ରୋହିତ ଖେଳିବେ ବିଜୟ ହଜାରେ ଟ୍ରଫି! କୋହଲିଙ୍କ ନିଷ୍ପତ୍ତିରେ ସସପେନ୍ସ

ରୋହିତ ଶର୍ମା ମୁମ୍ବାଇ କ୍ରିକେଟ ଆସୋସିଏସନକୁ ସୂଚନା ଦେଇଛନ୍ତି ଯେ ସେ ବିଜୟ ହଜାରେ ଟ୍ରଫି ଖେଳିବାକୁ ଉପଲବ୍ଧ ରହିବେ । ଏହି ନିଷ୍ପତ୍ତି ଭାରତୀୟ କ୍ରିକେଟ ବିସିସିଆଇର କଡା ନିର୍ଦ୍ଦେଶ ପରେ ଆସିଛି

roko

Rohit-Kohli Photograph: (Kanak News)

କନକ ବ୍ୟୁରୋ: ଟି-୨୦ ଓ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇସାରିଥିବା ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ଏବେ ଭାରତୀୟ ଦଳରେ ସ୍ଥାନ ପାଇଁ ଘରୋଇ ମ୍ୟାଚ ଖେଳିବାକୁ ପଡିବ । ଭାରତୀୟ କ୍ରିକେଟ ବୋର୍ଡ ଉଭୟ ଖେଳାଳିଙ୍କୁ ସ୍ପଷ୍ଟ ଭାବେ ଜଣାଇ ଦେଇଛି ଯେ, ଯଦି ଦିନିକିଆ ଦଳରେ ରହିବାକୁ ଚାହୁଛ, ତେବେ ଘରୋଇ କ୍ରିକେଟ ଖେଳିବା ଜରୁରୀ ।

ସୂତ୍ର ଅନୁଯାୟୀ, ବୋର୍ଡ ଓ ଟିମ୍ ମ୍ୟାନେଜମେଣ୍ଟ ଉଭୟଙ୍କୁ କହିଛି ଯେ, ଯେତେବେଳେ ବି ଅନ୍ତର୍ଜାତୀୟ ସିଡ୍ୟୁଲରେ ବ୍ରେକ ମିଳିବ, ସେମାନେ ବିଜୟ ହଜାରେ ଟ୍ରଫି କିମ୍ବା ଅନ୍ୟ ଘରୋଇ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ । ଏହାର ଉଦ୍ଦେଶ୍ୟ ହେଉଛି ବରିଷ୍ଠ ଖେଳାଳିମାନଙ୍କର ମ୍ୟାଚ୍ ଫିଟନେସ ଓ ଲୟ ବଜାୟ ରହିବ ଏବଂ ସେମାନେ ଲମ୍ବା ବ୍ରେକ ପରେ ସିଧାସଳଖ ଅନ୍ତର୍ଜାତୀୟ ମ୍ୟାଚରେ ଓହ୍ଲାଇବେ ନାହିଁ ।

ରୋହିତ ଶର୍ମା ମୁମ୍ବାଇ କ୍ରିକେଟ ଆସୋସିଏସନକୁ ସୂଚନା ଦେଇଛନ୍ତି ଯେ ସେ ବିଜୟ ହଜାରେ ଟ୍ରଫି ଖେଳିବାକୁ ଉପଲବ୍ଧ ରହିବେ । ଏହି ନିଷ୍ପତ୍ତି ଭାରତୀୟ କ୍ରିକେଟ ବିସିସିଆଇର କଡା ନିର୍ଦ୍ଦେଶ ପରେ ଆସିଛି, ଯେଉଁଥିରେ କୁହାଯାଇଥିଲା ଯେ ବରିଷ୍ଠ ଖେଳାଳିମାନଙ୍କୁ ଭାରତୀୟ ଦଳରେ ଚୟନର ଦାବିଦାର ରହିବାକୁ ହେଲେ ଘରୋଇ କ୍ରିକେଟରେ ଅଂଶଗ୍ରହଣ କରିବା ବାଧ୍ୟତାମୂଳକ ହେବ, ବିଶେଷ କରି ଭବିଷ୍ୟତର ଦିନିକିଆ ସିରିଜ୍ ଏବଂ ୨୦୨୭ ବିଶ୍ୱକପକୁ ଦୃଷ୍ଟିରେ ରଖି ।

ଆହୁରି ପଢ଼ନ୍ତୁ... ଏହି ଦିନ ହେବ ୨୦୨୬ ଆଇପିଏଲ ମିନି ଅକ୍ସନ: ସାମ୍ନାକୁ ଆସିଲା ତାରିଖ

ରିପୋର୍ଟ ଅନୁଯାୟୀ, ରୋହିତ ମୁମ୍ବାଇ ଦଳର ଅଭିଯାନରେ ଖେଳିବାକୁ ନିଶ୍ଚିତ କରିଛନ୍ତି, ଯାହା ଡିସେମ୍ବର ୨୪ରୁ ଆରମ୍ଭ ହେବ । ଏହା ପୂର୍ବରୁ ଭାରତ ଓ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍ ଶେଷ ହୋଇଯିବ । ଅର୍ଥାତ୍ ସେତେବେଳକୁ ରୋହିତ ଶର୍ମା ଓ ବିରାଟ କୋହଲି ଫ୍ରି ରହିବେ । ପରବର୍ତ୍ତୀ ଦିନିକିଆ ସିରିଜ୍ ଜାନୁଆରୀ ୧୧ରୁ ଆରମ୍ଭ ହେବ, ଯେତେବେଳେ ଭାରତ ନ୍ୟୁଜିଲାଣ୍ଡ ସହିତ ମୁକାବିଲା କରିବ ।

ବର୍ତ୍ତମାନ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଉଭୟ ଖେଳାଳି ଚମତ୍କାର ପ୍ରଦର୍ଶନ କରିଥିଲେ । ରୋହିତ ଶର୍ମା ତୃତୀୟ ମ୍ୟାଚରେ ଶତକ ମାରିଥିବା ବେଳେ ବିରାଟ କୋହଲି ପ୍ରଥମ ଦୁଇଟି ଶୂନ ପରେ ଅପରାଜିତ ୮୭ ରନ୍ କରିଥିଲେ । ଏହା ସତ୍ତ୍ୱେ ବୋର୍ଡ ଚାହୁନାହିଁ ଯେ ଏହି ଅନୁଭବୀ ଖେଳାଳିମାନଙ୍କର ଫର୍ମ ଦୁର୍ବଳ ପଡୁ ।

ସିଲେକ୍ସନ କମିଟିର ଚେୟାରମ୍ୟାନ ଅଜିତ ଅଗରକର ପୂର୍ବରୁ କହିସାରିଛନ୍ତି, 'ଯଦି ଖେଳାଳିମାନେ ଫ୍ରି ଅଛନ୍ତି, ତେବେ ସେମାନଙ୍କୁ ଘରୋଇ କ୍ରିକେଟ ଖେଳିବା ଉଚିତ । ଏହା ସେମାନଙ୍କୁ ସାର୍ପ ଓ ପ୍ରସ୍ତୁତ ରଖିବ ।

ରୋହିତ ଏବେ ମୁମ୍ବାଇର ଶରଦ ପାୱାର ଇନଡୋର ଏକାଡେମୀରେ ଅଭ୍ୟାସ କରୁଛନ୍ତି ଏବଂ ସଙ୍କେତ ଦେଇଛନ୍ତି ଯେ ସେ ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ଣ୍ଣାମେଣ୍ଟ ପାଇଁ ମଧ୍ୟ ଉପଲବ୍ଧ ରହିବେ। ସେହିପରି କୋହଲି ଏବେ ଲଣ୍ଡନରେ ଅଛନ୍ତି, କିନ୍ତୁ ବୋର୍ଡ ଆଶା କରୁଛି ଯେ ସେ ମଧ୍ୟ ଭାରତ ଫେରି ଘରୋଇ ମଇଦାନରେ ଓହ୍ଲାଇବେ ।

ଆହୁରି ପଢ଼ନ୍ତୁ... ପୂରଣ ହେବ ଦୀର୍ଘ ୧୭ ବର୍ଷର ସ୍ବପ୍ନ ; ବାସ୍ତବ ରୂପ ନେବାକୁ ଯାଉଛି ଗ୍ରେଟର ବ୍ରହ୍ମପୁର ନକ୍ସା

ଗତ ସିଜିନରେ ଉଭୟ ଗୋଟିଏ ଲେଖାଏଁ ରଣଜୀ ମ୍ୟାଚ ଖେଳିଥିଲେ - କୋହଲି ୧୨ ବର୍ଷ ପରେ ଦିଲ୍ଲୀ ପାଇଁ ଓ ରୋହିତ ୧୦ ବର୍ଷ ପରେ ମୁମ୍ବାଇ ପାଇଁ ଖେଳିଥିଲେ । ସେତେବେଳେ ରୋହିତ କହିଥିଲେ ଯେ ଲଗାତାର ଆନ୍ତର୍ଜାତୀୟ ସିଡ୍ୟୁଲ ଯୋଗୁଁ ଘରୋଇ କ୍ରିକେଟ ପାଇଁ ସମୟ ବାହାର କରିବା କଷ୍ଟକର ହୁଏ, କିନ୍ତୁ ଏବେ ପରିସ୍ଥିତି ବଦଳି ଯାଇଛି ।

ଏବେ BCCI ନିଜେ ସ୍ପଷ୍ଟ କରିଛି ଯେ, ଭାରତୀୟ ଦଳରେ ରହିବା ଏବେ କେବଳ ନାମ କି ରେକର୍ଡ ଉପରେ ନିର୍ଭର କରିବ ନାହିଁ, ବରଂ ଖେଳାଳି ଘରୋଇ ମଇଦାନରେ କେତେ ପ୍ରସ୍ତୁତ, ତା' ଉପରେ ନିର୍ଭର କରିବ । ଯଦି କୋହଲି ଓ ରୋହିତ ସେଠାରେ ଓହ୍ଲାନ୍ତି, ତେବେ ଏହା ଭାରତୀୟ କ୍ରିକେଟ ପାଇଁ ଏକ ମଜବୁତ ଉଦାହରଣ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe