କନକ ବ୍ୟୁରୋ: ଭାରତ ଓ ରୁଷିଆ ମଧ୍ୟରେ ତୈଳ କାରବାରକୁ ବନ୍ଦ କରିବା ପାଇଁ ଲଗାଇଥିବା ଟାରିଫ୍ ଲଗାଇଥିଲେ ଆମେରିକାର ରାଷ୍ଟ୍ରପତି । ହେଲେ ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଏହା ବୁମେରାଂ ସାବ୍ୟସ୍ତ ହୋଇଛି । ଭାରତ ପଛକୁ ହଟିବା ପରିବର୍ତ୍ତେ ରୁଷିଆଠାରୁ ଆହୁରି ଅଧିକ ଅଶୋଧିତ ତୈଳ କିଣିବାକୁ ପ୍ରସ୍ତୁତ ହେଉଛି, କାରଣ ଏବେ ମସ୍କୋ ଅଧିକ ରିହାତି ପ୍ରଦାନ କରୁଛି । ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ରୁଷିଆର ୟୁରାଲ୍ସ ଅଶୋଧିତ ତୈଳ ବର୍ତ୍ତମାନ ଭାରତକୁ ଗତ ବର୍ଷ ସେପ୍ଟେମ୍ବର ଶେଷ ଏବଂ ଅକ୍ଟୋବର ତୁଳନାରେ ୩ ଡଲାରରୁ ୪ ଡଲାର କମ୍ ଦରରେ ମିଳୁଛି ।
ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ଅଗଷ୍ଟ ୨୭ରୁ ସେପ୍ଟେମ୍ବର ୧ମଧ୍ୟରେ ଆମେରିକା ଟାରିଫ୍ ଲାଗୁ କରିଥିଲା । ଏହି ସମୟ ଅବଧିରେ ଭାରତର ସରକାରୀ ଏବଂ ଘରୋଇ ରିଫାଇନାରିଗୁଡ଼ିକ ୧୧.୪ ନିୟୁତ ବ୍ୟାରେଲ ରୁଷୀୟ ତୈଳ କିଣିଛନ୍ତି ।
ଟ୍ରମ୍ପ ଗତ ମାସରେ ଭାରତୀୟ ରପ୍ତାନି ଉପରେ ପୂର୍ବରୁ ଥିବା ୨୫ ପ୍ରତିଶତ ଶୁଳ୍କ ଉପରେ ଅତିରିକ୍ତ ୨୫ ପ୍ରତିଶତ ଜରିମାନା ଲଗାଇଥିଲେ । ସେ ନୂଆଦିଲ୍ଲୀ ଉପରେ ମସ୍କୋର ୟୁକ୍ରେନ ଯୁଦ୍ଧକୁ ପାଣ୍ଠି ଯୋଗାଉଥିବା ଅଭିଯୋଗ କରିଥିଲେ । ଏହାକୁ ବିରୋଧ କରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର । ସେ କହିଥିଲେ ଯେ ଦେଶର ଆବଶ୍ୟକତା ଦୃଷ୍ଟିରୁ ରୁଷିଆ ସହିତ ଭାରତର ତୈଳ ବ୍ୟବସାୟ ଜାରି ରହିଛି । ଏହାଛଡ଼ା ଅଶୋଧିତ ତୈଳର ବିଶ୍ୱସ୍ତରୀୟ ମୂଲ୍ୟକୁ ସ୍ଥିର ରଖିବା ଉଭୟ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ଆବଶ୍ୟକତା । ଏହାକୁ ଦୃଷ୍ଟିରେ ରଖି ରୁଷିଆଠାରୁ ତେଲ କିଣିବା ଜରୁରୀ ।
କିନ୍ତୁ ଟ୍ରମ୍ପ ଟିମ୍ ଚାହୁଁଛି ଯେ ନୂଆଦିଲ୍ଲୀ ତାଙ୍କ ଦାବିରେ ସମ୍ମତ ହେଉ । ଚାପ ବଢ଼ାଇବା ପାଇଁ ହ୍ୱାଇଟ୍ ହାଉସ୍ ପରାମର୍ଶଦାତା ପିଟର ନାଭାରୋ ରୁଷିଆ-ୟୁକ୍ରେନ ସଂଘର୍ଷକୁ "ମୋଦୀଙ୍କ ଯୁଦ୍ଧ" ବୋଲି କହିଥିଲେ । ସେ ଭାରତ ଉପରେ ରୁଷୀୟ ଅଶୋଧିତ ତୈଳକୁ ରିଫାଇନ୍ କରି ପୁନଃ ରପ୍ତାନି କରି ଲାଭ କମାଉଥିବା ଅଭିଯୋଗ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/09/03/modi-russia-2025-09-03-14-18-48.jpg)