‘Romeo’ helicopters Photograph: (kanak news)
କନକ ବ୍ୟୁରୋ : ଭାରତୀୟ ନୌସେନାର ଶକ୍ତି ବଢାଉଛି ରୋମିଓ ହେଲିକପ୍ଟର । ଗୋଆର ନେଭାଲ୍ ବେସ୍ରେ ଆଜି ବିଧିବଦ୍ଧ ଭାବେ ନୌସେନାରେ ସାମିଲ ହୋଇଛି ଅତ୍ୟାଧୁନିକ MH-60R ରୋମିଓ ହେଲିକପ୍ଟର । ହିନ୍ଦ ମହାସାଗରରେ ଶତ୍ରୁ ପକ୍ଷର ଗତିବିଧି ଉପରେ ନଜର ରଖିବା ପାଇଁ ଏହି ହେଲିକପ୍ଟର ଏକ ବଡ଼ ଅସ୍ତ୍ର ସାବ୍ୟସ୍ତ ହେବ । ଏହା ହେଉଛି ଭାରତୀୟ ନୌସେନାର ଦ୍ୱିତୀୟ ରୋମିଓ ସ୍କ୍ୱାଡ୍ରନ୍, ଯାହାକୁ ପଶ୍ଚିମ ସାମୁଦ୍ରିକ ସୀମାରେ ନିୟୋଜିତ କରାଯିବ । ଏଥିରେ ରହିଛି ମଲ୍ଟି-ମୋଡ୍ ରଡାର ଏବଂ ହାଇ-ରିଜୋଲ୍ୟୁସନ କ୍ୟାମେରା, ଯାହା ସମୁଦ୍ର ଭିତରେ ଲୁଚି ରହିଥିବା ଶତ୍ରୁର ବୁଡ଼ାଜାହାଜକୁ ଖୋଜି ବାହାର କରିପାରିବ ।
ଆଗାମୀ ଦିନରେ ଏହି ହେଲିକପ୍ଟରଗୁଡ଼ିକୁ ଆଇଏନଏସ୍ ବିକ୍ରମାଦିତ୍ୟ ଏବଂ ଆଇଏନଏସ୍ ବିକ୍ରାନ୍ତରେ ମଧ୍ୟ ମୁତୟନ କରାଯିବ । ଆମେରିକା ସହ ହୋଇଥିବା ୨୪ଟି ହେଲିକପ୍ଟର ଚୁକ୍ତି ମଧ୍ୟରୁ ଏହି ନୂତନ ସ୍କ୍ୱାଡ୍ରନ୍ ଚୀନ୍ ଓ ପାକିସ୍ତାନ ସୀମାରେ ଭାରତର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବ । ଏହାର ଅତ୍ୟାଧୁନିକ ସେନ୍ସର ଏବଂ ରଡାର୍ ପ୍ରଣାଳୀ ଯେକୌଣସି ପାଣିପାଗରେ ଶତ୍ରୁର ଗତିବିଧି ଉପରେ ନଜର ରଖିପାରିବ ।
ଅଧିକ ପଢ଼ନ୍ତୁ---ଭାରତୀୟ ନୌସେନାରେ ବଡ଼ ଉପଲବ୍ଧି; ପ୍ରସ୍ତୁତ କଲା ପ୍ରଥମ ସ୍ୱଦେଶୀ ୩ଡି ଏୟାର୍ ସର୍ଭେଲାନ୍ସ ରାଡାର୍
ନୌସେନାର ‘ରୋମିଓ’ ---ହେଲିକପ୍ଟରର ପ୍ରମୁଖ ବୈଶିଷ୍ଟ୍ୟ:
ଦୁଇଟି ଜେନେରାଲ୍ ଇଲେକ୍ଟ୍ରିକ୍ T700-GE-401C ଟର୍ବୋଶାଫ୍ଟ ଇଞ୍ଜିନ୍
ପ୍ରାୟ ୨୭୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ଉଡ଼ିପାରେ
ହେଲଫାୟାର ମିସାଇଲ୍, ଏମ୍କେ ୫୪ ଟର୍ପିଡୋ ଏବଂ ଅତ୍ୟାଧୁନିକ ରକେଟ୍ ରହିପାରିବ
ମଲ୍ଟି-ମୋଡ୍ ରାଡାର୍, ନାଇଟ୍ ଭିଜନ୍ କ୍ୟାମେରା ରହିଛି
ସର୍ବାଧିକ ଟେକ୍-ଅଫ୍ ଓଜନ ପ୍ରାୟ ୧୦,୬୫୯ କିଲୋଗ୍ରାମ୍
ଏକାଥରକେ ପ୍ରାୟ ୮୩୦ କିଲୋମିଟର ପର୍ଯ୍ୟନ୍ତ ଦୂରତା ଅତିକ୍ରମ କରିପାରିବ
Follow Us