କନକ ବ୍ୟୁରୋ: ମାଟି ମା’ର ସୁରକ୍ଷା ପାଇଁ ୧୯୯୯ କାରଗିଲ୍ ଯୁଦ୍ଧରେ ଦେଶ ପାଇଁ ନିଜ ଜୀବନ ଦେଇଥିଲେ । ହେଲେ ଆଜି ତାଙ୍କ ଗାଁକୁ ପର କରିଦେଇଛି ପ୍ରଶାସନ, ସମସ୍ୟାର ସମାଧାନ କରୁନାହାନ୍ତି ସରକାର । ସହିଦ ପ୍ରମୋଦ ପଟ୍ଟନାୟକଙ୍କ ଗାଁ ଏବେ ସରକାରଙ୍କ ପାଇଁ ଅଲୋଡ଼ା । ବୀରପୁଅର ବଳିଦାନକୁ ମନେରଖିବା ପାଇଁ ରକ୍ତପଟା ଗାଁରେ ହୋଇଥିଲା ସହିଦ ମାର୍ଗ । ନୂଆ ଜଗନ୍ନାଥ ସଡ଼କରୁ ସିଧା ରକ୍ତ ପଟା ଗାଁକୁ ସଂଯୋଗ କରୁଥିବା ରାସ୍ତାଟି ନାଁକୁ ମାତ୍ର ନିର୍ମାଣ ହୋଇଛି । କାରଣ ୨୦ ବର୍ଷ ଭିତରେ ଦୁଇ ଦୁଇ ଥର ଟେଣ୍ଡର ହୋଇଥିଲେ ସୁଦ୍ଧା ଗାଁକୁ ସଂଯୋଗ ହୋଇପାରିନି ରାସ୍ତା । ଯାହାକୁ ନେଇ ଶିକ୍ଷା , ସ୍ବାସ୍ଥ୍ୟ ଗମନା ଗମନ ସବୁ ଗାଁ ମୁଣ୍ଡରୁ ହିଁ ଫେରିଯାଉଛି ।
ଅଧିକ ପଢ଼ନ୍ତୁ--ଖେଳନା ହେଲା କାଳ ; ଚାଲିଗଲା ୪ ବର୍ଷର କୁନି ଛୁଆର ଜୀବନ
ଖାଲି ଏତିକି ନୁହେଁ ସରକାରଙ୍କ ତରଫରୁ ସହିଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କର ପ୍ରତିମୂର୍ତ୍ତି ଟିଏ ବି ଏଯାଏଁ ହୋଇପାରିଲାନି । ଗାଁର ଯୁବ ସଂଘ ନିଜ ହାତରୁ ଟଙ୍କା ଆଦାୟ କରି ଛୋଟିଆ ପ୍ରତିମୂର୍ତ୍ତି ଟିଏ କରିଥିବା ବେଳେ ରକ୍ଷଣା ବେକ୍ଷଣ ଅଭାବରୁ ଏବେ ସେ ଅବହେଳିତ । ତେବେ ରାସ୍ତା ସଂଯୋଗୀକରଣ ନାଁରେ କୋଟି କୋଟି ଟଙ୍କା ଚଳୁ କରି ଠିକାଦାର ଓ ଯନ୍ତ୍ରୀ ମାଲେମାଲ୍ ହେଉଥିବାବେଳେ ସହିଦଙ୍କ ଗାଁ ସ୍ଥିତି ପୂରା ଶୋଚନୀୟ ହୋଇପଡ଼ିଛି । ତୁରନ୍ତ ଏଦିଗରେ ସରକାର ଦୃଷ୍ଟି ନଦେଲେ ତାହା ସହିଦଙ୍କ ପ୍ରତି ଅସମ୍ମାନ ବୋଲି କହିଛନ୍ତି ଗ୍ରାମବାସୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/19/sahid-villeage-2025-11-19-16-27-40.jpg)