କନକ ବ୍ୟୁରୋ : ପାହାଡ଼ିଆ ଅଞ୍ଚଳରେ ରାସ୍ତା ନିର୍ମାଣ କରିବା ସବୁବେଳେ ଏକ ବଡ଼ ଚ୍ୟାଲେଞ୍ଜ । ଭୂସ୍ଖଳନ, ମାଟି ଖସିବା, ଭୂଗର୍ଭ ଗଠନ ବୁଝିବାର ଅଭାବ ଯୋଗୁଁ ଅନେକ ସମୟରେ ପ୍ରକଳ୍ପ ବିଫଳ ହୁଏ । ଏହି ସମସ୍ୟାର ସମାଧାନ ପାଇଁ ଏବେ ରାଜ୍ୟରେ ବ୍ୟବହାର ହେଉଛି ଜିଓ ସିନ୍ଥେଟିକ କୌଶଳ । ଆଗାମୀ ଦିନର ସିଭିଲ ଇଞ୍ଜିନିୟରଙ୍କୁ ଦିଆଯାଉଛି ଏହାର ପ୍ରଶିକ୍ଷଣ । ଜିଓ ସିନ୍ଥେଟିକ ହେଉଛି ପ୍ଲାଷ୍ଟିକରେ ତିଆରି ହୋଇଥିବା ଏକ ପ୍ରକାର ସିଟ୍, ଜାଲି କିମ୍ବା କପଡ଼ା । ଏହାକୁ ମାଟି କିମ୍ବା ପାହାଡ଼ିଆ ଅଞ୍ଚଳରେ ରାସ୍ତା, ସେତୁ, ଡ୍ୟାମ୍, ନଦୀବନ୍ଧ ନିର୍ମାଣ ସମୟରେ ବ୍ୟବହାର କରାଯାଉଛି । ସରଳ ଭାଷାରେ ବୁଝିବାକୁ ଗଲେ ମାଟିକୁ ଧରିରଖିବା ଓ ରାସ୍ତାକୁ ମଜବୁତ କରିବାରେ ଏହା ସାହାଯ୍ୟ କରୁଥିବା ବୈଜ୍ଞାନିକ କପଡ଼ା ।
ଧିରେ ଧିରେ ଏହି କୌଶଳକୁ ଅନେକ ଆପଣାଉଥିବାବେଳେ ସିଭିଲ ଇଞ୍ଜିନିୟରିଂ ପଢୁଥିବା ଛାତ୍ରଛାତ୍ରୀଙ୍କୁ ବି ପଢ଼ାଯାଉଛି ଏହି ପାଠ । ଜିଓ ସିନ୍ଥେଟିକ୍ କେବଳ ପୁସ୍ତକର ପାଠ ନୁହେଁ, ଓଡ଼ିଶାର ପାହାଡ଼ିଆ ରାସ୍ତା ବିକାଶରେ ଏହା ଆବଶ୍ୟକ ବୈଷୟିକ କୌଶଳ । ଏହି କୌଶଳକୁ ସିଭିଲ ଇଞ୍ଜିନିୟର ମାନେ କିପରି ବ୍ୟବହାର କରିପାରିବେ ଏସମ୍ପର୍କରେ ଦିଆଯାଉଛି ପ୍ରଶିକ୍ଷଣ । ଆଗାମୀ ଦିନର ଇଞ୍ଜିନିୟରଙ୍କ ପାଇଁ ଏହି ପ୍ରଶିକ୍ଷଣ ବେସ୍ ଲାଭଦାୟକ ହେବ ବୋଲି ଓୟୁଟିଆର କୂଳପତି କହିଛନ୍ତି ।
ଅଧିକ ପଢ଼ନ୍ତୁ--ଜେଲ୍ ଜଗିବ ଏଆଇ କ୍ୟାମେରା ; ପାଚେରି ଡେଇଁଲେ ବାଜିବ ସାଇରନ୍
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/18/gio-sinthetic-2025-12-18-19-13-52.jpg)