କନକ ବ୍ୟୁରୋ : ରୁଷ-ୟୁକ୍ରେନ୍‌ ଯୁଦ୍ଧ ଭିତରେ କ୍ଷେପଣାସ୍ତ୍ର ପରୀକ୍ଷାରେ ରୁଷର ବଡ଼ ସଫଳତା । ବିଶ୍ୱର ପ୍ରଥମ ପରମାଣୁ-ଚାଳିତ କ୍ରୁଜ୍ ମିସାଇଲ୍ ବୁରେଭେଷ୍ଟନିକ୍'ର ସଫଳ ପରୀକ୍ଷଣ କରିଛି ରୁଷ୍ । ଏହାକୁ କୌଣସି ପ୍ରତିରକ୍ଷା ବ୍ୟବସ୍ଥା ରୋକିପାରିବ ନାହିଁ ବୋଲି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‍ ଦାବି କରିଛନ୍ତି ।

Advertisment

ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ରୁଷ ତା’ ନୂଆ ପରମାଣୁ ଶକ୍ତି ଚାଳିତ କ୍ରୁଜ୍ ମିସାଇଲ୍ ବୁରେଭେଷ୍ଟନିକ୍ ସଫଳ ପରୀକ୍ଷା କରିଛି । ଏହାର ସଫଳତା ସମ୍ପର୍କରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‍ ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ, ଏହି କ୍ଷେପଣାସ୍ତ୍ର ପରମାଣୁ ଶକ୍ତି ଉପରେ ନିର୍ଭରଶୀଳ । ଏହାର ଲକ୍ଷ୍ୟଭେଦ କ୍ଷମତା ଅସୀମିତ । ଘଣ୍ଟାପ୍ରତି ପ୍ରାୟ ୧୩ ଶହ କିଲୋମିଟର ବେଗରେ ଏହା ଗତି କରିପାରିବ । ପୁଟିନ୍‍ ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି ଯେ, ଏହା ହେଉଛି ଦୁନିଆର ଏକମାତ୍ର ଅସ୍ତ୍ର, ଯାହାକୁ କୌଣସି ବର୍ତ୍ତମାନର ବା ଭବିଷ୍ୟତର ମିସାଇଲ୍ ଡିଫେନ୍ସ ସିଷ୍ଟମ ବା କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଅଟକାଇ ପାରିବ ନାହିଁ ।