କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାମକୁ ନେଇ ଜନଅସନ୍ତୋଷ , ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ନିମ୍ନମାନର କାମ ହେଉଥିବା ସାଂଘାତିକ ଅଭିଯୋଗ ଆଣିଲେ ସ୍ଥାନୀୟ ବାସିନ୍ଦା । ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ସାଲେପୁର ଗ୍ରାମ୍ୟଉନ୍ନୟନ ବିଭାଗ ଅଧୀନ ସାଲେପୁର ଶିଶୁଆ ୫ ନମ୍ବର କେନାଲ ବନ୍ଧ ପ୍ରଧାନମନ୍ତ୍ରୀ ସଡ଼କକୁ ନେଇ । ସୂଚନା ଅନୁସାରେ, ୯ କୋଟି ବ୍ୟୟରେ ନିର୍ମାଣ ହେଉଛି ରାସ୍ତା । ବାବୁ ଓ ଠିକାଦାରଙ୍କ ସଲାସୁତରାରେ କାମ ଅଧପନ୍ତରିଆ ପଡ଼ିରହିଛି । ବାବୁଙ୍କ ମନମାନୀ ଚାଲିଛି , ସରୁନାହିଁ କାମ , ଯାହା ସରିଛି ତାହା ନଷ୍ଟ ହେବାକୁ ବସିଲାଣି ।
ରାସ୍ତାରେ ଗୋଡ଼ି ଉଠିବା ସହିତ ଧୂଳି ଉଡ଼ିବାରୁ ସମସ୍ୟାରେ ଭୋଗୁଛନ୍ତି ସ୍ଥାନୀୟ ବାସିନ୍ଦା । ଏନେଇ ପ୍ରାଶାସନିକ ଅଧିକାରୀଙ୍କ ପାଖରେ ଛାଣିପୁର, କରମୁଆଁ, ଛୋଟୀନଟରା ଗାଁର ଲୋକେ ବାରମ୍ବାର ଜଣାଇଛନ୍ତି । ହେଲେ ରାସ୍ତା କାମ ସାରିବା ଦିଗରେ କୌଣସି ପଦକ୍ଷେପ ନେଉନି ଗ୍ରାମ୍ୟ ଉନ୍ନୟନ ବିଭାଗ । ତେଣୁ ଲୋକମାନେ ଏକଜୁଟ ହୋଇ ସାଲେପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀଙ୍କୁ ଭେଟି ଅସନ୍ତୋଷ ଝାଡ଼ିଛନ୍ତି । ଲୋକେ କହିଲେ, ବାବୁ ଶୁଣିଲେ, ପୂର୍ବ ଭଳି ଏଥର ବି ତୁରନ୍ତ ସମାଧାନ ସହ ଠିକାଦାର ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ମିଳିଛି, ହେଲେ ଏହା କାର୍ଯ୍ୟକାରୀ ହେବ କି ଶୀତଳଭଣ୍ଡାରକୁ ଚାଲିଯାଉଛି ତାହା ଆଗାମୀ ଦିନରେ ଜଣାପଡ଼ିବ ।
ଅଧିକ ପଢ଼ନ୍ତୁ---ପୋଡ଼ା ମୋବିଲ ଘସିଲେ ମିଳେ ପାଣି ସିଙ୍ଗଡ଼ା : ଭାରି କଷ୍ଟ ଏହି ଦାମୀ ଫଳର ଚାଷ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/28/damegae-road-2025-12-28-18-51-16.png)