ଆକାଶରେ ଦମ ଦେଖାଇଲେ ରୁଷ ରାଷ୍ଟ୍ରପତି । ମିସାଇଲ ଓ ବୋମା ବର୍ଷଣକାରୀ ଟିୟୁ-୧୬୦ଏମ ଯୁଦ୍ଧ ବିମାନ ଉଡାଇଲେ ଭ୍ଲାଦିମୀର ପୁଟିନ

130

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଶକ୍ତି ପ୍ରଦର୍ଶନ । ପରମାଣୁ କ୍ଷମତା ସମ୍ପର୍ଣ୍ଣ ଏକ ଯୁଦ୍ଧ ବିମାନରେ ବସି ଉଡିଲେ ପୁଟିନ । ଆଗାମୀ ମାସରେ ଋଷରେ ନିର୍ବାଚନ ଥିବା ବେଳେ ଦେଶବାସୀ ତଥା ଶତ୍ରୁ ଦେଶକୁ ନିଜର ଶକ୍ତି ଦେଖାଇବା ପାଇଁ ସେ ଏଭଳି କରିଥିବା ଚର୍ଚ୍ଚା ହେଉଛି । ଟିୟୁ-୧୬୦ଏମ ସୁପରସୋନିକ ଯୁଦ୍ଧ ବିମାନର କୋ ପାଇଲଟ ସିଟରେ ବସି ଉଡ଼ାଣ ଭରିଛନ୍ତି ପୁଟିନ । ପ୍ରାୟ ୩୦ ମିନିଟ ଯାଏ ସେ ବିମାନରେ ବସିଥିଲେ । ଏହି ବିମାନ ୧୨ଟି ପରମାଣୁ କ୍ଷମତା ସମ୍ପର୍ଣ୍ଣ କ୍ରୁଜ୍ ମିସାଇଲ ନେବାରେ ସକ୍ଷମ । ଆବଶ୍ୟକ ପଡ଼ିଲେ ଏହି ଯୁଦ୍ଧ ବିମାନ ଉଡୁଥିବା ସମୟରେ ଇନ୍ଧନ ଭରିବା ସହ ୧୨ ହଜାର କିଲୋମିଟର ଯାତ୍ରା କରିପାରିବ । ୟୁକ୍ରେନ ସହ ଯୁଦ୍ଧ ଚାଲିଥିବା ବେଳେ ଆମେରିକା ସମେତ ପଶ୍ଚିମ ଦେଶ ମାନଙ୍କୁ ନିଜର ପରମାଣୁ ଶକ୍ତି ଦେଖାଇବାକୁ ସେ ଏଭଳି କରିଥିବା କୁହାଯାଉଛି ।