କନକ ବ୍ୟୁରୋ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ତରଫରୁ ଗୁରୁଗ୍ରାମର ଏକ କଥିତ ଜମି ଦୁର୍ନୀତି ମାମଲାରେ କଂଗ୍ରେସ ନେତା ରବର୍ଟ ଭଦ୍ରାଙ୍କ ୩୭.୬୪ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି । ଏନେଇ ଗୁରୁଗ୍ରାମ ପୁଲିସ ୨୦୧୮ ନଭେମ୍ବର ମାସରେ ଏକ ମାମଲା ରୁଜୁ କରିଥିଲା । ଯେଉଁଥିରେ ରବର୍ଟ ଭଦ୍ରା ଓ ତାଙ୍କ କମ୍ପାନି ସ୍କାଇ ଲାଇଟ୍ ହସ୍ପିଟାଲିଟିକୁ ଅଭିଯୁକ୍ତ ବନାଇଥିଲା । କୁହାଯାଉଛି କି, ଗୁରୁଗ୍ରାମର ଶୋକେହପୁର ଗାଁ ସେକ୍ଟର ୮୩ ରେ ୩.୫୩ ଏକର ଜମିକୁ ୨୦୦୮ ଫେବୃଆରୀ ୧୨ ତାରିଖରେ ନକଲି କାଗଜପତ୍ର ଦେଇ ପଞ୍ଜୀକୃତ କରାଯାଇଥିଲା । ରବର୍ଟ ଭଦ୍ରାଙ୍କ ଉପରେ ବ୍ୟକ୍ତିଗତ ପ୍ରଭାବ ବ୍ୟବହାର କରି ଏହି ଜମି ପାଇଁ ବ୍ୟବସାୟୀକ ଲାଇସେନ୍ସ ହାତେଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ତଦନ୍ତ କରି ଏବେ ଇଡି ରବର୍ଟ ଭଦ୍ରାଙ୍କ ୩୭.୬୪ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ।
ରବର୍ଟ ଭଦ୍ରାଙ୍କ ଉପରେ "ଇଡି' ର କାର୍ଯ୍ୟାନୁଷ୍ଠାନ, ଜମି ଦୁର୍ନୀତି ମାମଲାରେ ଏତେ ଟଙ୍କାର ସମ୍ପତ୍ତି ଜବତ
ଯେଉଁଥିରେ ରବର୍ଟ ଭଦ୍ରା ଓ ତାଙ୍କ କମ୍ପାନି ସ୍କାଇ ଲାଇଟ୍ ହସ୍ପିଟାଲିଟିକୁ ଅଭିଯୁକ୍ତ ବନାଇଥିଲା । କୁହାଯାଉଛି କି, ଗୁରୁଗ୍ରାମର ଶୋକେହପୁର ଗାଁ ସେକ୍ଟର ୮୩ ରେ ୩.୫୩ ଏକର ଜମିକୁ ୨୦୦୮ ଫେବୃଆରୀ ୧୨ ତାରିଖରେ ନକଲି କାଗଜପତ୍ର ଦେଇ ପଞ୍ଜୀକୃତ କରାଯାଇଥିଲା । ରବର୍ଟ ଭଦ୍ରାଙ୍କ ଉପରେ ବ୍ୟକ୍ତିଗତ ପ୍ରଭାବ ବ୍ୟବହାର କରି ଏହି ଜମି ପାଇଁ ବ୍ୟବସାୟୀକ ଲାଇସେନ୍ସ ହାତେଇଥିବା ଅଭିଯୋଗ ହୋଇଥିଲା ।
/kanak/media/media_files/2025/07/17/53-2025-07-17-15-43-28.jpg)