କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ହରିୟାଣା ଜମି ଦୁର୍ନୀତି ମାମଲାରେ ଆଜି ଇଡି ନିକଟରେ ହାଜର ହୋଇଛନ୍ତି ବିଶିଷ୍ଠ ଶିଳ୍ପପତି ତଥା ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରା । ଇଡିର ସମନକୁ ଏକ 'ରାଜନୈତିକ ପ୍ରତିଶୋଧ କହି ବିଜେପି ଉପରେ ବର୍ଷିଛନ୍ତି ରବର୍ଟ । ରବର୍ଟ କହିଛନ୍ତି ମାମଲାରେ କିଛି ନାହିଁ । ଯେବେ ବି ସେ ଲୋକଙ୍କ କଥା କୁହନ୍ତି କିମ୍ବା ଜନତାଙ୍କ ପକ୍ଷ ନିଅନ୍ତି ତାଙ୍କ ବିରୋଧରେ ତଦନ୍ତାକରୀ ଏଜେନ୍ସିକୁ ଲଗାଯାଏ । ସ୍ବରକୁ ଚାପିବାକୁ ବିଜେପି ଯେଉଁ ଷଡ଼ଯନ୍ତ୍ର କରୁଛି ସେଥିରେ ସଫଳ ହେବନି ବୋଲି ରବର୍ଟ ଆଜି ଇଡି କାର୍ଯାଳୟରୁ ବାହାରିବା ସମୟର କହିଛନ୍ତି । ଏଥିସହ ସେ କହିଛନ୍ତି ୨୦ ବର୍ଷରେ ସେ ୧୫ ଥର ଇଡିରେ ହାଜର ହୋଇ ସାରିଲିଣି । ପ୍ରତି ଥର ୧୦ ଘଣ୍ଟାରୁ ଅଧିକ ସମୟ ଜେରା କରାଯାଉଛି । ଜାଣିଶୁଣି ତାଙ୍କୁ ହଇରାଣ କରାଯାଉଛି ।
ତେବେ କ’ଣ ଏହି ଜମି ଦୁର୍ନୀତି ମାମଲା । କାହିଁକି ୧୭ବର୍ଷ ପୁରୁଣା ଜମିକିଣାବିକା ମାମଲାରେ କାହିଁକି ରବର୍ଟଙ୍କୁ ଜେରା କରୁଛି ଇଡି ।
ଜମି କିଣାବିକାରେ ଦୁର୍ନୀତି: ରବର୍ଟଙ୍କ ଜେରା
-ହରିୟାଣାର ବହୁ ଚର୍ଚ୍ଚିତ ଜମି ଡିଲ୍ ଓ ମନି ଲଣ୍ଡରିଂ ମାମଲା
-ରବର୍ଟଙ୍କ କମ୍ପାନି ସ୍କାଇଲାଇଟ୍ ହସ୍ପିଟାଲିଟିରେ ହୋଇଥିବା ଆର୍ଥିକ ନେଣଦେଣର ତଦନ୍ତ କରୁଛି ଇଡି
-୨୦୦୮ ଫେବ୍ରୁଆରିରେ ଓମ୍କାରେଶ୍ୱର ପ୍ରପର୍ଟିଜ ନାମକ କମ୍ପାନିଠୁ ଜମି କିଣିଥିଲେ ରବର୍ଟ
-ଶିକୋହପୁର ଅଞ୍ଚଳରେ ୩.୫ ଏକରର ଜମିକୁ ୭.୫ କୋଟି ଟଙ୍କାରେ କିଣିଥିଲେ
-ଭଦ୍ରାଙ୍କ କମ୍ପାନି ଏହି ଜମିକୁ ଡିଏଲ୍ଏଫ୍ ରିୟଲ ଇଷ୍ଟେଟ୍ କମ୍ପାନିକୁ ୫୮ କୋଟି ଟଙ୍କାରେ ବିକିଛି
-ଯେଉଁଥିରେ ଇଡି ମନି ଲଣ୍ଡରିଂ ଦିଗରେ ତଦନ୍ତ କରୁଛି
ତେବେ ଜେରା ପୂର୍ବରୁ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି ।ଇଡି କାର୍ଯ୍ୟାଳୟକୁ ପହଁଚିବାକୁ ରବର୍ଟ କୌଣସି ଗାଡିରେ ଯାଇନଥିଲେ ବଂର ନିଜ ଘରୁ ଦୁଇ କିଲୋମିଟର ଦୂରରେ ଥିବା ଇଡି ମୁଖ୍ୟାଳୟକୁ ଚାଲିଚାଲି ପହଁଚିଥିଲେ ରବର୍ଟ ।
ରବର୍ଟ ଭଦ୍ରାଙ୍କୁ ଇଡିର ଜେରା, ବିଜେପି ଉପରେ ବର୍ଷିଲେ ରବର୍ଟ
ଜମି ଦୁର୍ନୀତି ମାମଲାରେ ରବର୍ଟ ଭଦ୍ରାଙ୍କୁ ଇଡିର ଜେରା । ଦୁଇ କିଲୋମିଟର ଦୂରରେ ଥିବା ଇଡି ମୁଖ୍ୟାଳୟକୁ ଚାଲିଚାଲି ପହଞ୍ଚିଥିଲେ ରବର୍ଟ
/kanak/media/media_files/2025/04/15/cuYIlnrUedbk6xolFeXv.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)