥୀରେ ରହିବେ

ସେପଟେ ଦିଲ୍ଲୀରେ ବହୁ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଯେତେବେଳେ ପୁଟିନ୍ ବିଦେଶ ଯାତ୍ରା କରନ୍ତି, ତାଙ୍କ ସୁରକ୍ଷା ତଦାରଖ କରୁଥିବା ଟିମ ସେହି ଦେଶରେ ଆଗୁଆ ପହଞ୍ଚି ରହଣୀ ଠୁ କାର୍ଯ୍ୟକ୍ରମସ୍ଥଳରେ  ଟିକିନିକ ଯାଂଚ କରନ୍ତି । ଏହି କ୍ରମରେ ଦିଲ୍ଲୀରେ ପହଞ୍ଚିସାରିଛନ୍ତି ସୁରକ୍ଷା ଟିମ । ହୋଟେଲଠୁ ନେଇ ରୋଷେଇ ଘର । ଏଥିସହ ଖାଦ୍ୟର ତ୍ରିସ୍ତରୀୟ ଯାଂଚ କରିବ ଟିମ ।

ଅଧିକ ପଢ଼ନ୍ତୁ : ଭ୍ଲାଦିମୀର ପୁଟିନଙ୍କ ବୟାନ, ଖୁବଶୀଘ୍ର ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ କରିବାକୁ କହିଲେ ଋଷ ରାଷ୍ଟ୍ରପତି

ଆସୁଛନ୍ତି ପୁଟିନ, ଦିଲ୍ଲୀ ପ୍ରସ୍ତୁତ

  • କଡ଼ା ସୁରକ୍ଷା କବଚ ଭିତରେ ପୂରା ଦିଲ୍ଲୀକୁ ରଖାଯାଇଛି
  • କୋଣ ଅନୁକୋଣକୁ ଜଗିବ ଏଆଇ, ଡ୍ରୋନ୍‌ ଓ ସିସିଟିଭି କ୍ୟାମେରା
  • ଆତଙ୍କବାଦ, ବୋମା ନିରୋଧୀ ଟିମ୍‌ ସହ ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ଟିମ୍‌ ସୁରକ୍ଷା ଦାୟିତ୍ବରେ ରହିବେ
  •  ପୁଟିନଙ୍କ ଗସ୍ତ ପାଇଁ ଦିଲ୍ଲୀର କିଛି ରାସ୍ତାରେ କଡ଼ା ଟ୍ରାଫିକ ନିୟମ ଲାଗୁ ହେବ
  •  ପିଏମଓଠୁ ହାଇଦ୍ରାବାଦ ହାଉସ ରୁଟରେ ସାମାନ୍ୟ ପରିବର୍ତ୍ତନ କରାଯିବ 
  • ପୁଟିନ ଆସିବା ପୂର୍ବରୁ ସିକ୍ରେଟ୍‌ ଟିମ୍‌ ଦିଲ୍ଲୀରେ ପହଞ୍ଚିସାରିଛନ୍ତି
  • ରହଣିଠୁ କାର୍ଯ୍ୟକ୍ରମସ୍ଥଳର ତଦାରଖ କରିଛନ୍ତି ଫେଡେରାଲ ପ୍ରୋଟେକ୍ଟିଭ୍‌ ସର୍ଭିସ
  • ରହଣି ସ୍ଥଳରେ ସବୁ ସାମଗ୍ରୀ ହଟାଇ ରୁଷରୁ ଆସିଥିବା ସାମଗ୍ରୀ ରଖାଯିବ
  • ଖାଦ୍ୟ ଠୁ ଟୁଥ ବ୍ରସ ସବୁ କିଛି ପରୀକ୍ଷା ନିରୀକ୍ଷା କରାଯାଉଛି
     
     ସେପଟେ ଏୟାରଲିପ୍ଟ ହୋଇ ଦିଲ୍ଲୀରେ ପହଞ୍ଚିଛି ପୁଟିନଙ୍କ ହାଇବ୍ରିଡ କାର ଔରସ ସେନାଟ ଲିମୋଜିନ ।  ଟ୍ରକ ପରି ଓଜନିଆ, ବଙ୍କର ପରି ସୁରକ୍ଷିତ । ସବୁ ପ୍ରକାର ଆକ୍ରମଣକୁ ପ୍ରତିହତ କରେ ଏହି କାର ।  ଚଳନ୍ତା ସୁରକ୍ଷା କବଚ ଭାବେ ଜଣାଯାଉଥିବା ଏହା ଦୁନିଆର ଏକମାତ୍ର କାର ।  ଆପଣଙ୍କ ମନେ ଥିବ ଏସସିଓ ସମ୍ମିଟରେ ପ୍ରଧାନମନ୍ତ୍ରୀ ମୋଦୀ ଓ ରୁଷ ରାଷ୍ଟ୍ରପତି ଯେଉଁ କାରରେ ଏକାଠି ଯାତ୍ରା କରିଥିଲେ ସେହି କାର ହେଉଛି ଏହି ବୁଲେଟଫ୍ରୁଫ କାର ଔରସ ସେନାଟ ।