କନକ ବ୍ୟୁରୋ: ରୁଷ ପୁଣି ଏକ ପରମାଣୁ ଶକ୍ତି ସଂପନ୍ନ ଡ୍ରୋନର ପରୀକ୍ଷଣ କରିଛି । ସାତ ଦିନ ଭିତରେ ଏହା ରୁଷିଆର ଦ୍ୱିତୀୟ ପରମାଣୁ ଶକ୍ତିସଂପନ୍ନ ମିଶାଇଲର ପରୀକ୍ଷଣ । ଅକ୍ଟୋବର ୨୮ ତାରିଖରେ ଆର୍କାଟିକ ମହାସାଗରରେ ଅଣ୍ଡର ୱାଟର ଡ୍ରୋନ ପୋସାଇଡନର ପରୀକ୍ଷଣ କରାଯାଇଛି । ଏହାର ସୂଚନା ଖୋଦ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଦେଇଛନ୍ତି । କହିଛନ୍ତି ରୁଷିଆ ସଫଳତାର ସହ ବିଶ୍ୱର ସବୁଠୁ ଶକ୍ତିଶାଳୀ ପରମାଣୁ ଶକ୍ତିସଂପନ୍ନ ଅଣ୍ଡର ୱାଟର ଡ୍ରୋନ ପୋସାଇଡନର ସଫଳତାପୂର୍ବକ ପରୀକ୍ଷଣ କରିଛି । ଏହି ଟାରପିଡୋ ଡ୍ରୋନକୁ ବିଶ୍ୱର କୌଣସି ଅସ୍ତ୍ର ମାତ ଦେଇପାରିବ ନାହିଁ ।
ରୁଷ କଲା ବିଶ୍ୱର ପ୍ରଥମ ପରମାଣୁ କ୍ଷମତାସମ୍ପନ୍ନ ମିସାଇଲ ‘ବୁରେବସ୍ତାନିକ ନାଇନ ଏମ ୭୩୯’ର ସଫଳ ପରୀକ୍ଷଣ
ଏହା ପାରମ୍ପରିକ ଯୁଦ୍ଧଜାହାଜଠାରୁ ଦ୍ରୁତଗତିରେ ଯାତ୍ରା କରିପାରେ। ବିଶ୍ୱର ଯେକୌଣସି ମହାଦ୍ୱୀପ ଯାଏଁ ପୋସାଇଡନ ସହଜରେ ପହଞ୍ଚି ପାରିବ। ଏଥିସହ ପୁଟିନ କହିଛନ୍ତି, କୌଣସି ରାଷ୍ଟ୍ରର ଟାରପିଡୋ ଡ୍ରୋନ ପୋସାଇଡନର ଗତି ଓ ମାରକ କ୍ଷମତା ସହ ସମକକ୍ଷ ହୋଇପାରିବେ ନାହିଁ । ନିକଟ ଭବିଷ୍ୟତରେ ମଧ୍ୟ ପୋସାଇଡନ ଭଳି ଡ୍ରୋନ ବିକାଶ ହେବାର ସମ୍ଭାବନା କମ ବୋଲି କହିଛନ୍ତି ରୁଷ ରାଷ୍ଟ୍ରପତି । ଗତ ରବିବାର ରୁଷ ପରମାଣୁ ଶକ୍ତି ସଂପନ୍ନ କ୍ରୁଜ ମିଜାଇଲ ‘ବୁରେବେସ୍ତନିକ ନାଇନ ଏମ ୭୩୯’ର ସଫଳ ପରୀକ୍ଷଣ କରିଥିଲା । ଏହାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମାଲୋଚନା କରି ପୁଟିନଙ୍କୁ ପରାମର୍ଶ ଦେଇ କହିଥିଲେ, ରୁଷ ମିଶାଇଲ ପରୀକ୍ଷଣରେ ମାତିବା ବଦଳରେ ୟୁକ୍ରେନ ସହ ଯୁଦ୍ଧ ସମାପ୍ତ ଉପରେ କାମ କରିବା ଉଚିତ । ହେଲେ ଟ୍ରମ୍ପଙ୍କ ପରାମର୍ଶକୁ ଅଣଦେଖା କରି ମାତ୍ର ୨ ଦିନ ପରେ ପୁଣି ରୁଷ ଅଣ୍ଡର ୱାଟର ଡ୍ରୋନର ପରୀକ୍ଷଣ କରିଛି । ତେଣୁ ୟୁକ୍ରେନ ଯୁଦ୍ଧକୁ ନେଇ ପାଶ୍ଚାତ୍ୟ ରାଷ୍ଟ୍ରର ଚାପରେ ରୁଷ ନଇଁବ ନାହିଁ ବୋଲି ସାରା ବିଶ୍ୱକୁ ବାର୍ତ୍ତା ଦେଇଥିବା ଚର୍ଚ୍ଚା ହେଉଛି ।
ବୁମେରାଂ ସାବ୍ୟସ୍ତ ହେଲା ଟ୍ରମ୍ପଙ୍କ ଟାରିଫ୍, ଆହୁରି ଶସ୍ତାରେ ତେଲ ଦେବ ରୁଷିଆ
ପୋସାଇଡନ କ'ଣ?
ପରମାଣୁ ଶକ୍ତି ସଂପନ୍ନ ଅତ୍ୟାଧୁନିକ ଅସ୍ତ୍ର
ସମୁଦ୍ରରୁ ଏହାର ଉତକ୍ଷେପଣ କରି ଶତ୍ରୁ ଶିବିରକୁ ଧ୍ୱଂସ କରିହେବ
ଶତ୍ରୁପକ୍ଷର ଜାହାଜ, ନୌସେନା ଶିବିର ଉପରେ ଆକ୍ରମଣ କରିବାକୁ ସକ୍ଷମ
ନିମିଷକେ ଉପକୂଳବର୍ତ୍ତି ସହରକୁ ଧ୍ୱଂସ କରିବାକୁ ସକ୍ଷମ
ପରମାଣୁ ବିସ୍ଫୋରଣ କରି ସୁନାମି ଆଣି ପ୍ରଳୟ ସୃଷ୍ଟି କରିପାରିବ
ପୋସାଇଡନ ପରମାଣୁ ଶକ୍ତି ସଂପନ୍ନ ସ୍ୱଚାଳିତ ଡ୍ରୋନ
ରୁଷ ଏହାକୁ ଇଣ୍ଟରକାଣ୍ଟିନେଣ୍ଟାଲ ନ୍ୟୁକ୍ଲିୟର ଟାରପିଡୋ କହୁଛି
ପୋସାଇଡନର ଓଜନ ୧୦୦ ଟନ୍, ଲମ୍ୱ ୨୦ ମିଟର
ଏହା ଘଣ୍ଟାକୁ ୧୦୦ ନଟିକାଲ ମାଇଲସ ବେଗରେ ଯାଇପାରିବ
ପରମାଣୁ ଶକ୍ତିରେ ଚାଲୁଥିବାରୁ ଲକ୍ଷ୍ୟଭେଦୀ କ୍ଷମତା ଅସୀମିତ
ଆମେରିକା, ଇଂଲଣ୍ଡ, ଫ୍ରାନ୍ସର ତଟବର୍ତ୍ତୀ ସହରକୁ ସହଜରେ ଟାର୍ଗେଟ କରିପାରିବ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/30/russia-2025-10-30-07-53-22.jpg)