କନକ ବ୍ୟୁରୋ: ବ୍ୟବସାୟୀ ତଥା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କ ନାଁରେ ଚାର୍ଜସିଟ୍ ଦାଖଲ । ଏକ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ଇଡି ଦିଲ୍ଲୀ ରାଉଜ୍ ଆଭେନ୍ୟୁ କୋର୍ଟରେ ଏହି ଚାର୍ଜସିଟ୍ ଦାଖଲ କରିଛି ।
ରବର୍ଟ ଭଦ୍ରାଙ୍କ ଉପରେ "ଇଡି' ର କାର୍ଯ୍ୟାନୁଷ୍ଠାନ, ଜମି ଦୁର୍ନୀତି ମାମଲାରେ ଏତେ ଟଙ୍କାର ସମ୍ପତ୍ତି ଜବତ
ଡିସେମ୍ବର ୬ ତାରିଖରେ ମାମଲାର ଶୁଣାଣି ହେବ । ଲଣ୍ଡନରେ ବେନାମୀ ସମ୍ପତ୍ତି ନେଇ ଗତ ଜୁଲାଇ ମାସରେ ରବର୍ଟ ଭଦ୍ରାଙ୍କୁ ଇଡି ୫ ଘଣ୍ଟା କାଳ ପଚରାଉଚରା କରିଥିଲା । ଆଜି ଚାର୍ଜସିଟ୍ ଦାଖଲ କରିଛି । ଅସ୍ତ୍ରଶସ୍ତ୍ର ବ୍ୟବସାୟୀ ସଞ୍ଜୟ ଭଣ୍ଡାରୀ ଲଣ୍ଡନରେ ଦୁଇଟି ସମ୍ପତ୍ତି କିଣିଥିଲେ ଓ ଏଥିପାଇଁ ରବର୍ଟ ଭଦ୍ରା ଅର୍ଥ ଦେଇଥିବା ଅଭିଯୋଗ ରହିଛି । ରବର୍ଟ ଭଦ୍ରା ଲଣ୍ଡନ ଗଲେ ସେଠାରେ ରହୁଥିଲେ । ଇଡି ଏହି ମାମଲାର ତଦନ୍ତ କରୁଛି ।
ରବର୍ଟ ଭଦ୍ରାଙ୍କୁ ଇଡିର ଜେରା, ବିଜେପି ଉପରେ ବର୍ଷିଲେ ରବର୍ଟ
ରବର୍ଟ ଭଦ୍ରାଙ୍କ ନାଁରେ ଚାର୍ଜସିଟ୍
ମନି ଲଣ୍ଡରିଂ ମାମଲାରେ ଚାର୍ଜସିଟ୍
କୋର୍ଟରେ ଇଡି ଦାଖଲ କଲା ଚାର୍ଜସିଟ୍
ଦିଲ୍ଲୀ ରାଉଜ୍ ଆଭେନ୍ୟୁ କୋର୍ଟରେ ଚାର୍ଜସିଟ୍
ଡିସେମ୍ବର ୬ରେ ମାମଲାର ପରବର୍ତ୍ତୀ ଶୁଣାଣି
ବେନାମୀ ସମ୍ପତ୍ତି ନେଇ ଚାର୍ଜସିଟ୍ ଦାଖଲ
ଲଣ୍ଡନରେ ରବର୍ଟ ଭଦ୍ରାଙ୍କ ବେନାମୀ ସମ୍ପତ୍ତି ଅଭିଯୋଗ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/20/robert-vadra-2025-11-20-21-31-05.jpg)