କନକ ବ୍ୟୁରୋ : ପୂରଣ ହେବ ଦୀର୍ଘଦିନର ସ୍ବପ୍ନ , ଗ୍ରେଟର ବ୍ରହ୍ମପୁର ନକ୍ସା ଏବେ ବାସ୍ତବ ରୂପ ନେବାକୁ ଯାଉଛି । ୧୭ ବର୍ଷ ପରେ ସହରର ପାଶ୍ବବର୍ତ୍ତୀ ୧୪ଟି ପଞ୍ଚାୟତ ବ୍ରହ୍ମପୁର ମହାନଗର ନିଗମରେ ମିଶ୍ରଣ ନେଇ ରିଜୋଲ୍ୟୁସନ ଦାଖଲ କରିବାରୁ ଗ୍ରେଟର ବ୍ରହ୍ମପୁର ପାଇଁ ବାଟ ଫିଟିଛି । ବ୍ରହ୍ମପୁର ମହାନଗର ନିଗମରେ ମିଶିବାକୁ ୧୪ଟି ପଞ୍ଚାୟତ ଦେଇଛନ୍ତି ରିଜୋଲ୍ୟୁସନ । ୨୦୦୮ରେ ସହର ପାର୍ଶ୍ବବର୍ତ୍ତୀ ୧୮ଟି ପଞ୍ଚାୟତ ମିଶ୍ରଣ ପାଇଁ ରାଜ୍ୟ ସରକାର ଗେଜେଟ୍ ନୋଟିଫିକେସନ୍ ଜାରି କରିଥିଲେ । କିନ୍ତୁ ବିଭିନ୍ନ ଆନୁସଙ୍ଗିକ ସମସ୍ୟା କାରଣରୁ ମିଶ୍ରଣ ପକ୍ରିୟା ବିଳମ୍ବ ହୋଇଥିଲା । ଏହାକୁ ନେଇ ମାମଲା ହାଇକୋର୍ଟକୁ ଯାଇଥିଲା ବେଳେ ୧୪ଟି ପଞ୍ଚାୟତ ବ୍ରହ୍ମପୁର ମହାନଗର ନିଗମରେ ମିଶ୍ରଣ ପାଇଁ ରାଜି ହୋଇଛନ୍ତି । ଏ ସମ୍ପର୍କିତ ରିଜୋଲ୍ୟୁସନ୍ ସହ ପଞ୍ଚାୟତର ସମ୍ପୂର୍ଣ୍ଣ ତଥ୍ୟ ଜିଲ୍ଲା ସହରାଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ପଠାଇଛନ୍ତି ନିଗମ କର୍ତ୍ତୃପକ୍ଷ । 

Advertisment

ଅଧିକ ପଢ଼ନ୍ତୁ--ଅନ୍ଧାରରେ କାନ୍ଦୁଛି ବୌଦ୍ଧ କୀର୍ତ୍ତିରାଜି କେଶସ୍ତୁପ ; ଆସୁନାହାନ୍ତି ପର୍ଯ୍ୟଟକ

ସେପଟେ ଜନଗଣନା ପୂର୍ବରୁ ସବୁ କାମ ସାରିବାକୁ ଦାବି ହୋଇଛି । ୧୭ ବର୍ଷ ପରେ ରିଜୋଲ୍ୟୁସନ ଦାଖଲ ହୋଇଥିଲା ବେଳେ ଥରେ ଜନଗଣନା ପ୍ରକ୍ରିୟା ଆରମ୍ଭ ହେଲେ ଗ୍ରେଟର ବ୍ରହ୍ମପୁର ସ୍ବପ୍ନ ପୁଣିଥରେ ଶୀତଳଭଣ୍ଡାରକୁ ଚାଲିଯିବ ବୋଲି ଆଶଙ୍କା କରାଯାଉଛି । ଆସନ୍ତା ଜାନୁଆରୀରୁ ଏନେଇ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାରୁ ଡିସେମ୍ବର ସୁଦ୍ଧା ମିଶ୍ରଣ ସାରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ସହରବାସୀ । ଗୋଳାବନ୍ଧ, ରଙ୍ଗେଇଲୁଣ୍ଡା, କନିଷି, କମଳାପୁର, ଲୁହାଝର, କରାପଲ୍ଲୀ ପଞ୍ଚାୟତରୁ ଦାଖଲ ହୋଇନି ରିଜଲ୍ୟୁସନ୍ । ଫଳରେ ଗ୍ରେଟର୍ ବ୍ରହ୍ମପୁର ଗଠନର ଗତି ଧିମା ପଡ଼ିବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି ।